ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବ୍ରିକସ ବିଜନେସ ଫୋରମ ୨୦୨୨ର ଉଦଘାଟନ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ

Posted On: 22 JUN 2022 9:37PM by PIB Bhubaneshwar

ମହାମହୀମ,

ବ୍ରିକସ ବ୍ୟବସାୟିକ ଉଦ୍ୟୋଗର ନେତୃବୃନ୍ଦ,

ନମସ୍କାର!

ବି୍ରକସର ସ୍ଥାପନ ଏହି ବିଶ୍ୱାସ ସହ ହୋଇଥିଲା ଯେ ବିକାଶଶୀଳ ଅର୍ଥ ବ୍ୟବସ୍ଥାଗୁଡ଼ିକର ଏହା ସମୂହ ବୈଶ୍ୱିକ ଅଭିବୃଦ୍ଧି ଇଞ୍ଜିନ ଭାବେ ଉଭା ହୋଇପାରିବେ

ଆଜି ଯେବେ ପୂରା ବିଶ୍ୱ କୋଭିଡ ପରବର୍ତ୍ତୀ ସୁଧାର ଉପରେ ଗୁରୁତ୍ୱ ଦେଉଛି, ସେତେବେଳେ ବ୍ରିକସ ଦେଶଗୁଡ଼ିକର ଭୂମିକା ଆଉଥରେ ପୁଣି ବହୁତ ମହତ୍ତ୍ୱପୂର୍ଣ୍ଣ ରହିବ

ବନ୍ଧୁଗଣ,

ମହାମାରୀରୁ ଉତ୍ପନ୍ନ ଆର୍ଥିକ ସମସ୍ୟାଗୁଡ଼ିକ ସହ ମୁକାବିଲା ପାଇଁ ଆମେ ଭାରତରେସଂସ୍କାର, ପ୍ରଦର୍ଶନ ପରିବର୍ତ୍ତନ ମନ୍ତ୍ରକୁ ଆପଣାଇଥିଲୁ

ଏବଂ ଏହି ଆଭିମୁଖ୍ୟର ପରିଣାମ ଭାରତୀୟ ଅର୍ଥ ବ୍ୟବସ୍ଥାର କାର୍ଯ୍ୟଧାରାରୁ ସ୍ପଷ୍ଟ ହେଉଛି

ବର୍ଷ ଆମେ .% ଅଭିବୃଦ୍ଧି ନେଇ ଆଶା କରୁଛୁ, ଯାହା ଆମକୁ ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ପରିଣତ କରିଛି

ବିକାଶଶୀଳ ନୂଆ ଭାରତରେ ସବୁ କ୍ଷେତ୍ରରେ ଟ୍ରାନ୍ସଫର୍ମେଟିଭ ପରିବର୍ତ୍ତନ ହେବାରେ ଲାଗିଛି

ଆଜି ମୁଁ ୪ଟି ପ୍ରମୁଖ ପଦକ୍ଷେପ ଉପରେ ଆପଣଙ୍କ ଧ୍ୟାନ କେନ୍ଦ୍ରିତ କରିବାକୁ ଚାହୁଁଛି

ପ୍ରଥମେ, ଭାରତର ବର୍ତ୍ତମାନ ଅର୍ଥନୈତିକ ସୁଧାରତାର ଏକ ପ୍ରମୁଖ ସ୍ତମ୍ଭ ପ୍ରଯୁକ୍ତି-କୈନ୍ଦି୍ରକ ଅଭିବୃଦ୍ଧି ହୋଇଛି

ଆମେ ସବୁ କ୍ଷେତ୍ରରେ ଅଭିନବକରଣକୁ ସମର୍ଥନ ଦେଉଛୁ

ଆମେ ମହାକାଶ, ନୀଳ ଅର୍ଥନୀତି, ସବୁଜ ଉଦଜାନ, ସ୍ୱଚ୍ଛ ଶକ୍ତି, ଡ୍ରୋନ, ଜିଓ-ସ୍ପାସିଆଲ, ଡାଟା, ଭଳି ଅନେକ କ୍ଷେତ୍ରରେ ଅଭିନବକରଣ-ଅନୁକୂଳ ନୀତି ପ୍ରସ୍ତୁତ କରିଛୁ

ଆଜି ଭାରତରେ ଅଭିନବକରଣ ପାଇଁ ବିଶ୍ୱରେ ସବୁଠୁ ଉତ୍ତମ ଇକୋ-ସିଷ୍ଟମ ରହିଛି, ଯାହା ଭାରତୀୟ ଷ୍ଟାର୍ଟଅପର ବର୍ଦ୍ଧିତ ସଂସ୍ଥ୍ୟାରେ ଦେଖାଯାଉଛି

ଭାରତର ୭୦,୦୦୦ରୁ ଅଧିକ ଷ୍ଟାର୍ଟଅପରେ ୧୦୦ରୁ ଅଧିକ ୟୁନିକର୍ଣ୍ଣ ରହିଛି, ଏବଂ ଏଗୁଡ଼ିକର ସଂଖ୍ୟା ନିରନ୍ତର ଭାବେ ବଢ଼ିବାରେ ଲାଗିଛି

ଦ୍ୱିତୀୟତଃ, ମହାମାରୀ ବେଳେ ମଧ୍ୟ ଭାରତଇଜ ଅଫ ଡୁଇଙ୍ଗ ବିଜନେସକୁ ସୁଧାରିବା ପାଇଁ ଅନେକ ପ୍ରୟାସ ଜାରି ରଖିଛି

ବ୍ୟବସାୟରେ ଅନୁପାଳନ ବୋଝ କମ୍ କରିବା ପାଇଁ ହଜାର ହଜାର ନିୟମରେ ସଂଶୋଧନ ଅଣାଯାଇଛି

ସରକାରୀ ନୀତି ପଦ୍ଧତିରେ ଅଧିକ ପାରଦର୍ଶିତା ଏବଂ ସ୍ଥିରତା ଆଣିବା ପାଇଁ ବଡ଼ ଧରଣର କାମ ଜାରି ରହିଛି

ତୃତୀୟତଃ,

ଭାରତରେ ଭିତ୍ତିଭୂମିକୁ ବ୍ୟାପକ ସ୍ତରରେ ସୁଧାର ବି କରାଯାଉଛି ଏବଂ ତାହାର ସମ୍ପ୍ରସାରଣ ମଧ୍ୟ ହେଉଛି ଏଥିପାଇଁ ଭାରତ ଏକ ଜାତୀୟ ମାଷ୍ଟରପ୍ଲାନ ପ୍ରସ୍ତୁତ କରିଛି

ଏବଂ ଆମର ଜାତୀୟ ଭିତ୍ତିଭୂମି ପାଇପଲାଇନ ଆଧାରରେ . ଟ୍ରିଲିୟନ ଡଲାର ନିବେଶ ସୁଯୋଗ ରହିଛି

ଏବଂ ଚତୁର୍ଥରେ,

ଭାରତରେ ଆଜି ଯେଉଁଭଳି ଡିଜିଟାଲ ପରିବର୍ତ୍ତନ ହେଉଛି, ଏହା ବିଶ୍ୱରେ ପ୍ରଥମେ କଦାପି ଦେଖିବାକୁ ମିଳି ନଥିଲା

୨୦୨୫ ସୁଦ୍ଧା ଭାରତୀୟ ଡିଜିଟାଲ ଅର୍ଥନୀତିର ମୂଲ୍ୟ ଟି୍ରଲିୟନ ଡଲାରରେ ପହଞ୍ଚିଯିବ

ଡିଜିଟାଲ କ୍ଷେତ୍ରର ଅଭିବୃଦ୍ଧି ଦ୍ୱାରା ମହିଳାମାନଙ୍କ ଭାଗୀଦାରିକୁ ପ୍ରୋତ୍ସାହନ ମିଳିଛି

ଆମର ଆଇଟି କ୍ଷେତ୍ରରେ କାମ କରୁଥିବା . ନିୟୁତ ପେସାଦାରଙ୍କ ମଧ୍ୟରେ ପାଖାପାଖି ୩୬% ମହିଳା

ପ୍ରଯୁକ୍ତିଭିତ୍ତିକ ଆର୍ଥିକ ଅନ୍ତର୍ଭୁକ୍ତୀକରଣର ସର୍ବାଧିକ ଲାଭ ମଧ୍ୟ ଆମର ଗ୍ରାମୀଣ ମହିଳାମାନଙ୍କୁ ମିଳୁଛି

ବ୍ରିକସ ମହିଳା ବ୍ୟବସାୟ ସଂଘ ଭାରତରେ ହେଉଥିବା ଏହି ପରିବର୍ତ୍ତନ ଉପରେ ଏକ ଅଧ୍ୟୟନ କରିପାରେ

ଏହିଭଳି ଭାବେ ଅଭିନବକରଣ କୈନ୍ଦି୍ରକ ସୁଧାର ଉପରେ ଆମେ ଏକ ଉପଯୋଗୀ ଆଲୋଚନା କରିପାରିବା

ଆମର ଷ୍ଟାର୍ଟଅପଗୁଡ଼ିକ ମଧ୍ୟରେ ନିୟମିତ ବିନିମୟ ପାଇଁ ବ୍ରିକସ ବିଜନେସ ଫୋରମ ଏକ ପ୍ଲାଟଫର୍ମ ବିକାଶ କରିପାରେ ବୋଲି ମୁଁ ପରାମର୍ଶ ଦେଉଛି

ମୁଁ ନିଶ୍ଚିତ ଯେ ଆଜିର ବ୍ରିକସ ବିଜନେସ ଫୋରମର ଆଲୋଚନା ଅତ୍ୟନ୍ତ ଲାଭଦାୟକ ହେବ

ଏଥିପାଇଁ ମୁଁ ଆପଣମାନଙ୍କୁ ଶୁଭକାମନା ଜଣାଉଛି

ଧନ୍ୟବାଦ

 

SR



(Release ID: 1836407) Visitor Counter : 149