ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
ସ୍କୁଲ୍ ଶିକ୍ଷା ଓ ସାକ୍ଷରତା ବିଭାଗ ଜାତୀୟ ମୁକ୍ତ ବିଶ୍ବବିଦ୍ୟାଳୟ ଶିକ୍ଷା ସଂସ୍ଥାନ (ଏନଆଇଓଏସ୍) ମାଧ୍ୟମରେ ଅଗ୍ନିପଥ ଯୋଜନାକୁ ସମର୍ଥନ ପ୍ରଦାନ କରିଛି
प्रविष्टि तिथि:
16 JUN 2022 3:22PM by PIB Bhubaneshwar
ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ବାରା ସେନା, ବାୟୁସେନା ଏବଂ ନୌସେନାରେ ନିଯୁକ୍ତି ପାଇଁ ‘‘ଅଗ୍ନିପଥ’’ ନାମକ ଏକ ଅଖିଳ ଭାରତୀୟ ଯୋଗ୍ୟତା ଆଧାରିତ ନିଯୁକ୍ତି ଯୋଜନାର ଶୁଭାରମ୍ଭ କରିଛନ୍ତି। ସଶସ୍ତ୍ର ବଳକୁ ଏକ ଯୁବ ପ୍ରୋଫାଇଲ୍ ପ୍ରଦାନ କରିବା ଦିଗରେ ଏହା ଏକ ପରିବର୍ତ୍ତନକାରୀ ପଦକ୍ଷେପ ଅଟେ। ଏହି ଯୋଜନା ଅନ୍ତର୍ଗତ ଯୁବକମାନଙ୍କୁ ‘‘ଅଗ୍ନିବୀର’’ ଭାବରେ ସଶସ୍ତ୍ର ବଳରେ ନିଜର ସେବା ପ୍ରଦାନ କରିବାର ସୁଯୋଗ ମିଳିପାରିବ। ଏହି ଯୋଜନାରେ ଯୁବକମାନଙ୍କୁ ପ୍ରଶିକ୍ଷଣ ଅବଧି ସହିତ 4 ବର୍ଷ ପାଇଁ ସଶସ୍ତ୍ର ବଳରେ ନିୟମିତ କ୍ୟାଡରରେ ନିଜର ସେବା ପ୍ରଦାନ କରିବାର ସୁଯୋଗ ପାଇପାରିବେ। 17.5 ରୁ 21 ବର୍ଷର ଯୁବକମାନଙ୍କର ଚୟନ ଅଗ୍ନିବୀର ଭାବରେ କରାଯିବ। ଯେଉଁ ପ୍ରାର୍ଥୀ 10ମ/12ଶ ଶ୍ରେଣୀ ଉତ୍ତିର୍ଣ୍ଣ ହୋଇଥିବେ, ଏହି ଚୟନ ପ୍ରକ୍ରିୟା ପାଇଁ ଆବେଦନ କରିପାରିବେ।
ଶିକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ଆଗାମୀ ସ୍କୁଲ୍ ଶିକ୍ଷା ଏବଂ ସାକ୍ଷରତା ବିଭାଗ, ନାଗରିକ ସମାଜରେ ସୈନ୍ୟ ଲୋକାଚାରକୁ ସମାହିତ କରି ଏକ ଜୀବନ୍ତ ରକ୍ଷା ବଳର ନିର୍ମାଣ ଏବଂ ଶୃଙ୍ଖଳିତ ଦକ୍ଷ ଯୁବକମାନଙ୍କ ବିକାଶ ପାଇଁ ସଶସ୍ତ୍ର ବଳରେ ଯୁବକ ଓ ମହିଳାମାନଙ୍କୁ ସାମିଲ୍ କରୁଥିବା ଭାରତ ସରକାରଙ୍କ ଏହି ପଦକ୍ଷେପକୁ ସ୍ବାଗତ କରୁଛି।
ଏହି ପଦକ୍ଷେପକୁ ନିଜର ସମର୍ଥନ ପ୍ରଦାନ କରିବା ପାଇଁ, ସ୍କୁଲ୍ ଶିକ୍ଷା ଏବଂ ସାକ୍ଷରତା ବିଭାଗ ନିଜର ସ୍ବାୟତ୍ତ ସଂସ୍ଥାନ, ରାଷ୍ଟ୍ରୀୟ ମୁକ୍ତ ବିଶ୍ବବିଦ୍ୟାଳୟ ଶିକ୍ଷା ସଂସ୍ଥାନ (ଏନଆଇଓଏସ୍) ମାଧ୍ୟମରେ ପ୍ରତିରକ୍ଷା ପ୍ରାଧୀକରଣର ପରାମର୍ଶ କ୍ରମେ, ଏକ ବିଶେଷ କାର୍ଯ୍ୟକ୍ରମର ଆରମ୍ଭ କରୁଛି ଯେଉଁଥିରେ ସେହିସବୁ ଅଗ୍ନିବୀରମାନଙ୍କୁ ସକ୍ଷମ କରାଯାଇପାରିବ ଯେଉଁମାନେ 10ମ ଶ୍ରେଣୀ ପାସ୍ କରିଛନ୍ତି ଏବଂ ଅନୁକୂଳିତ ପାଠ୍ୟକ୍ରମ ମାଧ୍ୟମରେ ନିଜର ଶିକ୍ଷାକୁ ଆଗକୁ ବଢ଼ାଇ 12ଶ ଶ୍ରେଣୀ ପାସ୍ ପ୍ରମାଣ ପତ୍ର ପ୍ରାପ୍ତ କରିପାରିବେ ଯାହା କେବଳ ବର୍ତ୍ତମାନ ସମୟ ପାଇଁ ନୁହେଁ ବରଂ ତାଙ୍କର ସେବା କ୍ଷେତ୍ର ପାଇଁ ବହୁତ ପ୍ରାସଙ୍ଗିକ ଅଟେ। ଏହା ଅଗ୍ନିବୀରଙ୍କ ପାଇଁ ପର୍ଯ୍ୟାପ୍ତ ଶିକ୍ଷଣ ଯୋଗ୍ୟତା ଏବଂ କୌଶଳ ପ୍ରାପ୍ତ କରିବା ଦିଗରେ ଲାଭଦାୟକ ହେବ ଯାହା ମାଧ୍ୟମରେ ସେମାନେ ସାମାଜିକ ଜୀବନରେ ଉତ୍ପାଦକର ଭୂମିକା ନିର୍ବାହ କରିପାରିବେ। ଏନଆଇଓଏସ୍ ର ଏହି ବିଶେଷ କାର୍ଯ୍ୟକ୍ରମ ନାମାଙ୍କନ, ପାଠ୍ୟକ୍ରମର ବିକାଶ, ଛାତ୍ର ସହାୟତା, ସ୍ବଶିକ୍ଷଣ ସାମଗ୍ରୀ, ଅଧ୍ୟୟନ କେନ୍ଦ୍ରର ମାନ୍ୟତା, ବ୍ୟକ୍ତିଗତ ସମ୍ପର୍କ, ମୂଲ୍ୟାଙ୍କନ ଏବଂ ପ୍ରମାଣନର ସୁବିଧା ପ୍ରଦାନ କରିବ। ଏନଆଇଓଏସ୍ ର ଓପନ୍ ସ୍କୁଲିଂ ପ୍ରଣାଳୀ ୟୁଜରଙ୍କ ପାଇଁ ବହୁତ ଅନୁକୂଳ ଏବଂ ଏହା ସମସ୍ତଙ୍କ ପାଇଁ ସୁଲଭ ଅଟେ ଏବଂ ଅଗ୍ନିପଥ ଯୋଜନା ଅନ୍ତର୍ଗତ ସମସ୍ତ ଅଗ୍ନିବୀରମାନଙ୍କ ପାଇଁ ଏହାର ଦ୍ବାର ସର୍ବଦା ଖୋଲା ରହିଛି।
BS
(रिलीज़ आईडी: 1834623)
आगंतुक पटल : 262