ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀଙ୍କ ଆସନ୍ତା ଜୁନ ୧୭ ଓ ୧୮ ଦୁଇଦିନ ଗୁଜରାଟ ଗସ୍ତ


ପ୍ରଧାନମନ୍ତ୍ରୀ ଭଦୋଦରା ଠାରେ ଗୁଜରାଟ ଗୌରବ ଅଭିଯାନରେ କରିବେ ଅଂଶଗ୍ରହଣ

ପ୍ରଧାନମନ୍ତ୍ରୀ ୨୧ ହଜାର କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କରିବେ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ୧.୪ ଲକ୍ଷରୁ ଅଧିକ ବାସଗୃହର ଶିଳାନ୍ୟାସ ଓ ଉଦଘାଟନ

୧୬ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ ଯୋଗୁଁ ବିଭିନ୍ନ ଅଞ୍ଚଳରେ ରେଳ ସଂଯୋଗୀକରଣକୁ ବଡ଼ ସହାୟତା

ବହୁମୁଖୀ ବିକାଶ କାର୍ଯ୍ୟ ପାଇଁ ଜନସାଧାରଣଙ୍କ ଜୀବନଧାରଣ ମାନରେ ଉନ୍ନତି

ମାତୃ ଓ ଶିଶୁ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ରାଜ୍ୟରେ ଯୋଜନା ଆରମ୍ଭ ହେବ

ପାଭଗଡ଼ ପାହାଡ଼ରେ ପ୍ରଧାନମନ୍ତ୍ରୀ ଶ୍ରୀ କାଳୀକା ମାତାଙ୍କ ପୁନଃବିକଶିତ ମନ୍ଦିରର କରିବେ ଉଦଘାଟନ

Posted On: 16 JUN 2022 3:01PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୁନ ୧୭ ଓ ୧୮ ଦୁଇଦିନ ଧରି ଗୁଜରାଟ ଗସ୍ତ କରିବେ । ଜୁନ ୧୮ ତାରିଖ ପୂର୍ବାହ୍ନ ପ୍ରାୟ ୯.୧୫ ମିନିଟରେ ପ୍ରଧାନମନ୍ତ୍ରୀ ପାଭଗଡ଼ ପାହାଡ଼ରେ ପୁନଃନିର୍ମିତ ଶ୍ରୀ କାଳିକା ମାତା ମନ୍ଦିର ଦର୍ଶନ କରି ଏହାର ଉଦଘାଟନ କରିବେ । ପରେ ପରେ ପ୍ରାୟ ସାଢ଼େ ଏଗାରଟା ବେଳେ ସେ ଭିରାସତ ଭ୍ୟାନ ପରିଦର୍ଶନ କରିବେ । ପରେ ଦିନ ପ୍ରାୟ ସାଢ଼େ ବାରଟା ବେଳେ ସେ ଭଦୋଦରା ଠାରେ ଗୁଜରାର ବିକାଶ ଅଭିଯାନରେ ଅଂଶଗ୍ରହଣ କରି ସେଠାରେ ପ୍ରାୟ ୨୧ ହଜାର କୋଟିରୁ ଊଦ୍ଧ୍ୱର୍ ଟଙ୍କା ମୂଲ୍ୟର ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କରିବେ ।

ଗୁଜରାଟ ଗୌରବ ଅଭିଯାନ

ଭଦୋଦରାର ଗୁଜରାଟ ଗୌରବ ଅଭିଯାନରେ ସରକାରଙ୍କ ବିଭିନ୍ନ ଯୋଜନାର ହିତାଧିକାରୀମାନେ ଅଂଶ ଗ୍ରହଣ କରିବେ । ପ୍ରଧାନମନ୍ତ୍ରୀ ୧୬ ହଜାର କୋଟି ଟଙ୍କାରୁ ଊଦ୍ଧ୍ୱର୍ ରେଳ ପ୍ରକଳ୍ପ ଶିଳାନ୍ୟାସ କରିବେ ଓ ଦେଶ ଉଦେଶ୍ୟରେ ଉତ୍ସର୍ଗ କରିବେ । ଏଥିମଧ୍ୟରେ ୩୫୭ କିଲୋମିଟର ଦୀର୍ଘ ନିଉ ପାଲାନପୁର - ମଦର ସେକ୍ସନର ଉତ୍ସର୍ଗୀକୃତ ମାଲବାହୀ କରିଡ଼ର, ୧୬୬ କିଲୋମିଟର ଦୀର୍ଘ ଅହମ୍ମଦାବାଦ - ବୋଟାଜ ସେକ୍ସନର ରେଳପଥ ପ୍ରଶସ୍ତିକରଣ, ୮୧ କିଲୋମିଟର ଦୀର୍ଘ ପାଲାନପୁର-ମିଥା ସେକ୍ସନର ବିଦୁତକରଣ ଇତ୍ୟାଦି ରହିଛି । ପ୍ରଧାନମନ୍ତ୍ରୀ ମଧ୍ୟ ସୁରତ, ଉଦାନା, ସୋମନାଥ ଓ ସାବରମତି ଷ୍ଟେସନର ପୁନର୍ବିନ୍ୟାସ କାର୍ଯ୍ୟର ଶିଳାନ୍ୟାସ ସହ ରେଳ ସେକ୍ଟରର ଆଉ ଏକ କେତେକ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପଗୁଡ଼ିକ ଯୋଗୁଁ ବିଭିନ୍ନ ବ୍ୟବସ୍ଥାଗତ ଖର୍ଚ୍ଚ ହ୍ରାସ ପାଇବା ସହ ସେ ଅଞ୍ଚଳର କୃଷି ଓ ଶିଳ୍ପ କ୍ଷେତ୍ରର ବିକାଶ ଘଟିବ । ଏହାଦ୍ୱାରା ସେ ଅଞ୍ଚଳର ସଂଯୋଗୀକରଣ ବୃଦ୍ଧି ପାଇବା ସହ ଯାତ୍ରା ସୁବିଧାରେ ମଧ୍ୟ ଉନ୍ନତି ଘଟିବ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ମୋଟ ୧.୩୮ ଲକ୍ଷ ଘର ପ୍ରଧାନମନ୍ତ୍ରୀ ଦ୍ୱାରା ସମର୍ପିତ ହେବ । ସେଥିରୁ ୧,୮ଠଠ କୋଟି ଟଙ୍କାର ଘର ସହରାଞ୍ଚଳରେ ଥିବାବେଳେ ୧,୫୩ଠ କୋଟି ଘର ଗ୍ରାମାଞ୍ଚଳରେ ରହିଛି । ଏଥିସହ ପ୍ରାୟ ୩୧ଠ କୋଟି ଟଙ୍କା ବ୍ୟୟରେ ପ୍ରାୟ ୩ଠଠଠ ଘର ଖତ୍ ମହୁରତ ମଧ୍ୟ କରାଯିବ ।

ଏହି କାର୍ଯ୍ୟକ୍ରମ ଅଧିନରେ ପ୍ରଧାନମନ୍ତ୍ରୀ ଖେଡ଼ା, ଆନନ୍ଦ, ଭଦୋଦରା, ଛୋଟା ଉଦୟପୁର ଓ ପଞ୍ଚ ମହଲରେ ୬୮ଠ କୋଟି ଟଙ୍କାରୁ ଅଧିକ ବ୍ୟୟରେ ଅନେକ ପ୍ରକଳ୍ପକୁ ଉତ୍ସର୍ଗ ଓ ଶିଳାନ୍ୟାସ କରିବେ । ଏହା ସେହି ଅଞ୍ଚଳର ଜୀବନଧାରଣ ମାନରେ ଉନ୍ନତି ଆଣିବ ।

ପ୍ରଧାନମନ୍ତ୍ରୀ ମଧ୍ୟ ଗୁଜରାଟର ଦାବୋହୀ ତାଲୁକରେ କୁଣ୍ଢେଲା ଗ୍ରାମରେ ଗୁଜରାଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବେ । ଭଦୋଦରା ଠାରୁ ୨ଠ କିଲୋମିଟର ଦୂରରେ ଅବସ୍ଥିତ ଏହି ବିଶ୍ୱବିଦ୍ୟାଳୟ ପ୍ରାୟ ୪୨୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବା ସହ ୨୫ଠଠରୁ ଅଧିକ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ନିମନ୍ତେ ସହାୟକ ହେବ ।

ମାଆ ଓ ଶିଶୁ ସ୍ୱାସ୍ଥ୍ୟ ଉନ୍ନତି ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ପ୍ରାୟ ଆଠ ଶହ କୋଟି ବ୍ୟୟ ଅଟକଳରେ ମୁଖ୍ୟମନ୍ତ୍ରୀ ମାତୃଶକ୍ତି ଯୋଜନାରେ ଶୁଭାରମ୍ଭ କରିବେ । ଏହି ଯୋଜନା ଅଧିନରେ ଗର୍ଭବତୀ ଓ ଶିଶୁକୁ ସ୍ତନ୍ୟପାନ କରାଉଥିବା ମାଆମାନେ ପ୍ରତି ମାସକୁ ଅଙ୍ଗନବାଡ଼ି କେନ୍ଦ୍ରରୁ ବିନା ମୂଲ୍ୟରେ ୨ କେଜି ବୁଟ, ଏକ କେଜି ମସୁର ଡାଲି ଓ ଏକ କେଜି ଖାଇବା ତେଲ ପାଇବେ । ପ୍ରଧାନମନ୍ତ୍ରୀ ମଧ୍ୟ ପୋଷଣ ଶୁଦ୍ଧ ଯୋଜନା ବାବଦକୁ ୧୨ଠ କୋଟି ଟଙ୍କା ସହାୟତା ବଣ୍ଟନ କରିବେ । ଏହା ଏବେ ରାଜ୍ୟର ଆଦିବାସୀ ହିତାଧିକାରୀମାନଙ୍କୁ ସମ୍ପ୍ରସାରିତ ହୋଇଛି । ଆଦିବାସୀ ଅଧୁ୍ୟଷିତ ଜିଲ୍ଲାଗୁଡ଼ିକରେ କାଲସିୟମ ଓ ଲୌହ ବଟିକା ବଣ୍ଟନ ସହ ପୌଷ୍ଟିକତା ସଚେତନତା ସୃଷ୍ଟିରୁ ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମାଆମାନଙ୍କ କ୍ଷେତ୍ରରେ ଉନ୍ନତି ଦେଖାଯିବା ପରେ ଏହି ପଦକ୍ଷେପ ନିଆଯାଉଛି ।

ଶ୍ରୀ କାଳିକ ମାତାଙ୍କ ମନ୍ଦିରରେ ପ୍ରଧାନମନ୍ତ୍ରୀ

ପାଭଗଡ଼ ପାହାଡ଼ ଉପରେ ଥିବା ଶ୍ରୀ କାଳୀକ ମାତାଙ୍କ ପୁନଃବିକଶିତ ମନ୍ଦିରକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ । ଏହା ସେ ଅଞ୍ଚଳର ସବୁଠାରୁ ପୁରୁଣା ମନ୍ଦିର ଓ ଏଠାକୁ ବହୁ ଦର୍ଶନାର୍ଥୀ ଆସିଥାନ୍ତି । ମନ୍ଦିରରେ ପୁନର୍ବିନ୍ୟାସ ଦୁଇଟି ପର୍ଯ୍ୟାୟରେ କରାଯାଇଛି । ପ୍ରଥମ ପର୍ଯ୍ୟାୟ ପୁନର୍ବିନ୍ୟାସ ଉଦଘାଟନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚଳିତ ବର୍ଷ ଏପ୍ରିଲ ମାସରେ କରାଯାଇଛି, ଦ୍ୱିତୀୟ ପର୍ଯ୍ୟାୟ ପୁନଃର୍ବିନ୍ୟାସ ଯାହାକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ ଏହାର ଶିଳାନ୍ୟାସ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୨ଠ୧୭ ମସିହାରେ କରାଯାଇଥିଲା । ଏଥିମଧ୍ୟରେ ମନ୍ଦିର ମୂଳଦୁଆ, ପରସ୍ପର ତିନିଟି ପର୍ଯ୍ୟାୟରେ ହୋଇଛି । ଏହାଛଡ଼ା ରାସ୍ତା ଆଲୋକ ଓ ସିସିଟିଭି ଇତ୍ୟାଦିର ମଧ୍ୟ ବ୍ୟବସ୍ଥା କରାଯାଇଛି ।

 

SM/MB



(Release ID: 1834612) Visitor Counter : 154