ଯୋଗାଯୋଗ ମନ୍ତ୍ରଣାଳୟ

ଆଇଏମ୍‌ଟି /୫ଜି ଟେଲିକମ୍ ସେବା ଯୋଗାଣ ନିମନ୍ତେ ସ୍ପେକ୍ଟ୍ରମ ନିଲାମ ପାଇଁ ଟେଲିକମ୍ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି

Posted On: 15 JUN 2022 12:37PM by PIB Bhubaneshwar

 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଦେଶର ସମସ୍ତ ନାଗରିକଙ୍କୁ ସୁଲଭ ମୂଲ୍ୟରେ ଅତ୍ୟାଧୁନିକ, ଉଚ୍ଚମାନର ଟେଲିକମ୍ ସେବା ଯୋଗାଇ ଦେବାକୁ ଅଙ୍ଗୀକାରବଦ୍ଧ । ଦେଶରେ ୪ଜି ଟେଲିକମ୍ ସେବା ପ୍ରବର୍ତ୍ତନ କରି ଉଲ୍ଲେଖନୀୟ ସଫଳତା ପାଇବା ପରେ ସରକାର ଏବେ ୫ଜି ସେବା ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛନ୍ତି । 

୫ଜି ସେବା ପ୍ରବର୍ତ୍ତନ ସହିତ ବର୍ତ୍ତମାନର ଟେଲିକମ୍ ସେବାରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ଟେଲିକମ୍ ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି । ଆଜି (୧୫.୦୬.୨୦୨୨) ବିଭାଗ ପକ୍ଷରୁ ୫ଜି ସେବା ଯୋଗାଣ ପାଇଁ ସ୍ପେକ୍ଟ୍ରମ ନିଲାମ କରିବା ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିସହିତ ସମ୍ପୃକ୍ତ ଆଗ୍ରହୀ ପକ୍ଷଙ୍କ ଠାରୁ ଆବେଦନପତ୍ର ଆହ୍ୱାନ କରାଯାଇଛି । ସେହି ସ୍ପେକ୍ଟ୍ରମ ନିଲାମ ପ୍ରକ୍ରିୟା ୨୦୨୨ ଜୁଲାଇ ୨୭ରେ ଆରମ୍ଭ ହେବ । 

ସ୍ପେକ୍ଟ୍ରମ ନିଲାମର ମୁଖ୍ୟାଂଶ 

ସ୍ପେକ୍ଟ୍ରମ୍‌: 

ଏହି ନିଲାମରେ ୬୦୦ ମେଗାହର୍ଜ, ୭୦୦ ମେଗାହର୍ଜ, ୮୦୦ ମେଗାହର୍ଜ, ୯୦୦ ମେଗାହର୍ଜ, ୧୮୦୦ମେଗାହର୍ଜ, ୨୧୦୦ମେଗାହର୍ଜ, ୨୩୦୦ ମେଗାହର୍ଜର ସବୁ ଧ୍ୱନିତରଙ୍ଗ ଓ ସ୍ପେକ୍ଟ୍ରମ ସହିତ ୨୬ ଗିଗାହର୍ଜ ବ୍ୟାଣ୍ଡ ସାମିଲ ହେବ ।

ଟେକ୍‌ନୋଲୋଜି: ଏହି ନିଲାମ ମାଧ୍ୟମରେ ଆବଣ୍ଟିତ ହେବାକୁ ଥିôବା ସ୍ପେକ୍ଟ୍ରମକୁ ୫ଜି (ଆଇଏମ୍‌ଟି-୨୦୨୦) କିମ୍ବା ଅନ୍ୟ ଟେକ୍‌ନୋଲୋଜି ପାଇଁ ବ୍ୟବହାର କରାଯାଇପାରିବ । ଏହାର ବ୍ୟବହାର ଓ ଉପଯୋଗ ଆକ୍‌ସେସ୍ ସର୍ଭିସ ଲାଇସେନ୍ସ ସର୍ତ୍ତ ଅନୁସାରେ ହେବ । 

ନିଲାମ ପ୍ରକ୍ରିୟା: ଏସ୍‌ଏମ୍‌ଏ ଆର- ଇ ଅକ୍ସନ ବ୍ୟବସ୍ଥାରେ ସ୍ପେକ୍ଟ୍ରମ ନିଲାମ କରାଯିବ । ଏହାର ଅର୍ଥ ସାମଲଟେନ୍‌ସ (ଏକ ସଙ୍ଗରେ) ମଲ୍‌ଟିପୁଲ ରାଉଣ୍ଡ (ବିବିଧ ପର୍ଯ୍ୟାୟ) ଆସେଣ୍ଡିଂ (ଊର୍ଦ୍ଧ୍ୱଗାମୀ) ନୀତିରେ ଏହି ଇ-ନିଲାମ ହେବ ।

ପରିମାଣ: ମୋଟ ୭୨୦୯୭.୮୫ ମେଗାହର୍ଜ ସ୍ପେକ୍ଟ୍ରମ ନିଲାମ ହେବ ।

ସ୍ପେକ୍ଟ୍ରମର ଅବଧି: ସମୁଦାୟ ୨୦ବର୍ଷ ପାଇଁ ଏହି ସ୍ପେକ୍ଟ୍ରମ ନିଲାମ କରାଯିବ । 

ଦେୟ ପ୍ରଦାନ ବ୍ୟବସ୍ଥା: ସଫଳ ନିଲାମଧାରୀମାନଙ୍କୁ ସ୍ପେକ୍ଟ୍ରମ ବାବଦ ଅର୍ଥ ୨୦ଟି ସମାନ ବାର୍ଷିକ କିସ୍ତିରେ ଦେବାକୁ ପଡିବ ଏବଂ ଏନ୍‌ପିଭିକୁ ସୁରକ୍ଷିତ ରଖିବା ପାଇଁ ୭.୨% ହାରରେ ସୁଧ ଦେବାକୁ ହେବ । 

ସ୍ପେକ୍ଟ୍ରମ ଫେରସ୍ତ : ଏହି ନିଲାମରେ ସ୍ପେକ୍ଟ୍ରମ ପାଇଥିବା ସଫଳ ବିଡର ସର୍ବନିମ୍ନ ୧୦ବର୍ଷ ପରେ ଚାହିଁଲେ ତାହାକୁ ସରକାରଙ୍କୁ ଫେରସ୍ତ କରିପାରିବେ । 

ସ୍ପେକ୍ଟ୍ରମ ବ୍ୟବହାର: ଏହି ନିଲାମରେ ଯେଉଁ ସ୍ପେକ୍ଟ୍ରମ ସଫଳ ବିଡରମାନେ ପାଇବେ ତାହାର ବ୍ୟବହାର ଉପରେ କୌଣସି ଦେୟ ବା ଚାର୍ଜ ପଡିବ ନାହିଁ । 

ବ୍ୟାଙ୍କ ଗ୍ୟାରେଣ୍ଟି: ଏଥିରେ ନିଲାମଧାରୀଙ୍କ ପାଇଁ ଥିବା ପୂର୍ବର ଆର୍ଥିକ ବ୍ୟାଙ୍କ ଗ୍ୟାରେଣ୍ଟି (ଏଫ୍‌ବିଜି) ଓ ପ୍ରଦର୍ଶନ ବ୍ୟାଙ୍କ ଗ୍ୟାରେଣ୍ଟି (ପିବିଜି) ଦାଖଲ ବ୍ୟବସ୍ଥାକୁ ଉଠାଇ ଦିଆଯାଇଛି ।

ନିଜସ୍ୱ ଘରୋଇ ନେଟୱାର୍କ: ଲାଇସେନ୍ସଧାରୀ ନିଜସ୍ୱ ନେଟୱାର୍କ ବ୍ୟବସ୍ଥା କରିପାରିବେ । କ୍ୟାପ୍ଟିଭ ନନ୍‌-ପବ୍ଲିକ ନେଟୱାର୍କ ବ୍ୟବସ୍ଥାରେ ଲାଇସେନ୍ସଧାରୀ ଉଦ୍ୟୋଗମାନ ଏହି ସ୍ପେକ୍ଟ୍ରମକୁ ବ୍ୟବହାର କରିପାରିବେ । ତେବେ ସେମାନଙ୍କୁ ନିଲାମରେ ଭାଗ ନେବାକୁ ପଡିବ । 

ସ୍ପେକ୍ଟ୍ରମ ନିଲାମ ସଂକ୍ରାନ୍ତ ସବିଶେଷ ତଥ୍ୟ ଯଥା: ବିଜ୍ଞାପନଭୁକ୍ତ ସମସ୍ତ ଅନ୍ୟାନ୍ୟ ତଥ୍ୟ, ସଂରକ୍ଷିତ ମୂଲ୍ୟ,ପ୍ରାକ୍ ଯୋଗ୍ୟତା ସର୍ତ୍ତ, ଅଗ୍ର୍ରୀମ ଅର୍ଥ ଜମା, ନିଲାମ ନିୟମାବଳୀ, ସର୍ତ୍ତାବଳୀ ଅନ୍ୟାନ୍ୟ ତଥ୍ୟ ଟେଲିକମ୍ ବିଭାଗର ନିମ୍ନ ୱେବସାଇଟିରୁ ମିଳିପାରିବ ।

ଏହାକୁ -https://dot.gov.in/spectrum-management/2886 ରେ ଆକ୍‌ସେସ୍ କରିହେବ।

 

*****

TKM/SLP



(Release ID: 1834392) Visitor Counter : 224