ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜୁନ୍‍ ୯ ତାରିଖରେ ପ୍ରଗତି ମଇଦାନରେ ବାୟୋଟେକ୍ ଷ୍ଟାର୍ଟଅପ୍ ଏକ୍ସପୋ - ୨୦୨୨ କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

Posted On: 07 JUN 2022 6:44PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୯ ଜୁନ୍ ଦିନ ପୂର୍ବାହ୍ନ ୧୦:୩୦ ରେ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ବାୟୋଟେକ୍ ଷ୍ଟାର୍ଟଅପ୍ ଏକ୍ସପୋ - ୨୦୨୨ ର ଉଦଘାଟନ କରିବେ । ଏହି ଅବସରରେ ତାଙ୍କର ସମ୍ବୋଧନ ପରେ ପରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । 

ବାୟୋଟେକ୍ ଷ୍ଟାର୍ଟଅପ୍ ଏକ୍ସପୋ – ୨୦୨୨ ଦୁଇ ଦିନିଆ କାର୍ଯ୍ୟକ୍ରମ ଜୁନ୍‍ ୯ ଏବଂ ୧୦ ରେ ହେବ । ବାୟୋଟେକ୍ନୋଲୋଜି ବିଭାଗ ଏବଂ ବାୟୋଟେକ୍ନୋଲୋଜି ଶିଳ୍ପ ଅନୁସନ୍ଧାନ ସହାୟତା ପରିଷଦ (ବିଆଇଆରଏସି) ଦ୍ୱାରା ଏହା ଆୟୋଜିତ ହେଉଛି । ବିଆଇଆରଏସି ସ୍ଥାପନର ଦଶ ବର୍ଷ ପୂର୍ତ୍ତି ଅବସରରେ ଏହା ଅନୁଷ୍ଠିତ ହେଉଛି । ଏକ୍ସପୋର ବିଷୟବସ୍ତୁ ହେଉଛି " ବାୟୋଟେକ ଷ୍ଟାର୍ଟଅପ୍ ଇନୋଭେସନ୍ସ: ଆତ୍ମ ନିର୍ଭର ଭାରତ ଅଭିମୁଖେ”।

ଉଦ୍ୟୋଗୀ, ନିବେଶକ, ଶିଳ୍ପପତି, ବୈଜ୍ଞାନିକ, ଅନୁସନ୍ଧାନକାରୀ, ବାୟୋ-ଇନକ୍ୟୁବେଟର, ଉତ୍ପାଦକ, ନିୟାମକ, ସରକାରୀ ଅଧିକାରୀ ଇତ୍ୟାଦିଙ୍କୁ ସଂଯୋଗ କରିବା ପାଇଁ ଏହି ଏକ୍ସପୋ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ । ଏକ୍ସପୋରେ ପ୍ରାୟ ୩୦୦ ଷ୍ଟଲ୍ ପ୍ରତିଷ୍ଠା ହେବ ଏବଂ ବିଭିନ୍ନ କ୍ଷେତ୍ରରେ ଜୈବ ପ୍ରଯୁକ୍ତିବିଦ୍ୟା ଯେପରିକି ସ୍ୱାସ୍ଥ୍ୟସେବା, ଜେନୋମିକ୍ସ, ବାୟୋଫାର୍ମା, କୃଷି, ଶିଳ୍ପ ବାୟୋଟେକ୍ନୋଲୋଜି, ବର୍ଜ୍ୟବସ୍ତୁରୁ ସମ୍ପଦ, ସ୍ୱଚ୍ଛ ଶକ୍ତି ଆଦି ପ୍ରଦର୍ଶିତ ହେବ ।

HS



(Release ID: 1831896) Visitor Counter : 198