ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜୁନ ୫ ତାରିଖରେ "ମୃତ୍ତିକା ସଂରକ୍ଷଣ ଅଭିଯାନ” କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ

Posted On: 04 JUN 2022 9:37AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ପରିବେଶ ଦିବସ ଅବସରରେ ଜୁନ୍ ୫ ତାରିଖ ପୂର୍ବାହ୍ନ ୧୧ ଟା ସମୟରେ ବିଜ୍ଞାନ ଭବନରେ "ମୃତ୍ତିକା ସଂରକ୍ଷଣ ଅଭିଯାନ” କାର୍ଯ୍ୟକ୍ରମରେ ଯୋଗଦେବେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମଧ୍ୟ ସମାବେଶକୁ ସମ୍ବୋଧିତ କରିବେ ।

‘ମୃତ୍ତିକା ସଂରକ୍ଷଣ ଅଭିଯାନ’ ହେଉଛି ଏକ ବିଶ୍ୱ ସ୍ତରୀୟ ଆନ୍ଦୋଳନ ଯେଉଁଥିରେ ମୃତ୍ତିକାର ଅବନତି ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏହାର ଉନ୍ନତି ପାଇଁ ଏକ ସଚେତନ ପ୍ରତିକ୍ରିୟା ଆଣିବା । ମାର୍ଚ୍ଚ ୨୦୨୨ରେ ସଦଗୁରୁ ଏହି ଆନ୍ଦୋଳନ ଆରମ୍ଭ କରିଥିଲେ, ଯିଏ କି ୨୭ଟି ଦେଶ ଦେଇ ୧୦୦ ଦିନିଆ ମୋଟରସାଇକେଲ ଯାତ୍ରା କରିଥିଲେ । ୫ ଜୁନରେ ୧୦୦ ଦିନ ଯାତ୍ରାର ୭୫ତମ ଦିନ ଅଟେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ ଭାରତରେ ମୃତ୍ତିକାର ଗୁଣମାନରେ ଉନ୍ନତି ଆଣିବା ପାଇଁ ଅଂଶୀଦାରିତ ଚିନ୍ତାଧାରା ଏବଂ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିବ ।

HS



(Release ID: 1831056) Visitor Counter : 143