ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ଛତିଶଗଡ ରାଜ୍ୟର ସୁକମା, ଦାନ୍ତେୱାଡା ଓ ବିଜାପୁର ଜିଲ୍ଲାରେ ଆଭ୍ୟନ୍ତରୀଣ ଅଞ୍ଚଳରୁ ସିଆରପିଏଫରେ କନେଷ୍ଟବଳ ନିଯୁକ୍ତି ପାଇଁ ଆଦିବାସୀ ଯୁବକଙ୍କୁ ସୁବିଧା ଦେବା ପାଇଁ ଶିକ୍ଷାଗତ ଯୋଗ୍ୟତା କୋହଳ କରିବାକୁ କ୍ୟାବିନେଟରେ ଅନୁମୋଦନ

Posted On: 01 JUN 2022 4:38PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକରେ ଦକ୍ଷିଣ ଛତିଶଗଡର ତିନିଟିଜିଲ୍ଲା ଯଥା ବିଜାପୁର, ଦାନ୍ତେୱାଡା ଓ ସୁକମାରେ ୪୦୦ ସିଆରପିଏଫ କନଷ୍ଟେବଳ ନିଯୁକ୍ତି ନିମନ୍ତେ ଶିକ୍ଷାଗତ ଯୋଗ୍ୟତା ଦଶମରୁ ଅଷ୍ଟମ ଶ୍ରେଣୀ  କରିବା ଏକ ପ୍ରସ୍ତାବ ଅନୁମୋଦିତ ହୋଇଛି । କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତ ପ୍ରସ୍ତାବ ଦିଆଯାଇଥିଲା ।

ଏହି ସବୁ ଜିଲ୍ଲାରେ ଆଭ୍ୟନ୍ତରୀଣ ଅଞ୍ଚଳରେ ସ୍ଥାନୀୟ ଖବର କାଗଜ ଜରିଆରେ ବ୍ୟାପକ ପ୍ରଚାର କରି ନିଯୁକ୍ତି ରାଲୀ ପାଇଁ ସଚେତନତା ସୃଷ୍ଟି କରିବା ସହ ନୂତନ ଭାବେ ନିଯୁକ୍ତି କନଷ୍ଟେବଳମାନଙ୍କୁ ସେମାନଙ୍କର ପ୍ରଶିକ୍ଷଣ କାଳରେ ଆନୁଷ୍ଠାନିକ ଶିକ୍ଷା ପ୍ରଦାନ ପାଇଁ ମଧ୍ୟ କୁହାଯାଇଛି ।

ଛତିଶଗଡ ରାଜ୍ୟର ବିଜାପୁର, ଦାନ୍ତେୱାଡା ଓ ସୁକମା ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳର ୪୦୦ ଆଦିବାସୀ ଯୁବକ ଏଥିପାଇଁ ନିଯୁକ୍ତି ସୁଯୋଗ ପାଇବେ । ନିଯୁକ୍ତି ଲାଗି ଶାରୀରିକ ଦକ୍ଷତାରେ ମଧ୍ୟ କୋହଳତା ନେଇ ଗୃହବ୍ୟପାର ମନ୍ତ୍ରଣାଳୟ ପକ୍ଷରୁ ଅବଗତ କରାଯିବ

କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳର ଏକ ଅଙ୍ଗ ଭାବ ସିଆରପିଏଫ ମୌଳିକତଃ ଆଇନ ଶୃଙ୍ଖଳା ରକ୍ଷା, ଆତଙ୍କବାଦ ନିରୋଧୀ କାର୍ଯ୍ୟାନୁଷ୍ଠାନ, ଆଭ୍ୟନ୍ତରୀଣ ସୁରକ୍ଷା ଇତ୍ୟାଦି କାର୍ଯ୍ୟ କରିଥାଏ । ଏକ   ନିତ୍ୟାନ୍ତ ଜରୁରୀ ଆବଶ୍ୟକତା ସ୍ୱରୂପ ସିଆରପିଏଫ ୪୦୦ ସ୍ଥାନୀୟ ଆଦିବାସୀ ଯୁବକଙ୍କୁ କନଷ୍ଟେବଳ (ସାଧାରଣ କର୍ତ୍ତବ୍ୟ) ଭାବେ ଛତିଶଗଡରେ ଅପେକ୍ଷାକୃତ ଅନଗ୍ରସର ଜିଲ୍ଲାରୁ ନିଯୁ୍‌କ୍ତି ଦେବାକୁ  ପ୍ରସ୍ତାବ ଦେଇଛି । ଚାକିରିରେ ନ୍ୟୂନତମ ଶିକ୍ଷାଗତ ଯୋଗ୍ୟତା ଯାହାକି ଦଶମ ଶ୍ରେଣୀ ରଖାଯାଇଛି ସେଥିରେ ଉତ୍ତୀର୍ଣ୍ଣ  ହେବା ପରେ ଯାଇ ସେମାନେ ଚାକିରିରେ ସ୍ଥାୟୀ ହେବେ । ସେଥିପାଇଁ ଏହି ନବନିଯୁକ୍ତିୟମାନଙ୍କ ଆନୁଷ୍ଠାନିକ ଶିକ୍ଷା ପ୍ରଦାନ କରାଯିବ  । ସିଆରପିଏଫ ପକ୍ଷରୁ ପାଠ୍ୟପୁସ୍ତକ ଓ ତାଲିମ ଯୋଗାଇ ଦିଆଯିବ । ନବନିଯୁକ୍ତମାନଙ୍କ ଶିକ୍ଷାଗତ ଯୋଗ୍ୟତା ହାସଲ ନିମନ୍ତେ  ଆବଶ୍ୟକ  ହେଲେ ସେମାନଙ୍କ ପ୍ରଶିକ୍ଷଣ ଅବଧିକୁ ମଧ୍ୟ ବଢାଯାଇପାରିବ । ସେମାନଙ୍କୁ ଦଶମ ଶ୍ରେଣୀ ପରୀକ୍ଷାରେ ବସିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପଞ୍ଜୀକୃତ ଜାତୀୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନର ପଞ୍ଜୀକୃତ କରାଯିବ ।

୨୦୧୬-୧୭ରେ ସିଆରପିଏଫର ଚାରିଟି ଜିଲ୍ଲା ଯଥା ବିଜାପୁର, ଦାନ୍ତେୱାଡା,ନାରାୟଣପୁର ଓ ସୁକମାରୁ ତଫସିଲଭୁକ୍ତ ଉପଜାତି ପ୍ରାର୍ଥୀଙ୍କୁ ନିଯୁକ୍ତି ନେଇ ବସ୍ତରୀୟ ବାଟାଲିୟନ ଗଠନ କରିଥିଲା । ମାତ୍ର ସ୍ଥାନୀୟ ଯୁବକଙ୍କ ଶିକ୍ଷାଗତ ଯୋଗ୍ୟତା ଦଶମ ପାସ ଅଭାବରୁ ଏହା ସଫଳ ହୋଇପାରି ନ ଥିଲା ।

 

****

SM/SLP



(Release ID: 1830198) Visitor Counter : 143