ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କେ.କେ ନାମରେ ଜଣାଶୁଣା ପ୍ରସିଦ୍ଧ ଗାୟକ କ୍ରିଷ୍ଣକୁମାର କୁନ୍ନାଥଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ

Posted On: 01 JUN 2022 12:30AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେ.କେ ନାମରେ ଜଣାଶୁଣା ପ୍ରସିଦ୍ଧ ଗାୟକ କ୍ରିଷ୍ଣକୁମାର କୁନ୍ନାଥଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ ତାଙ୍କ ଗୀତ ସବୁ ବୟସର ଲୋକଙ୍କ ପାଇଁ ବିଭିନ୍ନ ପ୍ରକାରର ଭାବନାକୁ ପ୍ରତିଫଳିତ କରିଛି । 

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“କେ.କେ ନାମରେ ଜଣାଶୁଣା ପ୍ରସିଦ୍ଧ ଗାୟକ କ୍ରିଷ୍ଣକୁମାର କୁନ୍ନାଥଙ୍କ ଅକାଳ ବିୟୋଗରେ ଦୁଃଖିତ । ତାଙ୍କ ଗୀତରେ ବିଭିନ୍ନ ବୟସ ବର୍ଗର ଲୋକଙ୍କ ମନରେ ଉତ୍ସାହ ସୃଷ୍ଟି ହେଉଥିଲା । ଆମେ ତାଙ୍କ ଗୀତ ମାଧ୍ୟମରେ ତାଙ୍କୁ ସର୍ବଦା ମନେ ରଖିବୁ । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ସମବେଦନା । ଓମ୍ ଶାନ୍ତି ।”

HS



(Release ID: 1830084) Visitor Counter : 120