ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କେ.କେ ନାମରେ ଜଣାଶୁଣା ପ୍ରସିଦ୍ଧ ଗାୟକ କ୍ରିଷ୍ଣକୁମାର କୁନ୍ନାଥଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
01 JUN 2022 12:30AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେ.କେ ନାମରେ ଜଣାଶୁଣା ପ୍ରସିଦ୍ଧ ଗାୟକ କ୍ରିଷ୍ଣକୁମାର କୁନ୍ନାଥଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ ତାଙ୍କ ଗୀତ ସବୁ ବୟସର ଲୋକଙ୍କ ପାଇଁ ବିଭିନ୍ନ ପ୍ରକାରର ଭାବନାକୁ ପ୍ରତିଫଳିତ କରିଛି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“କେ.କେ ନାମରେ ଜଣାଶୁଣା ପ୍ରସିଦ୍ଧ ଗାୟକ କ୍ରିଷ୍ଣକୁମାର କୁନ୍ନାଥଙ୍କ ଅକାଳ ବିୟୋଗରେ ଦୁଃଖିତ । ତାଙ୍କ ଗୀତରେ ବିଭିନ୍ନ ବୟସ ବର୍ଗର ଲୋକଙ୍କ ମନରେ ଉତ୍ସାହ ସୃଷ୍ଟି ହେଉଥିଲା । ଆମେ ତାଙ୍କ ଗୀତ ମାଧ୍ୟମରେ ତାଙ୍କୁ ସର୍ବଦା ମନେ ରଖିବୁ । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ସମବେଦନା । ଓମ୍ ଶାନ୍ତି ।”
HS
(ରିଲିଜ ଆଡି: 1830084)
ପରିଦର୍ଶକ କାଉଣ୍ଟର : 187
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam