ଅର୍ଥ ମନ୍ତ୍ରଣାଳୟ

୩୧ ମେ’ ସୁଦ୍ଧା କେନ୍ଦ୍ର ରାଜ୍ୟ ମାନଙ୍କୁ ସମ୍ପୂର୍ଣ୍ଣ ଜିଏସ୍‌ଟି କ୍ଷତିପୂରଣ ଦେୟ ପ୍ରଦାନ କରିଛି


Posted On: 31 MAY 2022 5:08PM by PIB Bhubaneshwar

ଭାରତ ସରକାର ୩୧ ମେ ୨୦୨୨ ତାରିଖ ସୁଦ୍ଧା ରାଜ୍ୟ ମାନଙ୍କୁ ଜିଏସ୍‌ଟି କ୍ଷତିପୂରଣ ବାବଦକୁ  ପ୍ରଦାନ କରାଯିବାକୁ ଥିବା ୮୬,୯୧୨ କୋଟି ଟଙ୍କା ପ୍ରଦାନ କରିଛନ୍ତି । ରାଜ୍ୟ ମାନଙ୍କୁ ସେମାନଙ୍କ ସମ୍ବଳ ପରିଚାଳନାରେ ସହାୟତା କରିବା ଏବଂ ଆର୍ôଥକ ବର୍ଷରେ ସେମାନଙ୍କର କାର୍ଯ୍ୟକ୍ରମ, ବିଶେଷ କରି ପୁଞ୍ଜି ଉପରେ ବ୍ୟୟ କାର୍ଯ୍ୟକ୍ରମକୁ ସଫଳତାର ସହିତ ସୁନିଶ୍ଚିତ କରିବା କ୍ଷେତ୍ରରେ ସହାୟତା କରିବା ପାଇଁ ଏହି ନିଷ୍ପତି ନିଆ ଯାଇଥିଲା । ଜିଏସ୍‌ଟି କ୍ଷତିପୂରଣ ପାଣ୍ଠିରେ ମାତ୍ର ୨୫,୦୦୦ କୋଟି ଟଙ୍କା ଉପଲବ୍ଧ ଥିବା ସତ୍ୱେ ଏହି ନିଷ୍ପତି ନିଆଯାଇଛି । ସେସ୍ ବାବଦକୁ ଆଦାୟ ହେବାକୁ ଥିବା ବକେୟା ରାଶିକୁ ଆଧାର କରି କେନ୍ଦ୍ର ସରକାର ଏହି ଦେୟ ପ୍ରଦାନ କରୁ ଅଛନ୍ତି ।

ଦେଶରେ ସାମଗ୍ରୀ ଏବଂ ସେବା ଟିକସ ୧ ଜୁଲାଇ, ୨୦୧୭ରେ ଲାଗୁ କରା ଯାଇଥିଲା ଏବଂ ରାଜ୍ୟ ଗୁଡିକୁ ଜିଏସ୍‌ଟି ଅଧିନିୟମ (ରାଜ୍ୟ ମାନଙ୍କୁ କ୍ଷତିପୂରଣ), ୨୦୧୭ର ପ୍ରାବଧାନ ଗୁଡିକ ଅନୁସାରେ ଜିଏସ୍‌ଟିର କାର୍ଯ୍ୟନ୍ୱୟନ କାରଣରୁ ହୋଇଥିବା କୌଣସି ପ୍ରକାରର ରାଜସ୍ୱ କ୍ଷତି ନିମନ୍ତେ ପାଂଚ ବର୍ଷ ପର୍ଯ୍ୟନ୍ତ କ୍ଷତିପୂରଣ ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ମାନଙ୍କୁ ଆଶ୍ୱାସନା ପ୍ରଦାନ କରା ଯାଇଥିଲା । ରାଜ୍ୟ ଗୁଡିକୁ କ୍ଷତିପୂରଣ ଦେବା ପାଇଁ, କିଛି ସାମଗ୍ରୀ ଉପରେ ଅଧିଶେଷ (ସେସ୍‌) ଲାଗୁ କରା ଯାଉଛି ଏବଂ ସମସ୍ତ ସେସ୍ ରାଶିକୁ କ୍ଷତିପୂରଣ କୋଷରେ ଜମା କରାଯାଉଛି । ରାଜ୍ୟ ଗୁଡିକୁ କ୍ଷତିପୂରଣ ବାବଦକୁ ଅର୍ଥ ୧ ଜୁଲାଇ ୨୦୧୭ ତାରିଖରୁ କ୍ଷତିପୂରଣ ପାଣ୍ଠିରୁ ପ୍ରଦାନ କରାଯାଉଛି ।

୨୦୧୭ -୧୮, ୨୦୧୮ - ୧୯ ପାଇଁ ରାଜ୍ୟ ମାନଙ୍କୁ ଦ୍ୱି ମାସିକ ଜିଏସ୍‌ଟି କ୍ଷତିପୂରଣ ବାବଦ ଦେୟ କ୍ଷତିପୂରଣ ପାଣ୍ଠିରୁ ଠିକ୍ ସମୟରେ ପ୍ରଦାନ କରା ଯାଇଥିଲା । ରାଜ୍ୟ ଗୁଡିକର ସଂରକ୍ଷିତ ରାଜସ୍ୱ ୧୪% ଯୌଗିକ ହାରରେ ବୃଦ୍ଧି ପାଉଥିବା ବେଳେ ସେହି ସମୟରେ ସେସ୍ ସଂଗ୍ରହ ସମାନ ଅନୁପାତରେ ବୃଦ୍ଧି ପାଇଲା ନାହିଁ, କୋଭିଡ୍‌- ୧୯ ପୁଣି ସେସ୍ ଆଦାୟରେ ହ୍ରାସ ସହିତ ସଂରକ୍ଷିତ ରାଜସ୍ୱ ଏବଂ ପ୍ରକୃତ ରାଜସ୍ୱ ଆଦାୟ ମଧ୍ୟରେ ବ୍ୟବଧାନକୁ ଅଧିକ ବଢ଼ାଇ ଦେଲା ।

କମ୍ ପରିମାଣର କ୍ଷତିପୂରଣ ପ୍ରଦାନ କରାଯିବା କାରଣରୁ ରାଜ୍ୟ ଗୁଡିକର ସମ୍ବଳ ବ୍ୟବଧାନକୁ ସମ୍ପୂର୍ଣ୍ଣ କରିବା ନିମନ୍ତେ, କେନ୍ଦ୍ର ୨୦୨୦ -୨୧ରେ ୧.୧ ଲକ୍ଷ କୋଟି ଟଙ୍କା ଉଧାର କରିଛି ଏବଂ ୨୦୨୧- ୨୨ରେ ୧.୫୯ ଲକ୍ଷ କୋଟି ଟଙ୍କା ସେସ୍ ଆଦାୟରେ ଘଟିଥିବା ହ୍ରାସର ଏକ ଅଂଶକୁ ଭରଣା କରିବା ପାଇଁ ବ୍ୟାକ୍ - ଟୁ - ବ୍ୟାକ୍ ଋଣ ରୂପରେ ପ୍ରଦାନ କରିଛି । ଉପରୋକ୍ତ ନିର୍ଣ୍ଣୟ ଉପରେ ସମସ୍ତ ରାଜ୍ୟ ସହମତ ହୋଇଛନ୍ତି । ଏହା ବ୍ୟତୀତ କେନ୍ଦ୍ର ଏହି ବ୍ୟବଧାନକୁ ପୂରଣ କରିବା ପାଇଁ ପାଣ୍ଠିରୁ ନିୟମିତ ରୂପରେ ଜିଏସ୍‌ଟି ବାବଦକୁ କ୍ଷତିପୂରଣ ମଧ୍ୟ ପ୍ରଦାନ କରି ଚାଲିଛି ।

କେନ୍ଦ୍ର ଏବଂ ରାଜ୍ୟ ଗୁଡିକର ସଂଯୁକ୍ତ ପ୍ରୟାସ ଗୁଡିକ ଯୋଗୁଁ, ସେସ୍ ସହିତ ସମସ୍ତ ମାସିକ ଜିଏସ୍‌ଟି ସଂଗ୍ରହରେ ଉଲ୍ଲେଖନୀୟ ପ୍ରଗତି ହୋଇଛି । ଗତ ଆର୍ଥିକ ବର୍ଷ ଗୁଡିକରେ ଏବଂ ଚଳିତ ଆର୍ଥିକ ବର୍ଷର ଏପ୍ରିଲ୍ - ମେ ମାସର ଅବଧି ନିମନ୍ତେ ପ୍ରଦାନ କରାଯିବାକୁ ଥିବା  ଜିଏସ୍‌ଟି କ୍ଷତିପୂରଣର ବିବରଣୀ ନିମ୍ନରେ ପ୍ରଦାନ କରା ଯାଇଥିବା ତାଲିକା ଅନୁସାରେ ଦିଆ ଯାଇଛି ।

 

(i)

Dues for the months of April and May, 2022

 

Rs.17,973 crores

(ii)

Dues for the months of February and March, 2022

 

Rs.21,322 crores

(iii)

Balance of compensation payable upto January 2022

 

Rs.47,617 crores

 

Total

Rs.86,912 crores*

*State-wise break-up is given in a separate table. 

ଏହି ୮୬,୯୧୨ କୋଟି ଟଙ୍କାର ଦେୟ ସହିତ ମେ ୨୦୨୨ ପର୍ଯ୍ୟନ୍ତ ରାଜ୍ୟ ଗୁଡିକୁ କ୍ଷତିପୂରଣର ସମ୍ପୂର୍ଣ୍ଣ ରାଶି ପ୍ରଦାନ କରାଯାଇଛି । କେବଳ ୨୦୨୨ ନିମନ୍ତେ କ୍ଷତିପୂରଣ ରାଶି ବାକି ରହିବ ।

 

STATE-WISE BREAK-UP (Amount Rs. In Crore)

S. No.

Name of State/UT

Amount released

(1)

(2)

(3)

1

Andhra Pradesh

3199

2

Assam

232

3

Chhattisgarh

1434

4

Delhi

8012

5

Goa

1291

6

Gujarat

3364

7

Haryana

1325

8

Himachal Pradesh

838

9

Jharkhand

1385

10

Karnataka

8633

11

Kerala

5693

12

Madhya Pradesh

3120

13

Maharashtra

14145

14

Puducherry

576

15

Punjab

5890

16

Rajasthan

963

17

Tamil Nadu

9602

18

Telangana

296

19

Uttar Pradesh

8874

20

Uttarakhand

1449

21

West Bengal

6591

 

Total

86912

 

 

****

SSP

 

 



(Release ID: 1829914) Visitor Counter : 168