ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତ - ପ୍ରଶାନ୍ତ ମହାସାଗରୀୟ ଅର୍ଥନୈତିକ ସଂରଚନାର ଘୋଷଣା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍‌ବୋଧନ

Posted On: 23 MAY 2022 4:57PM by PIB Bhubaneshwar

ଏକ ଅନ୍ତର୍ଭୁକ୍ତିମୂଳକ ତଥା ନମନୀୟ ଭାରତ ପ୍ରଶାନ୍ତ - ମହାସାଗରୀୟ ଅର୍ଥନୀତିକ ସଂରଚନା ନିର୍ମାଣ ନିମନ୍ତେ ଉପସ୍ଥିତ ଆମେରିକାର ରାଷ୍ଟ୍ରପତି ବାଇଡେନ୍ ଏବଂ ଜାପାନର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଫୁମିଓ କିଶିଦା, ଆଭାସୀ ମାଧ୍ୟମରେ ଆମ ସହିତ ଯୋଡି ହୋଇଥିବା ଆମର ସମସ୍ତ ନେତାଗଣ ।

 ମହାମହିମଗଣ,

ଆଜି ଏହି ମହତ୍ୱପୂର୍ଣ୍ଣ ସମାରୋହରେ ଆପଣ ସମସ୍ତଙ୍କ ସହିତ ସମ୍ପୃକ୍ତ ହେବା ମୋତେ ଢେର ଆନନ୍ଦ ପ୍ରଦାନ କରିଛି । ଭାରତ - ପ୍ରଶାନ୍ତ ମହାସାଗରୀୟ ଅର୍ଥନୈତିକ ସଂରଚନା ଏହି କ୍ଷେତ୍ରକୁ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧିର ବାହକ କରିବା ନିମନ୍ତେ ଆମ ସମସ୍ତଙ୍କର ସାମୂହିକ ଇଚ୍ଛାଶକ୍ତିର ଏକ ଘୋଷଣାନାମା ଅଟେ । ଏହି ମହତ୍ୱପୂର୍ଣ୍ଣ ପଦକ୍ଷେପ ନିମନ୍ତେ ମୁଁ ଆମେରିକାର ରାଷ୍ଟ୍ରପତି ବାଇଡେନ୍‌ଙ୍କୁ ବହୁତ ବହୁତ ଧନ୍ୟବାଦ ପ୍ରଦାନ କରୁଛି । ଭାରତ - ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଉତ୍ପାଦନ, ଆର୍ଥିକ କାର୍ଯ୍ୟକ୍ରମ, ବିଶ୍ୱ ବାଣିଜ୍ୟ ଏବଂ ନିବେଶର କେନ୍ଦ୍ର ଅଟେ । ଇତିହାସ ଏହି କଥାର ସାକ୍ଷୀ ଯେ, ଭାରତ - ପ୍ରଶାନ୍ତ - ମହାସାଗରୀୟ କ୍ଷେତ୍ରର ବାଣିଜ୍ୟ ପ୍ରବାହରେ ଭାରତ ବହୁ ପୂର୍ବରୁ ଏକ ପ୍ରମୁଖ କେନ୍ଦ୍ର ହୋଇ ରହି ଆସିଛି । ଏହା ଉଲ୍ଲେଖ କରାଯିବା ଯୋଗ୍ୟ ଯେ, ବିଶ୍ୱର ସବୁଠାରୁ ପୁରୁଣା ବାଣିଜ୍ୟିକ ବନ୍ଦର ଭାରତରେ, ମୋର ନିଜ ରାଜ୍ୟ ଗୁଜରାଟର ଲୋଥାଲ୍‌ରେ ରହିଥିଲା । ତେଣୁ, ଏହା ଅତ୍ୟାବଶ୍ୟକ ଅଟେ ଯେ, ଆମେ ଏହି ଅଂଚଳର ଆର୍ଥିକ ଆହ୍ୱାନ ଗୁଡ଼ିକର ସାମନା କରିବା ପାଇଁ ଭାଗିଦାରୀତା ଆଧାରରେ ସମସ୍ତଙ୍କ ପାଇଁ ସାଧାରଣ ଏବଂ ରଚନାତ୍ମକ ସମାଧାନର ପନ୍ଥା ବାହାର କରିବା ଉଚିତ୍ ।

ମହାମହିମଗଣ,

ଭାରତ ଇଚ୍ଛା କରେ ଯେ, ଏକ  ପ୍ରତ୍ୟାଶୀ ଯୋଗାଣ ଶୃଙ୍ଖଳାର ତିନି ଗୋଟି ମୁଖ୍ୟ ସ୍ତମ୍ଭ ରହିବା ଉଚିତ୍‌: ବିଶ୍ୱାସ, ସ୍ୱଚ୍ଛତା ଏବଂ ସମୟାନୁବର୍ତିତା । ମୋର ଦୃଢ଼ ବିଶ୍ୱାସ ରହିଛି ଯେ, ଏହି ସଂରଚନା (ଫ୍ରେମୱର୍କ) ଏହି ତିନି ଗୋଟି ସ୍ତମ୍ଭକୁ ସୁଦୃଢ଼ କରିବା ନିମନ୍ତେ ସହାୟକ ହେବ ଏବଂ ଭାରତ - ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ବିକାଶ, ଶାନ୍ତି ଏବଂ ସମୃଦ୍ଧିର ମାର୍ଗକୁ ପ୍ରଶସ୍ତ କରିବ ।

ଅଶେଷ ଅଶେଷ ଧନ୍ୟବାଦ ।

***

SSP



(Release ID: 1827742) Visitor Counter : 137