କ୍ୟାବିନେଟ

ଜାତୀୟ ଜୈବ ଇନ୍ଧନ ନୀତି – ୨୦୧୮ରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

Posted On: 18 MAY 2022 1:14PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକରେ ଜାତୀୟ ଜୈବ ଇନ୍ଧନ ନୀତି -୨୦୧୮ରେ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରି ମିଳିଛି ।

ଜାତୀୟ ଜୈବ ଇନ୍ଧନ ନୀତିକୁ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଜରିଆରେ ୨୦୦୯ରେ ଲାଗୁ କରାଯାଇଥିଲା । ଏହା ସ୍ଥାନରେ “ଜାତୀୟ ଜୈବ ଇନ୍ଧନ ନୀତି-୨୦୧୮”କୁ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ପକ୍ଷରୁ ୪ ଜୁନ ୨୦୧୮ରେ ବିଜ୍ଞପିତ କରାଯାଇଥିଲା ।

 ଜୈବ ଇନ୍ଧନ କ୍ଷେତ୍ରରେ ହେବାକୁ ଥିବା ପ୍ରଗତିକୁ ଧ୍ୟାନରେ ରଖି ଜାତୀୟ ଜୈବ ଇନ୍ଧନ ସମନ୍ବୟ ସମିତି (ଏନବିସିସି)ର ବିଭିନ୍ନ ବୈଠକରେ ଜୈବ ଇନ୍ଧନ ଉତ୍ପାଦନ ବଢ଼ାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ସେହିପରି ଏପ୍ରିଲ ପହିଲା, ୨୦୨୩ ଠାରୁ ସାରା ଦେଶରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ଇଥାନଲ ଥିବା ଇଥାନଲ ମିଶ୍ରିତ ପେଟ୍ରୋଲ ବିକ୍ରି ଲାଗି ପ୍ରାରମ୍ଭିକ ପ୍ରୟାସ କରିବା ନିମନ୍ତେ ସ୍ଥାୟୀ ସମିତି ସୁପାରିସ କରିଛି । ଏହାକୁ ଦୃଷ୍ଟିରେ ରଖି ଜାତୀୟ ଜୈବ ଇନ୍ଧନ ନୀତିରେ ସଂଶୋଧନ କରାଯାଉଛି ।

ଜାତୀୟ ଜୈବ ଇନ୍ଧନ ନୀତି ପାଇଁ ମଞ୍ଜୁରିପ୍ରାପ୍ତ ମୁଖ୍ୟ ସଂଶୋଧନ ନିମ୍ନରେ ଦିଆଗଲା :

ଜୈବ ଇନ୍ଧନ ଉତ୍ପାଦନ ପାଇଁ ଫିଡଷ୍ଟକ୍ସକୁ ମଞ୍ଜୁରି;

ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶ୍ର ଲକ୍ଷ୍ୟକୁ ଇଏସଓ୍ବାଇ ୨୦୩୦ ପୂର୍ବରୁ ୨୦୨୫-୨୬ ଠାରୁ ହାସଲ କରିବା ପାଇଁ ପ୍ରାରମ୍ଭିକ ପ୍ରୟାସ କରିବା;

ମେକ୍ ଇନ୍ କାର୍ଯ୍ୟକ୍ରମ ଅଧୀନରେ ସ୍ବତନ୍ତ୍ର ଆର୍ଥିକ ଜୋନ (ଏସଇଜେଡ), ରପ୍ତାନି ଉନ୍ମୁଖ ୟୁନିଟ (ଇଓୟୁ) ଜରିଆରେ ଦେଶରେ ଜୈବ ଇନ୍ଧନ ଉତ୍ପାଦନକୁ ପ୍ରୋତ୍ସାହନ;

ଏନବିସିସିରେ ନୂଆ ସଦସ୍ୟଙ୍କୁ ସାମିଲ କରିବା;

ସ୍ବତନ୍ତ୍ର କ୍ଷେତ୍ରରେ ଜୈବ ଇନ୍ଧନ ରପ୍ତାନିକୁ ଅନୁମତି ଦେବା ଏବଂ 

ଜାତୀୟ ଜୈବ ଇନ୍ଧନ ସମନ୍ବୟ ସମିତିର ବୈଠକ ସମୟରେ ନିଆଯାଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଲାଗି ନୀତିରେ ରହିଥିବା କେତେକ ବାକ୍ୟକୁ କାଟିବା ଓ ସେଥିରେ ସଂଶୋଧନ କରିବା ।

ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେବା ଫଳରେ ସ୍ବଦେଶୀ ପ୍ରଯୁକ୍ତି ବିକାଶ ପାଇଁ ଆକର୍ଷଣ ଓ ସମର୍ଥନ ବଢ଼ିବ । ଯାହାଫଳରେ ମେକ୍ ଇନ ଇଣ୍ଡିଆ ଅଭିଯାନ ପାଇଁ ମାର୍ଗପ୍ରଶସ୍ତ ହେବ ତଥା ଅଧିକ ରୋଜଗାର ସୁଯୋଗ ସୃଷ୍ଟି ହେବ ।

୨୦୧୮ରେ ବର୍ତ୍ତମାନର ଜାତୀୟ ଜୈବ ଇନ୍ଧନ ନୀତି ପ୍ରଣୟନ କରାଯାଇଥିଲା । ଏହି ପ୍ରସ୍ତାବିତ ସଂଶୋଧନ ପରେ ମେକ୍ ଇନ୍ ଇଣ୍ଡିଆ ଅଭିଯାନ ପାଇଁ ମାର୍ଗ ପ୍ରଶସ୍ତ ହେବ । ଏଥିସହିତ ଅଧିକରୁ ଅଧିକ ମାତ୍ରାରେ ଜୈବ ଇନ୍ଧନ ଉତ୍ପାଦନ ଜରିଆରେ ପେଟ୍ରୋଲିୟମ ଉତ୍ପାଦ ଆମଦାନୀକୁ ହ୍ରାସ କରାଯିବା ସମ୍ଭବ ହୋଇପାରିବ । ଜୈବ ଇନ୍ଧନ ପାଇଁ ଅନେକ ଫିଡଷ୍ଟକ୍ସକୁ ମଞ୍ଜୁରି ଦିଆଯାଉଛି । ଏହି ପଦକ୍ଷେପ ଫଳରେ ଆତ୍ମନିର୍ଭର ଭାରତକୁ ପ୍ରୋତ୍ସାହନ ମିଳିବ ଏବଂ ୨୦୪୭ ସୁଦ୍ଧା ଭାରତ ଇନ୍ଧନ କ୍ଷେତ୍ରରେ ସ୍ବାଧୀନ ହେବାର ପରିକଳ୍ପନା ତ୍ବରାନ୍ବିତ ହୋଇପାରିବ ।

 

********

P.S.



(Release ID: 1826372) Visitor Counter : 258