ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ ବିବୃତ୍ତିର ମର୍ମାନୁବାଦ

Posted On: 02 MAY 2022 8:15PM by PIB Bhubaneshwar

ଚାନ୍‌ସେଲର ସୋଜ,

ବନ୍ଧୁଗଣ

ଗୁଟେନ ଟାଗ, ନମସ୍କାର ।

 ପ୍ରଥମେ ମୁଁ ଚାନ୍‌ସେଲର ସୋଜଙ୍କୁ ମତେ ଓ ମୋର ପ୍ରତିିନିଧି ମଣ୍ଡଳୀକୁ ଉଚ୍ଛ୍ୱସିତ ସ୍ୱାଗତ ନିମନ୍ତେ ହାର୍ଦ୍ଦିକ ଧନ୍ୟବାଦ ଜଣାଉଛି । ମୋର ଚଳିତବର୍ଷର  ପ୍ରଥମ ବିଦେଶ ଗସ୍ତ ଜର୍ମାନୀରୁ ଆରମ୍ଭ ହୋଇଥିବାରୁ ମୁଁ ଆନନ୍ଦିତ । ଜଣେ ବିଦେଶୀ ନେତାଙ୍କ ସହ ଚଳିତବର୍ଷର ମୋର ପ୍ରଥମ ଦୂରଭାଷା କଥାବର୍ତ୍ତା ମଧ୍ୟ ବନ୍ଧୁ ଚାନସେଲର ସୋଜଙ୍କ ସହିତ ହୋଇଥିଲା । ଚାନସେଲର ସୋଜଙ୍କ ନିମନ୍ତେ ଆଜିର ଭାରତ-ଜର୍ମାନୀ ଆଇଜିସି ଚଳିତବର୍ଷର ଯେକୌଣସି ଦେଶ ସହ ପ୍ରଥମ ଆଇଜିସି । ଏହିଭଳି ଅନେକ ପ୍ରଥମ ବିଷୟରୁ ଏହା ପ୍ରତୀୟମାନ ଯେ ଭାରତ ଓ ଜର୍ମାନୀ କିପରି ଏହି ଗୁରୁତ୍ୱପୂୂର୍ଣ୍ଣ ଭାଗିଦାରୀକୁ ଗୁରୁତ୍ୱ ଦେଇଥାନ୍ତି । ଗଣତାନ୍ତ୍ରିକ ରାଷ୍ଟ୍ରଭାବେ ଭାରତ ଓ ଜର୍ମାନୀ ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି । ଏହି ସମାନ ମୂଲ୍ୟବୋଧ ଓ ପାରସ୍ପରିକ ସ୍ୱାର୍ଥକୁ ନେଇ ଆମ ଦୁଇ ଦେଶ ମଧ୍ୟରେ ବିଗତ ବର୍ଷରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଛି ।

ଆମର ଶେଷ ଆଇଜିସି ୨୦୧୯ରେ ହୋଇଥିଲା । ସେବେଠାରୁ ବିଶ୍ୱରେ ଅନେକ ପରିବର୍ତ୍ତନ ସଂଗଠିତ ହୋଇଯାଇଛି । ବିଶ୍ୱ ଅର୍ଥନୀତି ଉପରେ କୋଭିଡ-୧୯ ବୈଶ୍ୱିକ ମହାମାରୀର ଭୟଙ୍କର ବିନାଶକାରୀ ପ୍ରଭାବ ପଡିଛି ।

ନିକଟରେ ରାଜନୈତିକ ଘଟଣାବଳୀ ଆମକୁ ଜାଣିବାକୁ ସୁଯୋଗ ଦେଉଛି ବିଶ୍ୱ ଶାନ୍ତି ଓ ସ୍ଥିରତା, କେତେ ଭଙ୍ଗୁର ଓ କିପରି ଅନ୍ୟ ଦେଶଗୁଡିକ ପରସ୍ପର ସହ ଯୋଡି ହୋଇଛନ୍ତି । ୟୁକ୍ରେନ ପରିସ୍ଥିତି ଆରମ୍ଭରୁ ହିଁ ଆମେ ତୁରନ୍ତ ଯୁଦ୍ଧବିରତି ସହ ବିବାଦର ସମାଧାନ ନିମନ୍ତେ ଆଲୋଚନା ପାଇଁ ଆହ୍ୱାନ ଦେଇଥିôଲୁ । ଆମର ବିଶ୍ୱାସ ଏଥିରେ କେହି ବିଜେତା ହେବେନି, ସମସ୍ତେ କଷ୍ଟ ପାଇବେ । ସେଥିପାଇଁ ଆମେ ଶାନ୍ତି ସପକ୍ଷରେ ଅଛୁ । ୟୁକ୍ରେନ ଯୁଦ୍ଧ ଯୋଗୁଁ ତେଲଦର ଆକାଶଛୁଆଁ ହୋଇଛି । ବିଶ୍ୱ ବଜାରରେ ଖାଦ୍ୟଶସ୍ୟ ଓ ସାରର ଅଭାବ ଦେଖାଦେଇଛି । ଏହା ବିଶ୍ୱର ପ୍ରତି ପରିବାର ଉପରେ ପ୍ରଭାବ ପକାଇଛି । ିବିକାଶଶୀଳ ଓ ଗରିବ ଦେଶଗୁଡିକ ଉପରେଏହାର ପ୍ରଭାବ ବେଶୀ ଖରାପ ହୋଇଛି । ମାନବିକ ପ୍ରଭାବ ଦୃଷ୍ଟିରୁ ଭାରତ ଏଥିଲାଗି ବେଶ୍ ଚିନ୍ତିତ । ଆମେ ନିଜ ତରଫରୁ ୟୁକ୍ରେନକୁ ମାନବିକ ସାହାଯ୍ୟ ପଠାଇଛୁ । ଆମେ ମଧ୍ୟ ଅନ୍ୟାନ୍ୟ ବନ୍ଧୁ ଭାବାପନ୍ନ ରାଷ୍ଟ୍ରଗୁଡିକୁ ଖାଦ୍ୟ ପଦାର୍ଥ ରପ୍ତାନୀ, ତେଲ ଯୋଗାଣ ଓ ଆର୍ଥିକ ସହାୟତା ଜରିଆରେ ସାହାଯ୍ୟ କରିବାକୁ ଚେଷ୍ଟା କରୁଛୁ ।

ଏହାର ଷଷ୍ଠ ଆଇଜିସିରୁ ଆଜି ଭାରତ-ଜର୍ମାନୀ ଭାଗିଦାରୀତା ଏକ ନୂତନ ଦିଗ ପାଇଛି । ଏହି ଆଇଜିସି ଆମକୁ ଉଭୟ ଶକ୍ତି ଓ ପରିବେଶ କ୍ଷେତ୍ରରେ ସହଯୋଗ ପାଇଁ ଗୁରୁତ୍ୱପୂର୍ଣ୍ଣ ମାର୍ଗଦର୍ଶନ ପ୍ରଦାନ କରିଛି । ମୁଁ ନିଶ୍ଚିତ ଯେ ଆଜି ନିଆଯାଉଥିବା ନିଷ୍ପତ୍ତିି ଭବିଷ୍ୟତରେ ଆମର ଆଞ୍ଚଳିକ ଓ ବିଶ୍ୱ କ୍ଷେତ୍ରରେ ଖୁବ୍ ଭଲ ପ୍ରଭାବ ପକାଇବ ।

ଆଜି ଆମେ ଭାରତ-ଜର୍ମାନୀ ଭାଗିଦାରିତାରେ ସବୁଜ ଓ ସ୍ଥାୟୀ  ଏବଂ ନିରନ୍ତର ବିକାଶ ଦିଗରେ ବେଶୀ ଧ୍ୟାନ ଦେଉଛୁ । ଭାରତ ବିଶ୍ୱକୁ ଶିଖାଇଛି ଯେ ସବୁଜ ଓ ନିରନ୍ତର ଅଭିବୃଦ୍ଧି ହେଉଛି ଏକ ବିଶ୍ୱାସର ବୁଝାମଣା ଓ  ଆମେ ଏହାକୁ ଗ୍ଲାସଗୋରେ ଉଠାଇଥିଲୁ । ଏହି ନୂତନ ଭାଗିଦାରୀତା ଅଧୀନରେ ଜର୍ମାନୀ ମଧ୍ୟ  ଭାରତ ସବୁଜ ଅଭିବୃଦ୍ଧି ଯୋଜନାକୁ ସମର୍ଥନ କରିବାକୁ ସ୍ଥିତି କରି ୨୦୩୦ ସୁ୍‌ଦ୍ଧା ୧୦ ବିଲିୟନ ୟୁରୋର ଅତିିରିକ୍ତ ବିକାଶ ଭିତ୍ତ୍‌ିକ ସହାୟତା ପ୍ରଦାନ କରିବ । ସେଥିପାଇଁ ମୁଁ ଜର୍ମାନ ଚାନସେଲର ସୋଜଙ୍କୁ ଧନ୍ୟବାଦ ଅର୍ପଣ କରୁଛି ।

ଆମର ପରସ୍ପର ପରିପୂରକ  ଶକ୍ତି ଅନୁସାରେ ଆମେ ଏକ ସବୁଜ ଉଦ୍‌ଯାନ କାର୍ଯ୍ୟାନୁଷ୍ଠାନ ବାହିନୀ ଗଠନ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛୁ । ଉଭୟ ଦେଶରେ ସବୁଜ ଉଦ୍‌ଯାନ ଭିତ୍ତିକ ଭୂତ୍ତିଭୂମି ବିକାଶ ଦିଗରେ ଏହା ଖୁବ୍ ଉପକାରୀ ହେବ । ଉଭୟ ଭାରତ ଓ ଜର୍ମାନୀର ଅନ୍ୟ ଦେଶର ରୂପାୟନ ଦିଗରେ ଯଥେଷ୍ଟ ଅଭିଜ୍ଞତା ରହିଛି । ତ୍ରିପାକ୍ଷିକ ସହଯୋଗ ଭିତିରେ ଆଜି ଆମେ ଉଭୟ ତୃତୀୟ ରାଷ୍ଟ୍ରରେ ଓ ଅଭିଜ୍ଞତା ପ୍ରକଳ୍ପ ଜରିଆରେ ତ୍ରିପାକ୍ଷିକ ସହଯୋଗ ଭିତ୍ତିରେ ଆଜି ଆମେ ଉଭୟ ତୃତୀୟ ରାଷ୍ଟ୍ରରେ ଆମର ଅଭିଜ୍ଞତା ମିଳିତ  ଓ ପ୍ରକଳ୍ପ ଜରିଆରେ କାର୍ଯ୍ୟ କରିବାକୁ ନିଷ୍ପତ୍ତି  ନେଇଛୁ  । ଆମର ସହଯୋଗ ଆଜି ବିକାଶମୁଖୀ ବିଶ୍ୱରେ ସ୍ଥାୟୀ ଓ ନିରନ୍ତର  ବିକାଶର ଏକ ସ୍ୱଚ୍ଛଦିଗ ପ୍ରଦର୍ଶନ କରିବ ।

ବନ୍ଧୁଗଣ,

କୋଭିଡ ପରବର୍ତ୍ତୀ ସମୟରେ ଭାରତର ଅନ୍ୟାନ୍ୟ ଅଭିବୃଦ୍ଧି ମୁଖୀ ଦେଶ ତୁଳନାରେ ଅଧିକ ଦୃତ ଅଭିବୃଦ୍ଧି ହୋଇଛି । ବିଶ୍ୱର ପୁନରୁଦ୍ଧାରରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଯେ ହେବ ଏହାର ଆମର ବିଶ୍ୱାସ । ଖୁବ୍ କମ୍ ସମୟ ମଧ୍ୟରେ ଆମେ ନିକଟରେ ୟୁଏଇ ଓ ଅଷ୍ଟ୍ରେଲିୟା ସହ ବାଣିଜ୍ୟିକ ରାଜିନାମା ସ୍ୱାକ୍ଷର କରିଛୁ । ଏପରିକି ଏଫଟିଏ ରାଜିନାମାରେ ମଧ୍ୟ ଇୟୁ ସହ ସଅଳ ପ୍ରଗତି ନେଇ ଆମେ ଅଙ୍ଗୀକାରବଦ୍ଧ ।  ଭାରତୀୟ କୁଶଳୀ କାରିଗର ଓ ବୃତ୍ତିଧାରୀ ମାନେ ଅନେକ ଦେଶରେ ଅର୍ଥନୀତିରେ ଉନ୍ନତି ଆଣିଛନ୍ତି । ମୁଁ ଦୃଢ ନିଶ୍ଚିତ ଯେ ଉଭୟ  ଦେଶ ମଧ୍ୟରେ ବିସ୍ତୁତ ଯାତାୟତ ଅଂଶୀଦାର ରାଜିନାମା ଦୁଇଦେଶ ମଧ୍ୟରେ ଗମନାଗମନ ସୁବିଧାର ସହାୟକ ହେବ

ମୁଁ ପୁଣିଥରେ ଆପଣଙ୍କୁ ଏହି ଶିଖର ସମ୍ମିଳନୀ ଓ ଆପଣଙ୍କ ପଦକ୍ଷେପ ନିମନ୍ତେ ଧନ୍ୟବାଦ ଜ୍ଞାପନ କରୁଛି ।

 

****

SM/SLP



(Release ID: 1823300) Visitor Counter : 131