ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଗହମ ଯୋଗାଣ, ଷ୍ଟକ ଓ ରପ୍ତାନୀ ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସମୀକ୍ଷା
Posted On:
05 MAY 2022 8:43PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଗହମ ଯୋଗାଣ, ଷ୍ଟକ ଓ ରପ୍ତାନୀର ବିଭିନ୍ନ ଦିଗ ସମ୍ପର୍କରେ ସମୀକ୍ଷା ହୋଇଥିଲା ।
ପ୍ରଧାନମନ୍ତ୍ରୀଙ୍କୁ ଏହି ସମ୍ପର୍କରେ ବିସ୍ତୃତ ପ୍ରେଜେଣ୍ଟେସନ ପ୍ରଦାନ କରାଯାଇଥିଲା । ଶସ୍ୟ ଉତ୍ପାଦନ ଉପରେ ମାର୍ଚ୍ଚ- ଏପ୍ରିଲ ୨୦୨୨ ବଢିଥିବା ତାପମାତ୍ରାର ପ୍ରଭାବ ସମ୍ପର୍କରେ ତାଙ୍କୁ ଅବଗତ କରାଯାଇଥିଲା । ଗହମ ଖରିଦ ଓ ରପ୍ତାନୀର ସ୍ଥିତି ସମ୍ପର୍କରେ ମଧ୍ୟ ସମୀକ୍ଷା ହୋଇଥିଲା ।
ଭାରତରେ କୃଷିଜାତ ଉତ୍ପାଦଗୁଡିକର ଚାହିଦା ବଢି ଚାଲିଥିବାରୁ ବିଭିନ୍ନ ଖାଦ୍ୟଶସ୍ୟ ଓ ଅନ୍ୟ କୃଷିଜାତ ଉତ୍ପାଦଗୁଡିକୁ ସୁନିଶ୍ଚିତ ସ୍ରୋତ ଭାବେ ବିକଶିତ କରିବା ପାଇଁ ଗୁଣବତ୍ତା ମାନକ ଓ ମାନଦଣ୍ଡ ସୁନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । କୃଷକମାନଙ୍କୁ ଯଥାସମ୍ଭବ ସାହାଯ୍ୟ କରିବା ପାଇଁ ସେ ଅଧିକାରୀମାନଙ୍କୁ କହିଥିଲେ । କୃଷକମାନଙ୍କ ପାଇଁ ଲାଭଜନକ ହେଉଥିବା ବର୍ତ୍ତମାନର ବଜାର ଦର ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରା ଯାଇଥିଲା ।
ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ପରାମର୍ଶଦାତା, କ୍ୟାବିନେଟ ସଚିବ, ଖାଦ୍ୟ, ସାଧାରଣ ବଣ୍ଟନ ଓ କୃଷି ବିଭାଗର ସଚିବମାନେ ଯୋଗ ଦେଇଥିଲେ ।
SR
(Release ID: 1823101)
Visitor Counter : 191
Read this release in:
English
,
Urdu
,
Urdu
,
Marathi
,
Hindi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam