ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆନ୍ତର୍ଜାତିକ ବିପର୍ଯ୍ୟୟ ନମନୀୟ ଭିତ୍ତିଭୂମି ସମ୍ମିଳନୀର ଚତୁର୍ଥ ସଂସ୍କରଣ ଉଦ୍‌ଘାଟନୀ  ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ


“ଆଗାମୀ ବଂଶଧରଙ୍କ ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରି ସେମାନଙ୍କ ଆକାଂକ୍ଷା ପୂରଣ ସହ ଆମେ ଗରିବ ଓ ଅବହେଳିତଙ୍କ ଆବଶ୍ୟକତା ପୂରଣ ନିମନ୍ତେ ଅଙ୍ଗୀକାରବଦ୍ଧ”

“ଜନସାଧାରଣ ସବୁବେଳେ ଯେକୌଣସି ଭିତ୍ତିଭୂମି ବିକାଶର କେନ୍ଦ୍ରରେ ନିଶ୍ଚୟ ରହିବେ; ଆମେ ଭାରତରେ ତାହାହିଁ କରୁଛୁ”

“ଆମେ ଯଦି ନମନୀୟ ଭିତ୍ତିଭୂମି ପ୍ରସ୍ତୁତ କରୁ ଆମେ କେବଳ ଆମ ପାଇଁ ବିପର୍ଯ୍ୟୟ ଏଡାଇବା ନାହିଁ, ବରଂ ଏହା ଭବିଷ୍ୟତ ବଂଶଧରମାନଙ୍କ ନିମନ୍ତେ ମଧ୍ୟ ପ୍ରଜୁର୍ଯ୍ୟ”

Posted On: 04 MAY 2022 10:28AM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆନ୍ତର୍ଜାତିକ ବିପର୍ଯ୍ୟୟ ଭିତ୍ତିଭୂମି ସମ୍ମିଳନୀର ଚତୁର୍ଥ ସଂସ୍କରଣରେ ଉଦ୍‌ଘାଟନୀ ଅଧିବେଶନକୁ ଭିଡିଓ ବାର୍ତ୍ତା ଜରିଆରେ ସମ୍ବୋଧନ କରିଛନ୍ତି । ଏହି ଅଧିବେଶନକୁ ଅଷ୍ଟ୍ରେଲିୟା ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍‌, ଘାନା ରାଷ୍ଟ୍ରପତି ନାନା ଆଡୋ ଡାନକାୱା ଆକୁଫୋ -ଆଡୋ, ଜାପାନ ପ୍ରଧାନମନ୍ତ୍ରୀ ସମ୍ମାନନୀୟ ଫୁମିଓ କିସିଡା ଓ ମାଡାଗାସ୍କର ରାଷ୍ଟ୍ରପତି ମହମହିମ ଆଣ୍ଡ୍ରି ମିରିନା ରାଜୋଲିନା ମଧ୍ୟ ସମ୍ବୋଧନ କରିଛନ୍ତି ।

ପ୍ରଥମରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସ୍ଥାୟୀ ଓ ନିରନ୍ତର ବିକାଶର ଲକ୍ଷ୍ୟ କୌଣସି ଅପଦାପନ୍ନ ବ୍ୟକ୍ତିଙ୍କୁ ବାଦ ନ ଦେବାର ପ୍ରତିଜ୍ଞା ବୋଲି ସମବେତ ଜନସାଧାରଣଙ୍କୁ ସ୍ମରଣ କରାଇ ଦେଇଥିଲେ । ସେ ଦୃଷ୍ଟିରୁ ଆଗାମୀ ବଂଶଧରଙ୍କ ନିମନ୍ତେ ଭିତ୍ତିଭୂମି ପ୍ରସ୍ତୁତ କରି ସେମାନଙ୍କ ଆଶା ଆକାଂକ୍ଷା ପୂରଣ ସହ ଆମେ ଗରିବ ଓ ଅବହେଳିତଙ୍କ ଆବଶ୍ୟକତା ପୂରଣ ନିମନ୍ତେ ଅଙ୍ଗୀକାରବଦ୍ଧ ବୋଲି ସେ କହିଥିଲେ । ଭିତ୍ତିଭୂମି ହେଉଛି ଜନସାଧାରଣଙ୍କ ଉଚ୍ଚ ଗୁଣଯୁକ୍ତନିର୍ଭରଯୋଗ୍ୟ ଓ ନିରନ୍ତର  ସେବା ସମାନଭାବେ ପ୍ରଦାନ କରିବା ଦରକାର ବୋଲି ସେ କହିଥିଲେ । ପ୍ରତ୍ୟେକ ଭିତ୍ତିଭୂମି ବିକାଶର ମୂଳ ହେଉଛନ୍ତି ଜନସାଧାରଣ । ସେମାନଙ୍କୁ ଲକ୍ଷ୍ୟ ରଖି ଆମେ ଭାରତରେ ଯାହା କିଛି କରୁଛୁବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଭାରତର ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ପରିମଳ, ବିଦ୍ୟୁତ, ପରିବହନ ଓ ଆହୁରି ଅନେକ କ୍ଷେତ୍ରରେ ମୌଳିକ ସେବା ବ୍ୟବସ୍ଥାକୁ ଭୟଭୀତ କରୁଥିବାବେଳେ, “ଆମେ ସିଧାସଳଖ ଜଳବାୟୁ ପରିବର୍ତ୍ତନ ସମସ୍ୟାକୁ ମଧ୍ୟ ସମ୍ଭାଳୁଛନ୍ତି । ସେଥିପାଇଁ କପ୍‌-୨୬ରେ ଆମ୍ଭେ ୨୦୭୦ ମସିହା ସୁଦ୍ଧା ନେଟ ଜିରୋର ରଖିବାକୁ ଆମର ବିକାଶ କାର୍ଯ୍ୟରେ ପରିବେଶ ସହ ସମାନ୍ତରାଳ ଭାବେ ଚାଲିଛୁବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଭିତ୍ତିଭୂମି  ଗୁରୁତ୍ୱ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭିତ୍ତିଭୂମି ନଷ୍ଟର ପ୍ରଭାବ ପରିବର୍ତ୍ତୀ ବଂଶଧରମାନଙ୍କ ଉପରେ ପଡିଥାଏ । ଏହି ପରିପ୍ରେକ୍ଷୀରେ ଆଧୁନିକ ବୈଷୟିକ ଜ୍ଞାନ ଯାହା ଆମ ପାଖରେ ଉପଲବ୍ଧ ତାଦ୍ୱାରା ଆମେ ଦୀର୍ଘସ୍ଥାୟୀ ନମନୀୟ ଭିତିଭୂମି ନିର୍ମାଣ କରିପାରିବା କି ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ । ଏହି ଆହ୍ୱାନର ମୁକାବିଲା ପାଇଁ ସିଡିଆରଆଇ ସୃଷ୍ଟି କରାଯାଇଛି । ଏହି ସମ୍ମିଳିତ ନମନୀୟ ବିପର୍ଯ୍ୟୟ ଭିତ୍ତିଭୂମି ସମ୍ପ୍ରସାରିତ ହୋଇ ଅନେକ ଫଳପ୍ରଦ ହୋଇଛି । ଦ୍ୱିପାଞ୍ଚଳ ଦେଶରେ ଭିତ୍ତିଭୂମି ବିକାଶ କାର୍ଯ୍ୟ ପାଇଁ ପଦକ୍ଷେପ କପ-୨୬ରେ ନିଆଯିବା ପରେ ବିଶ୍ୱର ୧୫୦ଟି ବିମାନଘାଟୀ ଉପରେ ଅନୁଧ୍ୟାନ କରାଯାଇ ସିଡିଆରଆଇ କାର୍ଯ୍ୟ କରାଯାଇଛି । ସିଡିଆରଆଇ ନେତୃତ୍ୱରେ ବିଶ୍ୱରେ ନମନୀୟ ବିପର୍ଯ୍ୟୟ ଭିତ୍ତିଭୂମି ନେଇ ଯେଉଁ କାର୍ଯ୍ୟ କରାଯାଉଛି ତାହାର ବୈଶ୍ୱିକ ଜ୍ଞାନ ଖୁବ୍ ଉପାଦେୟ ହେବ ବୋଲି ଶ୍ରୀ ମୋଦି କହିଥିଲେ ।

ଆମର ଭବିଷ୍ୟତ ଓ ନମନୀୟ କରିବାକୁ ହେଲେ ଆମକୁ ଏକ ନମନୀୟ ଭିତ୍ତିଭୂମି ଅବସ୍ଥାନ୍ତର ଦେଇ ଯିବାକୁ ପଡିବ । ଆମେ ଭିତିଭୂମି ନମନୀୟ କଲେ ଆମେ କେବଳ ନିଜକୁ  ବିପର୍ଯ୍ୟୟରୁ ରକ୍ଷା କରିବା ନାହିଁ ବରଂ ଅନେକ ଭାବି ବଂଶଧର ନିମନ୍ତେ ଏହା ସହାୟକ ହେବବୋଲି ସେ କହିଥିଲେ ।

 

 

****

SM/SLP



(Release ID: 1822671) Visitor Counter : 220