ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସନାତନ ମନ୍ଦିର ସାଂସ୍କୃତିକ କେନ୍ଦ୍ର କାନାଡା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟ

Posted On: 01 MAY 2022 9:49PM by PIB Bhubaneshwar

ନମସ୍କାର !

ଆପଣ ସମସ୍ତଙ୍କୁ ଆଜାଦୀ କା ଅମୃତ ମହୋତ୍ସବ ଓ ଗୁଜରାଟ ଦିବସର ଶୁଭକାମନା । କାନାଡାରେ ଭାରତୀୟ ସଂସ୍କତି ଓ ମୂଲ୍ୟବୋଧ ଉଦଜୀବିତ ରଖିବାରେ ଓଣ୍ଟାରିଓ ସ୍ଥିତ ସନାତନ ମନ୍ଦିର ସାଂସ୍କୃତିକ କେନ୍ଦ୍ରର ଭୂମିକା ସମ୍ପର୍କରେ ଆପଣମାନେ ସମସ୍ତେ ଅବଗତ ଅଛନ୍ତି । ମୋ କାନାଡା ପରିଦର୍ଶନ କାଳରେ ମୁଁ ଏହା ଅଙ୍ଗେ ନିଭାଇଛି ଓ ଆପଣମାନେ ଏଥିରେ କିପରି ସଫଳ ହୋଇ ନିଜର ସଫଳତାର ଛାପ ଛାଡ଼ିଛନ୍ତି ତାହା ମଧ୍ୟ ଦେଖିଛି । ୨୦୧୫ ମସିହାର କାନାଡାର ଭାରତୀୟ ବଂଶୋଦ୍ଭବମାନେ ଯେଉଁ ସ୍ନେହ ଓ ପ୍ରେମ ଦେଇଥିଲେ ସେଭଳି ସ୍ମରଣୀୟ ଘଟଣା କେହିବି ଭୂଲିପାରିବେ ନାହିଁ । ମୁଁ ସନାତନ ମନ୍ଦିର ସାଂସ୍କୃତିକ କେନ୍ଦ୍ର ଓ ଏଥିସହ ସଂଶ୍ଳିଷ୍ଟ ଓ ଏହି ଅଭିନବ ଉଦ୍ୟମରେ ସାମିଲ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି । ସନାତନ ମନ୍ଦିରରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଏହି ପ୍ରତିମୂର୍ତ୍ତି କେବଳ ସାଂସ୍କୃତିକ ମୂଲ୍ୟବୋଧକୁ ସୁଦୃଢ଼ କରିବ ନାହିଁ, ଏବଂ ଏହା ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଏକ ପ୍ରତୀକ ହୋଇରହିବ ।

ବନ୍ଧୁଗଣ, ପୃଥିବୀର ଯେ କୌଣସି ସ୍ଥାନରେ ଜଣେ ଭାରତୀୟ ଯେତେ ପିଢ଼ିଧରି ରହୁଥିଲେ ମଧ୍ୟ ତାର ଭାରତୀୟତା, ତାର ଭାରତ ପ୍ରତି ଆନୁଗତ୍ୟ ସାମାନ୍ୟତମ ହ୍ରାସ ମଧ୍ୟ ପାଏ ନାହିଁ । ଯେଉଁ ଦେଶରେ ଜଣେ ଭାରତୀୟ ରହିଲେ ମଧ୍ୟ ସେ ସେହି ଦେଶ ନିମନ୍ତେ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ଓ ସାଧୁତାର ସହ ସେବା କରିଥାଏ । ତାର ପୂର୍ବପୁରୁଷଙ୍କ କର୍ତ୍ତବ୍ୟବୋଧ ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ସଦାସର୍ବଦା ତାର ହୃଦୟର କୋଣରେ ଅନୁରଣିତ ହୋଇଥାଏ । ଏହା ଏଇଥିପାଇଁ ଯେ ଭାରତ ଏକ ଦେଶ ହେବା ସହିତ ଏହାର ଏକ ପରମ୍ପରା, ଏକ ଆଦର୍ଶଗତ ବ୍ୟବସ୍ଥା ଓ ଧର୍ମବିଧି ବିଧାନ ରହିଛି । ଭାରତ ସବୁ ଭାବନାର ଉପରେ ‘ବସୁଧୈବ କୁଟୁମ୍ବକମ’ର କଥା କହେ । ଭାରତ କେବେ ବି ଆଉ କାହାରି କ୍ଷତିରେ ନିଜର ଉତଥାନ ଚାହେଁ ନାହିଁ । ଭାରତ ସବୁବେଳେ ସମଗ୍ର ମାନବତା ଓ ବିଶ୍ୱର ମଙ୍ଗଳ ଚାହେଁ, ସେଥିପାଇଁ କାନାଡା ହେଉ ବା ଅନ୍ୟ ଯେ କୌଣସି ଦେଶ ଯେତେବେଳେ ଗୋଟେ ଚିରନ୍ତର ମନ୍ଦିର ଭାରତୀୟ ସଂସ୍କୃତି ପ୍ରତି ଉତ୍ସର୍ଗ କରାଯାଏ, ତାହା ସେ ଦେଶର ମୂଲ୍ୟବୋଧକୁ ମଧ୍ୟ ସମୃଦ୍ଧ କରିଥାଏ ।

ସେ ଦୃଷ୍ଟିରୁ ଆପଣମାନେ ଯଦି ଭାରତୀୟ ସ୍ୱାଧୀନତାର ଅମୃତ ମହୋତ୍ସବ କାନାଡାରେ ପାଳନ କରନ୍ତି ତାହେଲେ ଏହା ଦୁଇ ଦେଶର ଗଣତାନ୍ତ୍ରିକ ଐତିହ୍ୟ ପାଳନର ସମକକ୍ଷ ହେବ । ମୋର ବିଶ୍ୱାସ ଭାରତର ସ୍ୱାଧୀୀନତାର ଅମୃତ ମହୋତ୍ସବ ପାଳନ କାନାଡାବାସୀଙ୍କୁ ମଧ୍ୟ ଭାରତକୁ ଅତି ନିକଟରୁ ଦେଖିବାର ସୁଯୋଗ ଦେବ ।

ବନ୍ଧୁଗଣ,

ଅମୃତ ମହୋତ୍ସବ ସହ ମିଶିଥିବା ଘଟଣା, ସନାତନ ମନ୍ଦିର ସାଂସ୍କୃତିକ କେନ୍ଦ୍ର ପରିସର ଏବଂ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତି ସମସ୍ତ ଭାରତର ଏକ ମହାନ ଦୃଶ୍ୟ ପରିବେଷଣ କରିଥାଏ । ଆମ ସ୍ୱାଧୀନତା ସଂଗ୍ରାମୀମାନେ ସ୍ୱାଧୀନତା ସଂଗ୍ରାମ କାଳରେ କି କି ସ୍ୱପ୍ନ ଦେଖିଥିଲେ ? କିପରି ସେମାନେ ଏକ ସ୍ୱାଧୀନ ଦେଶ ପାଇଁ ସଂଗ୍ରାମ କରିଥିଲେ । ଏକ ଭାରତ ଯାହା ଆଧୁନିକ, ଏକ ଭାରତ ଯାହା ପ୍ରଗତିମୁଖୀ ଏବଂ ତା ସହିତ ଏକ ଭାରତ ଯାହା ତାର ମୂଳ ଚିନ୍ତାଧାରା ସହ ଜଡିତ ତାର ଦର୍ଶନ ସହ ଏକାତ୍ମା । ସେଥିପାଇଁ ସର୍ଦ୍ଦାର ସାହେବ ସୋମନାଥ ମନ୍ଦିରର ପୁନରୁଦ୍ଧାର କରି ଭାରତକୁ ଏହାର ହଜାର ହଜାର ବର୍ଷର ତତ୍ତ୍ୱକୁ ମନେ ପକାଇ ଦେଇଥିଲେ, ଯାହା ସ୍ୱାଧୀନତା ପରେ ବି ଏକ ନୂତନ ପରିସ୍ଥିତିରେ ମଧ୍ୟ ଦଣ୍ଡାୟମାନ ରଖୁଛି । ଗୁଜରାଟ ଏହି ସାଂସ୍କୃତିକ ମହାଯଜ୍ଞର ସାକ୍ଷୀ ।

ଆଜି ସ୍ୱାଧୀନତାର ଅମୃତ ମହୋତ୍ସବ କାଳରେ ଆମେ ଏହିପରି ଏକ ନୂତନ ଭାରତ ସୃଷ୍ଟି ପାଇଁ ସଂକଳ୍ପ ନେଉଛୁ । ଆମେ ସର୍ଦ୍ଦାର ସାହେବଙ୍କ ସଂକଳ୍ପକୁ ସେହି ସ୍ୱପ୍ନ ସାକାର କରିବା ପାଇଁ ଦୋହରାଉଛୁ । ଏଥିପାଇଁ ଏକତାର ପ୍ରତିମୂର୍ତ୍ତି ଦେଶ ପାଇଁ ଏକ ବିରାଟ ଉତ୍ସାହ । ଏକତାର ପ୍ରତିମୂର୍ତ୍ତି ଭାବେ ସର୍ଦ୍ଦାର ସାହେବଙ୍କ ଏକ ଅବିକଳ ପ୍ରତିମୂର୍ତ୍ତି କାନାଡାର ସନାତନ ମନ୍ଦିର ସାଂସ୍କୃତିକ କେନ୍ଦ୍ରରେ ସ୍ଥାପିତ ହେବ ।

ବନ୍ଧୁଗଣ,

ଆଜିର ଘଟଣା ଏକ ପ୍ରତୀକ ଯେ ଭାରତର ଅମୃତ ସଂକଳ୍ପ କେବଳ ଭାରତର ସୀମା ମଧ୍ୟରେ ଆବଦ୍ଧ ନୁହେଁ । ଏହି ସଂକଳ୍ପ ସମଗ୍ର ପୃଥିବୀରେ ପ୍ରସାରିତ ହୋଇ ସାରା ପୃଥିବୀକୁ ସଂଯୋଗ କରୁଛି । ଆଜି ଆମେ ଯେତେବେଳେ ଆତ୍ମନିର୍ଭର ଭାରତ ଅଭିଯାନକୁ ଆଗେଇ ନେଉଛୁ । ଆମେ ମଧ୍ୟ ସମଗ୍ର ବିଶ୍ୱର ନୂତନ ପ୍ରଗତିର ସମ୍ଭାବନା ଦେଇ କଥା ହେଉଛୁ । ଆମେ ଯେତେବେଳେ ଯୋଗର ପ୍ରସାର ନେଇ କଥା ହେଉଛୁ ଆମେ ସର୍ବେସନ୍ତୁ ନିରାମୟ ପୃଥିବୀର ସମସ୍ତଙ୍କ ଭଲକାମନା କରୁଛୁ ।

ଜଳବାୟୁ ପରିବର୍ତ୍ତନ ସ୍ଥାୟୀ ଓ ନିରନ୍ତର ବିକାଶ ବିଷୟ ସମଗ୍ର ମାନବତା ପାଇଁ ଭାରତ ପ୍ରତିନିଧିତ୍ୱ କରୁଛି । ଏହି ଅଭିଯାନକୁ ଭାରତରେ ଆଗେଇ ନେବା ପାଇଁ ସମୟ ଉପନୀତ । ଆମର କଠିନ ପରିଶ୍ରମ କେବଳ ଆମ ପାଇଁ ନୁହଁ, ଏହା ସମଗ୍ର ମାନବ କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ । ଏହାର ଭାରତର ପ୍ରଗତି ସହ ସଂଶ୍ଳିଷ୍ଟ ଓ ଆମକୁ ଏହା ସାରା ପୃଥିବୀକୁ ଅବଗତ କରାଇବାକୁ ହେବ ସମସ୍ତ ଭାରତୀୟ ଓ ଭାରତୀୟ ବଂଶୋଦ୍ଭବଙ୍କର ଏଥିପାଇଁ ଏକ ପ୍ରମୁଖ ଭୂମିକା ରଖିଛି । ଭାରତର ଚିନ୍ତାଧାରା, ଉଦ୍ୟମକୁ ବିଶ୍ୱରେ ପରିଚିତ କରାଇବା ନିମନ୍ତେ ଅମୃତ ମହୋତ୍ସବର ଏହି ସବୁ କାର୍ଯ୍ୟକ୍ରମ ଏକ ମାଧ୍ୟମ ହେବା ଉଚିତ ଓ ଏହା ଆମର ପ୍ରାଥମିକତା ହେବା ବିଧେୟ । ମୋର ବିଶ୍ୱାସ ଯେ ଆମର ଏହି ସବୁ ଆଦର୍ଶ ଅନୁସରଣ କରି, ଆମେ ଏକ ନୂତନ ଭାରତ ଗଠନ କରିବା ସହ ଏକ ଉନ୍ନତ ବିଶ୍ୱର ସ୍ୱପ୍ନକୁ ମଧ୍ୟ ସାକାର କରିବା । ଏହାକୁ ମନରେ ରଖି ଆପଣ ସମସ୍ତଙ୍କୁ ଧନ୍ୟବାଦ ।

SM/DD



(Release ID: 1822005) Visitor Counter : 154