ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚ ନ୍ୟାୟାଳୟର ବିଚାରପତିମାନଙ୍କ ମିଳିତ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

Posted On: 30 APR 2022 1:50PM by PIB Bhubaneshwar

ଭାରତର ମାନ୍ୟବର ମୁଖ୍ୟ ବିଚାରପତି ଶ୍ରୀ ଏନ.ଭି ରମନ୍ନା ଜୀ, ଜଷ୍ଟିସ ଶ୍ରୀ ୟୁୟୁ ଲଳିତ ଜୀ, ଭାରତର ଆଇନମନ୍ତ୍ରୀ ଶ୍ରୀ କିରଣ ରିଜ୍ଜିଜୁ ଜୀ, ରାଜ୍ୟ ମନ୍ତ୍ରୀ ପ୍ରଫେସର ଏସ.ପି.ସିଂ ବଘେଲ ଜୀ, ରାଜ୍ୟର ସମସ୍ତ ଆଦରଣୀୟ ମୁଖ୍ୟମନ୍ତ୍ରୀଗଣ, ଲେଫ୍ଟନାଣ୍ଟ ଗଭ୍‌ର୍ଣ୍ଣାସ୍ ଅଫ ୟୁ.ଟି.ଏସ, ସୁପ୍ରିମକୋର୍ଟର ବିଚାରପତି, ହାଇକୋର୍ଟର ମୁଖ୍ୟ ବିଚାରପତି, ଅନ୍ୟାନ୍ୟ ଅତିଥିବୃନ୍ଦ ଉପସ୍ଥିତ ଅନ୍ୟ ସମସ୍ତ ମହାନୁଭବ, ଭଉଣୀମାନେ ଏବଂ ସମ୍ମାନୀୟ ଅତିଥିମାନେ ।

ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ଏହି ମିଳିତ ସମ୍ମିଳନୀ ହେଉଛି ଆମର ସାମ୍ବିଧାନିକ ସୌନ୍ଦର୍ଯ୍ୟର ଜୀବନ ଚିତ୍ର । ମୁଁ ଖୁସି ଯେ ଏହି ଅବସରରେ ମୋତେ ମଧ୍ୟ ଆପଣ ସମସ୍ତଙ୍କ ସହିତ କିଛି ମୂହୁର୍ତ୍ତ ବିତାଇବାକୁ ଏକ ସୁଯୋଗ ମିଳିଛି । ଆମ ଦେଶରେ ଯେତେବେଳେ ନ୍ୟାୟପାଳିକାର ଭୂମିକା ସମ୍ବିଧାନର ସଂରକ୍ଷକ କରାଯାଇଛି ସେଠାରେ ବିଧାନସଭା ନାଗରିକଙ୍କ ଆକାଂକ୍ଷାକୁ ପ୍ରତିପାଦିତ କରିଛି । ମୋତେ ବିଶ୍ୱାସ ଅଛି ଯେ ସମ୍ବିଧାନର ଏହି ଦୁଇଟି ବିଭାଗର ମିଳନ, ଏହି ସନ୍ତୁଳନ ଦେଶରେ ଏକ ପ୍ରଭାବଶାଳୀ ଏବଂ ସମୟସୀମା ମଧ୍ୟରେ ନ୍ୟାୟିକ ବ୍ୟବସ୍ଥା ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିବ । ଏହି କାର୍ଯ୍ୟକ୍ରମ ପାଇଁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ମୋର ହୃଦୟରୁ ଶୁଭେଚ୍ଛା ଜଣାଉଛି ।

ସାଥୀମାନେ,

ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ବିଚାରପତିଙ୍କ ଏହି ମିଳିତ ସମ୍ମିଳନୀ ଅତୀତରେ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।ଏବଂ ଦେଶ ପାଇଁ ସର୍ବଦା ଏମାନଙ୍କଠାରୁ କିଛି ନ କିଛି ନୂତନ ଚିନ୍ତାଧାରା ଉତ୍ପନ୍ନ ହୋଇଛି । କିନ୍ତୁ ଏଥର ଏହି ଘଟଣା ନିଜ ଭିତରେ ଆହୁରି ମଧ୍ୟ ସ୍ୱତନ୍ତ୍ର ହୋଇଛି । ଆଜି ଏହି ସମ୍ମିଳନୀରେ ଏମିତି ସମୟରେ ଆୟୋଜିତ ହେଉଛି ସେତେବେଳେ ଦେଶ ଏହାର ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ସ୍ୱାଧୀନତାର ଏହି ୭୫ବର୍ଷ ଉଭୟ ନ୍ୟାୟପାଳିକା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଭୂମିକା ଏବଂ ଦାୟିତ୍ୱବୋଧକୁ ନିରନ୍ତର ସ୍ପଷ୍ଟ କରିଦେଇଛି । ଯେତେବେଳେ ମଧ୍ୟ ଏହା ଆବଶ୍ୟକ ହେଲା, ଦେଶକୁ ଦିଗ ଦେବା ପାଇଁ ଏହି ସମ୍ପର୍କ କ୍ରମାଗତ ଭାବରେ ବିକଶିତ ହୋଇଛି । ଆଜି, ସ୍ୱାଧୀନତାର ଅମୃତ ମହୋତ୍ସବ ପର୍ବରେ ଯେତେବେଳେ ଦେଶ ନୂତନ ଅମୃତ ସଂକଳ୍ପ ମିଳୁଛି, ନୂତନ ସ୍ୱପ୍ନ ଦେଖୁଛି ତେବେ ଆମକୁ ମଧ୍ୟ ଭବିଷ୍ୟତ ଆଡକୁ ଦୃଷ୍ଟି ଦେବାକୁ ପଡିବ । ୨୦୪୭ମସିହାରେ ଯେତେବେଳେ ଦେଶ ସ୍ୱାଧୀନତାର ୧୦୦ବର୍ଷ ପୂରଣ କରିବ, ସେତେବେଳେ କେଉଁ ପ୍ରକାରର ନ୍ୟାୟିକ ବ୍ୟବସ୍ଥା ଦେଖିବାକୁ ଚାହିଁବୁ? ଆମେ କିପରି ଭାବରେ ଆମର ନ୍ୟାୟିକ ବ୍ୟବସ୍ଥାକୁ ଏତେ ସକ୍ଷମ କରିପାରିବା ଯେ ଏହା ୨୦୪୭ର ଭାରତର ଆକାଂକ୍ଷାକୁ ପୂରଣ କରିପାରିବ, ତା’ ଉପରେ ସଫଳତା ପାଇପାରିବ, ପ୍ରଶ୍ନଗୁଡିକ ଆଜି ଆମର ପ୍ରାଥମିକତା ହେବା ଉଚିତ । ଅମୃତକାଳରେ ଆମର ଦୃଷ୍ଟିକୋଣ ଏପରି ଏକ ନ୍ୟାୟ ବ୍ୟବସ୍ଥା ହେବା ଉଚିତ ଯେଉଁଥିରେ ନ୍ୟାୟ ସୁଲଭ ହେଉ, ନ୍ୟାୟ ତ୍ୱରିତ ହେଉ ଏବଂ ନ୍ୟାୟ ସମସ୍ତଙ୍କ ପାଇଁ ହେଉ ।

ସାଥୀମାନେ,

ଦେଶରେ ନ୍ୟାୟର ବିଳମ୍ବକୁ ହ୍ରାସ କରିବା ପାଇଁ ସରକାର ନିଜ ପକ୍ଷରୁ ସବୁସ୍ତରର ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି । ଆମେ ନ୍ୟାୟିକ ଶକ୍ତି ବୃଦ୍ଧି କରିବାକୁ ଚେଷ୍ଟା କରୁଛୁ, ନ୍ୟାୟିକ ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ପ୍ରୟାସ ଚାଲିଛି । କେସ ମ୍ୟାନେଜମେଣ୍ଟ ପାଇଁ ଆଇସିଟିର ବ୍ୟବହାର ମଧ୍ୟ ଆରମ୍ଭ ହୋଇଛି । ଅଦାଲତ ଅଧିନସ୍ଥ ଏବଂ ଜିଲ୍ଲା କୋର୍ଟଠାରୁ ଆରମ୍ଭ କରି ଉଚ୍ଚ ନ୍ୟାୟାଳୟ ପର୍ଯ୍ୟନ୍ତ ଖାଲିଥିବା ପଦବୀଗୁଡିକୁ ପୂରଣ କରିବା ପାଇଁ ଉଦ୍ୟମ ଚାଲିଛି । ଏହା ସହିତ ନ୍ୟାୟିକ ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ଦେଶର ବ୍ୟାପକ କାର୍ଯ୍ୟମାନ ମଧ୍ୟ କରାଯାଉଛି । ଏଥିରେ ରାଜ୍ୟମାନଙ୍କର ମଧ୍ୟ ଏକ ବଡ ପ୍ରମୁଖ ଭୂମିକା ରହିଛି । 

ସାଥୀମାନେ, 

ଆଜି ସାରା ଦେଶରେ ନାଗରିକଙ୍କ ଅଧିକାର ପାଇଁ ଅନେକ ସଶକ୍ତୀକରଣ ଲାଗି ଟେକ୍ନୋଲୋଜି ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ ହୋଇପାରିଛି । ଏପରିକି ଆମର ନ୍ୟାୟିକ ବ୍ୟବସ୍ଥାରେ ମଧ୍ୟ ଟେକ୍ନୋଲୋଜିର ସମ୍ଭାବନା ସହିତ ଆପଣ ସମସ୍ତେ ପରିଚିତ ଅଛନ୍ତି । ଆମର ମାନ୍ୟବର ବିଚାରପତିମାନେ ସମୟ ସମୟରେ ଏହି ବିଚାରବିମର୍ଶକୁ ଆଗକୁ ମଧ୍ୟ ବଢାଇଥାଆନ୍ତି । ଭାରତ ସରକାର ମଧ୍ୟ ନ୍ୟାୟିକ ବ୍ୟବସ୍ଥାରେ ଟେକ୍ନୋଲୋଜିର ସମ୍ଭାବନାକୁ ଡିଜିଟାଲ ଇଣ୍ଡିଆ ମିଶନ ଏକ ଅତ୍ୟାବଶ୍ୟକ ଅଂଶ ମାନିଥାଆନ୍ତି । ଉଦାହରଣ ସ୍ୱରୂପ, ଇ-କୋର୍ଟ ପ୍ରକଳ୍ପ ଆଜି ମିଶନ ମୋଡରେ କାର୍ଯ୍ୟକାରୀ ହେଉଛି । ସୁପ୍ରିମକୋର୍ଟ ଇ-କମିଟିର ମାର୍ଗଦର୍ଶନରେ ନ୍ୟାୟିକ ବ୍ୟବସ୍ଥାରେ ଟେକ୍ନୋଲୋଜି ଏକୀକରଣ ଏବଂ ଡିଜିଟାଇଜେସନ କାର୍ଯ୍ୟ ଦ୍ରୁତଗତିରେ ଆଗକୁ ବଢିଛି । ମୁଁ ଏଠାରେ ଉପସ୍ଥିତ ଥିବା ସମସ୍ତ ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚ ନ୍ୟାୟାଳୟର ସମସ୍ତ ମୁଖ୍ୟ ବିଚାରପତିମାନଙ୍କୁ ଅନୁରୋଧ କରିବି ଯେ ଏହି ଅଭିଯାନକୁ ବିଶେଷ ଗୁରୁତ୍ୱ ଦିଅନ୍ତୁ, ଏହାକୁ ଆଗକୁ ବଢାନ୍ତୁ । ଡିଜିଟାଲ ଇଣ୍ଡିଆ ସହିତ ନ୍ୟାୟପାଳିକାର ଏହି ଏକୀକରଣ ଆଜି ଦେଶର ସାଧାରଣ ଲୋକଙ୍କ ଆଶା ପାଲଟିଛି । ଆପଣ ଦେଖନ୍ତୁ, ଆଜି କିଛି ବର୍ଷ ପୂର୍ବେ ଡିଜିଟାଲ କାରବାର ଆମ ଦେଶ ପାଇଁ ଅସମ୍ଭବ ବୋଲି ବିବେଚନା କରାଯାଉଥିଲା । ଲୋକମାନଙ୍କୁ ଲାଗୁଥିଲା, ଲୋକମାନେ ସନ୍ଦେହ କରୁଥିଲେ, ଆରେ ଏହା ଆମ ଦେଶରେ କିପରି ହୋଇପାରିବ ? ଏବଂ ଏହା ମଧ୍ୟ ଚିନ୍ତା କରାଯାଉଥିଲା ଯେ ଏହାର ପରିସର କେବଳ ସହରମାନଙ୍କ ମଧ୍ୟରେ ସୀମିତ ହୋଇପାରିବ । ଏହା ଏହାଠାରୁ ଆଗକୁ ବଢିପାରିବ ନାହିଁ । କିନ୍ତୁ ଆଜି ଛୋଟ ସହର ଏବଂ ଏପିରିକ ଗାଁରେ ମଧ୍ୟ ଡିଜିଟାଲ କାରବାର ସାଧାରଣ ହେବାରେ ଲାଗିଛି । ସମଗ୍ର ବିଶ୍ୱରେ ଗତବର୍ଷ ଯେତେ ଏହି ଡିଜିଟାଲ କାରବାର ହୋଇଥିଲା ସେଥିରୁ ୪୦ପ୍ରତିଶତ ଡିଜିଟାଲ କାରବାର ଭାରତରେ ହୋଇଥିଲା । ସରକାରଙ୍କ ସହ ଜଡିତ ସେହି ସେବାଗୁଡିକ, ଯେଉଁମାନଙ୍କ ପାଇଁ ପୂର୍ବରୁ ନାଗରିକମାନଙ୍କୁ ମାସ ମାସ ଧରି ଅଫିସ ବୁଲିବାକୁ ପଡୁଥିଲା, ତାହା ବର୍ତ୍ତମାନ ମୋବାଇଲରେ ଉପଲବ୍ଧ ହୋଇପାରୁଛି । ଏଭଳି ପରିସ୍ଥିତିରେ ଅନଲାଇନରେ ସେବା ତଥା ସୁବିଧା ପାଉଥିବା ନାଗରିକଙ୍କ ନ୍ୟାୟ ଅଧିକାରକୁ ନେଇ ସମାନ ଆଶା ରହିବା ମଧ୍ୟ ସ୍ୱାଭାବିକ ।

 ସାଥୀମାନେ,  

ଆଜି ଆମେ ଯେତେବେଳେ ଟେକ୍ନୋଲୋଜି ଏବଂ ଭବିଷ୍ୟତବାଦୀ ଆଭିମୁଖ୍ୟ ବିଷୟରେ ଆଲୋଚନା କରୁଛୁ, ଏହାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ବୈଷୟିକ ଅନୁକୂଳମାନର ସମ୍ବଳ ମଧ୍ୟ ଅଟେ । ଟେକ୍ନୋଲୋଜି ଆଜି ଯୁବକମାନଙ୍କ ଜୀବନର ଏକ ସ୍ୱାଭାବିକ ଅଂଶ ହୋଇଯାଇଛି । ଏହା ଆମକୁ ସୁନିଶ୍ଚିତ କରିବାକୁ ପଡିବ ଯେ ଯୁବକମାନଙ୍କର ଏହି ପାରଦର୍ଶିତା କିପରି ସେମାନଙ୍କର ବୃତ୍ତିଗତ ଶକ୍ତି ହୋଇଯାଉ । ଆଜିକାଲି ଅନେକ ଦେଶରେ ଆଇନ ବିଶ୍ୱବିଦ୍ୟାଳୟରେ ବ୍ଲକ ଚେନ୍‌, ଇଲେକ୍ଟ୍ରୋନିକ୍ ଆବିଷ୍କାର, ସାଇବର-ସୁରକ୍ଷା, ରୋବୋଟିକ୍ସ, କୃତ୍ରିମ ବୁଦ୍ଧି ଏବଂ ବାୟୋ-ନୈତିକତା ଭଳି ବିଷୟ ଶିକ୍ଷା ଦିଆଯାଉଛି । ଆମ ଦେଶରେ ମଧ୍ୟ ଆଇନ ଶିକ୍ଷା ଏହି ଆନ୍ତର୍ଜାତିକ ମାନକ ଅନୁଯାୟୀ ହେବା ଉଚିତ, ଏହା ଆମ ସମସ୍ତଙ୍କର ଦାୟିତ୍ୱ । ଏଥିପାଇଁ ଆମକୁ ଏକାଠି ହୋଇ କାମ କରିବାକୁ ପଡିବ । 

ସାଥୀମାନେ,

 ଆମ ଶାସ୍ତ୍ରରେ କୁହାଯାଇଛି- ‘ ନ୍ୟାୟ ମୂଳଂ ସୁରାଜ୍ୟଂ ସ୍ୱାତ’ ଅର୍ଥାତ୍ ଯେକୌଣସି ଦେଶରେ ନ୍ୟାୟ ହେଉଛି ଶାସନର ଆଧାର । ତେଣୁ ନ୍ୟାୟ ଲୋକଙ୍କ ସହ ଜଡିତ ହେବା ଉଚିତ, ଲୋକଙ୍କ ଭାଷାରେ ରହିବା ଉଚିତ । ଯେପର୍ଯ୍ୟନ୍ତ ନ୍ୟାୟର ଆଧାର ସାଧାରଣ ଲୋକ ବୁଝି ପାରିନାହାନ୍ତି, ତାଙ୍କ ପାଇଁ ନ୍ୟାୟ ଏବଂ ରାଜ୍ୟ ଶୃଙ୍ଖଳା ମଧ୍ୟରେ ଅଧିକ ପାର୍ଥକ୍ୟ ନାହିଁ । ଆଜିକାଲି ମୁଁ ସରକାରଙ୍କ ଏକ ବିଷୟ ଉପରେ ମୋର ମନ ଟିକେ ଦେଉଛି । ଦୁନିଆଁରେ ଏପରି ଅନେକ ଦେଶ ଅଛି ଯେଉଁଠାରେ ଆଇନ ତିଆରି ହୁଏ, ସେଠାରେ ଆଇନଗତ ଶବ୍ଦ ଗୁଡିକର ମଧ୍ୟ ଏକ ନିୟମ ଅଛି । କିନ୍ତୁ, ଏହା ସହିତ ଆଇନର ଅନ୍ୟ ଏକ ରୂପ ମଧ୍ୟ ରଖାଯାଇଥାଏ । ଯେଉଁ ଲୋକମାନେ ଭାଷାରେ ଥାଆନ୍ତି, ସାଧାରଣ ଲୋକଙ୍କ ଭାଷାରେ ହୋଇଥାଏ ଏବଂ ଉଭୟ ବାଧ୍ୟ ହୋଇଥାଆନ୍ତି ଏବଂ ସେହି କାରଣରୁ ସାଧାରଣ ଲୋକ ଆଇନଗତ କଥା ବୁଝିବା ପାଇଁ ନ୍ୟାୟର ଦ୍ୱାରରେ ଯାଇ ଠକ୍ ଠକ୍ କରିବା ଆବଶ୍ୟକ କରନ୍ତି ନାହିଁ । ଆମେ ଚେଷ୍ଟା କରୁଛୁ ଯେ ଆଗାମୀ ଦିନରେ ଆମ ଦେଶରେ ଆଇନରେ ସମ୍ପୂର୍ଣ୍ଣ ଆଇନଗତ ଶବ୍ଦ ରହିବା ଉଚିତ, କିନ୍ତୁ ତାହା ସହିତ ସେହି କଥା ସାମାନ୍ୟ ବ୍ୟକ୍ତିଙ୍କର ଜ୍ଞାନରେ ଆସୁ । ସେହି ଭାଷାରେ ଏବଂ ତାହା ମଧ୍ୟ ଉଭୟ ବିଧାନସଭାରେ କିମ୍ବା ସଂସଦରେ ପାରିତ ହେବା ଉଚିତ । ଯାହା ଦ୍ୱାରା ସାଧାରଣ ଲୋକ ଏହାର ଆଧାରରେ କହିପାରିବେ । ଦୁନିଆର ଅନେକ ଦେଶରେ ଏହା ଏକ ପରମ୍ପରା ଅଟେ । ବର୍ତ୍ତମାନ ମୁଁ ଏକ ଦଳ ଗଠନ କରିଛି । ସେମାନେ ଏହାକୁ ଅଧ୍ୟୟନ କରୁଛନ୍ତି । 

ସାଥୀମାନେ, 

ଆଜି ବି ଆମ ଦେଶରେ ହାଇକୋର୍ଟ ଏବଂ ସର୍ବୋଚ୍ଚ ନ୍ୟାୟାଳୟର ସମସ୍ତ କାର୍ଯ୍ୟ ଇଂରାଜୀରେ କରାଯାଉଛି ଏବଂ ମୋତେ ଭଲ ଲାଗିଲା ଯେ ସିଜିଆଇ ନିଜେ ଏ ବିଷୟ ଉପରେ ସ୍ପର୍ଶ କରିଛନ୍ତି । ତେଣୁ ଆସନ୍ତାକାଲି ଖବରକାଗଜଗୁଡିକରେ ସକାରାତ୍ମକ ଖବରର ସୁଯୋଗ ଦେଖିବାକୁ ପାଇବେ । କିନ୍ତୁ ଏଥିପାଇଁ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ । 

ସାଥୀମାନେ, 

ଏକ ବୃହତ ଜନସଂଖ୍ୟା ନ୍ୟାୟିକ ପ୍ରକ୍ରିୟାଠାରୁ ଆରମ୍ଭ କରି ନିଷ୍ପତ୍ତି ପର୍ଯ୍ୟନ୍ତ ବୁଝିବା କଷ୍ଟକର ଅଟେ । ଆମକୁ ଏହି ବ୍ୟବସ୍ଥା ସରଳ ଏବଂ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ କରାଇବାର ଆବଶ୍ୟକତା ରହିଛି । ଆମେ କୋର୍ଟରେ ସ୍ଥାନୀୟ ଭାଷାକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଛି । ଏହା ଦ୍ୱାରା ଦେଶ ନ୍ୟାୟ ବ୍ୟବସ୍ଥାରେ ସାଧାରଣ ନାଗରିକମାନଙ୍କର ଆତ୍ମବିଶ୍ୱାସ ବଢିବ, ସେମାନେ ଏହା ସହ ଜଡିତ ବୋଲି ଅନୁଭବ କରିବେ । ବର୍ତ୍ତମାନ ଏହି ସମୟରେ ଆମେ ସମସ୍ତ ପ୍ରକାର ଚେଷ୍ଟା କରୁଛୁ ଯେ ବୈଷୟିକ ଶିକ୍ଷା ଏବଂ ଡାକ୍ତରୀ ଶିକ୍ଷା କେବଳ ଭାଷାରେ କରାଯିବା ଉଚିତ ନୁହେଁ । ଆମର ପିଲାମାନେ ଯେଉଁମାନେ ବାହାରକୁ ଯାଆନ୍ତି, ବିଶ୍ୱରେ ସେହି ଭାଷା ଶିଖିବାକୁ ଚେଷ୍ଟା କରନ୍ତି, ପଢିବା ପରେ ପରେ ମେଡିକାଲ କଲେଜରେ ଆମେ ଆମ ଦେଶରେ ଏହା କରିପାରିବା ଏବଂ ମୁଁ ଖୁସି ଯେ ଅନେକ ରାଜ୍ୟ ବୈଷୟିକ ଶିକ୍ଷା, ମାତୃଭାଷାରେ ଡାକ୍ତରୀ ଶିକ୍ଷା ପାଇଁ କିଛି ପଦକ୍ଷେପ ନେଇଛନ୍ତି । ତେଣୁ ପରବର୍ତ୍ତୀ ସମୟରେ, ସେହି କାରଣରୁ, ଗାଁର ସବୁଠାରୁ ଗରିବ ପିଲା, ଯିଏ ଭାଷା ପାଇଁ ବାଧା ଅନୁଭବ କରିଥାଏ । ତାଙ୍କ ପାଇଁ ସମସ୍ତ ରାସ୍ତା ଖୋଲିଯିବ ଏବଂ ଏହା ମଧ୍ୟ ଏକ ମହାନ୍ ନ୍ୟାୟ । ଏହା ମଧ୍ୟ ଏକ ସାମାଜିକ ନ୍ୟାୟ । ସାମାଜିକ ନ୍ୟାୟ ପାଇଁ ନ୍ୟାୟପାଳିକାର ମାପକାଠି ଯିବାର କୌଣସି ଆବଶ୍ୟକତା ନାହିଁ । ବେଳେବେଳେ ଭାଷା ମଧ୍ୟ ସାମାଜିକ ନ୍ୟାୟ ପାଇଁ ଏକ ବଡ କାରଣ ହୋଇପାରେ । 

ସାଥୀମାନେ,

ଏକ ସାଧାରଣ ବିଷୟ ହେଉଛି ଯେ, ସାଧାରଣ ଲୋକଙ୍କ ପାଇଁ ଆଇନର ମଧ୍ୟ ଜଟିଳତା ରହିଛି । ୨୦୧୫ରେ ଆମେ ପ୍ରାୟ ୧୮ଶହ ଏପରି ନିୟମ ଚିହ୍ନଟ କରିଥିଲୁ ଯାହା ଅପ୍ରାସଙ୍ଗିକ ହୋଇଯାଉଥିଲା । ଏଥିମଧ୍ୟରୁ ଯାହା କେନ୍ଦ୍ରର ନିୟମ ଥିଲା, ଆମେ ୧୪୫୦ନିୟମକୁ ରଦ୍ଦ କରିଦେଲୁ । କିନ୍ତୁ କେବଳ ରାଜ୍ୟଗୁଡିକ ପକ୍ଷରୁ ୭୫ଟି ଆଇନକୁ ଶେଷ କରିଦିଆଗଲା । ଆଜି ଏଠାରେ ସମସ୍ତ ମୁଖ୍ୟମନ୍ତ୍ରୀମାନେ ବସିଛନ୍ତି । ମୁଁ ଆପଣଙ୍କୁ ବହୁତ ଅନୁରୋଧ କରୁଛି ଯେ ଆପଣଙ୍କ ରାଜ୍ୟର ନାଗରିକଙ୍କ ଅଧିକାର ପାଇଁ, ସେମାନଙ୍କ ଜୀବନର ସହଜତା ପାଇଁ, ଆପଣଙ୍କ ସ୍ଥାନରେ ଆଇନର ଏକ ବିରାଟ ୱେବ ଅଛି । ଲୋକମାନେ ମିଆଦପୂର୍ଣ୍ଣ ଆଇନରେ ଫସି ରହିଛନ୍ତି । ଆପଣ ଏହି ନିୟମଗୁଡିକୁ ରଦ୍ଦ କରିବା ପାଇଁ ପଦକ୍ଷେପ ନିଅନ୍ତୁ । ଲୋକମାନେ ଆପଣଙ୍କୁ ବହୁତ ଆଶୀର୍ବାଦ ଦେବେ । 

ସାଥୀମାନେ, 

ନ୍ୟାୟିକ ସଂସ୍କାର କେବଳ ନୀତିଗତ ବିଷୟ କିମ୍ବା ପଲିସି ବିଷୟ ନୁହେଁ । ଦେଶରେ କୋଟି କୋଟି ବିଚାରଧୀନ ମାମଲା ପାଇଁ ନୀତି ଠାରୁ ଆରମ୍ଭ କରି ଟେକ୍ନୋଲୋଜି ପର୍ଯ୍ୟନ୍ତ ଦେଶରେ ସମସ୍ତ ପ୍ରୟାସ କରାଯାଉଛି ଏବଂ ଆମେ ଏହାକୁ ବାରମ୍ବାର ଆଲୋଚନା ମଧ୍ୟ କରିଛୁ । ଏହି ସମ୍ମିଳନୀରେ ଆପଣ ସମସ୍ତ ବିଶେଷଜ୍ଞ ମଧ୍ୟ ଏହି ବିଷୟ ଉପରେ ବିସ୍ତୃତଭାବରେ ଆଲୋଚନା କରିବେ, ମୋତେ ବିଶ୍ୱାସ ଅଛି ଯେ ମୁଁ ବୋଧ ହୁଏ ବହୁଦିନ ଧରି ଏହି ସଭାରେ ବସିଛି । ବୋଧହୁଏ ବିଚାରପତିମାନେ ଏପରି ସଭାରେ ଆସିବାର ଯେତିକି ଅବସର ମିଳିଛି, ତାହାଠାରୁ ଅଧିକ ମୋତେ ସୁଯୋଗ ମିଳିଛି । କାରଣ ମୁଁ ବହୁବର୍ଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଭାବରେ ଏହି ସମ୍ମିଳନୀକୁ ଆସୁଥିଲି । ବର୍ତ୍ତମାନ ଏଠାରେ ବସିବାର ସୁଯୋଗ ଆସିଛି, ତେଣୁ ମୁଁ ଏଠାକୁ ଆସୁଛି । କୌଣସି ପ୍ରକାରରେ ମୁଁ ଏହି ସମାବେଶରେ ଜଣେ ବରିଷ୍ଠ ଅଟେ । 

ସାଥୀମାନେ, 

ଯେତେବେଳେ ମୁଁ ଏହି ବିଷୟରେ କଥାବାର୍ତ୍ତା କରୁଥିଲି, ସେତେବେଳେ ମୁଁ ଏହା ମାନୁଥିଲି ଯେ ଏହି ସମସ୍ତ କାର୍ଯ୍ୟରେ ମାନବୀୟ ସମ୍ବେଦନଶୀଳତା ଜଡିତ ରହିଛି । ଆମକୁ ମଧ୍ୟ ମଣିଷର ସମ୍ବେଦନଶୀଳତାକୁ କେନ୍ଦ୍ରରେ ରଖିବାକୁ ପଡିବ । ଆଜି ଦେଶରେ ପ୍ରାୟ ସାଢେ ୩ଲକ୍ଷ କଏଦୀ ଅଛନ୍ତି । ଯେଉଁମାନେ ବିଚାରଧୀନ ବନ୍ଦୀଭାବେ ଜେଲରେ ଅଛନ୍ତି । ଏହି ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଗରିବ କିମ୍ବା ସାଧାରଣ ପରିବାରର । ପ୍ରତ୍ୟେକ ଜିଲ୍ଲାରେ ଏହି ମାମଲାଗୁଡିକର ସମୀକ୍ଷା କରିବା ପାଇଁ ଜିଲ୍ଲା ଜଜ୍‌ଙ୍କ ନେତୃତ୍ୱରେ ଏକ କମିଟି ଅଛି, ଯାହାକି ଏହି ମାମଲାଗୁଡିକର ସମୀକ୍ଷା ହୋଇପାରିବ । ଯେଉଁଠାରେ ସେମାନଙ୍କୁ ଜାମିନରେ ମୁକ୍ତ କରାଯାଇପାରିବ । ମୁଁ ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କୁ ଏବଂ ହାଇକୋର୍ଟର ବିଚାରପତିମାନଙ୍କୁ ଅପିଲ କରିବି ଯେ ମାନବ ସମ୍ବିଧାନ, ସେହି ସମ୍ବେଦନଶୀଳତା ଏବଂ ଆଇନ ଆଧାରରେ ଯଦି ସମ୍ଭବ ହୁଏ ତେବେ ଏହି ମାମଲାକୁ ପ୍ରାଥମିକତା ଦେବେ । ସେହିଭଳି ଅଦାଲତରେ ବିଶେଷକରି ସ୍ଥାନୀୟ ସ୍ତରରେ ବିଚାରଧୀନ ମାମଲାଗୁଡିକର ସମାଧାନ ପାଇଁ ମଧ୍ୟସ୍ଥତା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ । ଆମ ସମାଜରେ ମଧ୍ୟସ୍ଥତା ମାଧ୍ୟମରେ ବିବାଦର ସମାଧାନ କରିବା ହଜାର ହଜାର ବର୍ଷର ପୁରୁଣା ପରମ୍ପରା ଅଛି । ପାରସ୍ପରିକ ସମ୍ମତି ଏବଂ ପାରସ୍ପରିକ ଭାଗିଦାରୀ, ଏହା ନ୍ୟାୟ ନିଜସ୍ୱ ଏକ ଅଲଗା ମାନବୀୟ ଅବଧାରଣା । ଯଦି ଆମେ ଦେଖିବା, ତେବେ ଆମ ସମାଜରେ ସେହି ପ୍ରକୃତି କେଉଁଠି ନା କେଉଁଠି ଏବେ ମଧ୍ୟ ଅଛି । ଆମେ ଆମର ସେହି ପରମ୍ପରା ହରାଇ ନାହୁଁ । ଆମକୁ ଏହି ଗଣତାନ୍ତ୍ରିକ ବ୍ୟବସ୍ଥାକୁ ମଜବୁତ କରିବାକୁ ପଡିବ ଏବଂ ଯେମିତି ଶିବ ସାହିବ୍ ଲଲିତ ଜୀଙ୍କୁ ପ୍ରଶଂସା କଲେ ମୁଁ ମଧ୍ୟ କରିବାକୁ ଚାହିଁବି । ସେ ସାରା ଦେଶ ଭ୍ରମଣ କରିଥିଲେ । ଏହି କାର୍ଯ୍ୟ ପାଇଁ ପ୍ରତ୍ୟେକ ରାଜ୍ୟକୁ ଯାଇଥିଲେ ଏବଂ ସବୁଠାରୁ ବଡ କଥା ହେଉଛି କରୋନା ସମୟ ମଧ୍ୟରେ ସେ ଯାଇଥିଲେ । 

ସାଥୀମାନେ, 

କମ୍ ସମୟ ମଧ୍ୟରେ ମାମଲାଗୁଡିକର ମଧ୍ୟ ସମାଧାନ ହୋଇଥାଏ, କୋର୍ଟର ଭାର ମଧ୍ୟ କମ୍ ହୋଇଥାଏ । ସମାଜ ମଧ୍ୟ ନିରାପଦ ରହିଥାଏ । ଏହି ଚିନ୍ତାଧାରା ସହିତ ଆମେ ସଂସଦରେ ମଧ୍ୟସ୍ଥତା ବିଲ୍‌କୁ ମଧ୍ୟ ଏକ ଛତା ଆଇନଭାବରେ ଉପସ୍ଥାପନ କରିଛୁ । ଆମର ସମୃଦ୍ଧ ଆଇନଗତ ଅଭିଜ୍ଞତା ସହିତ ଆମେ “ ସମାଧନା ପାଇଁ ମଧ୍ୟସ୍ଥତା” କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ନେତା ହୋଇପାରିବା । ଆମେ ସମଗ୍ର ବିଶ୍ୱ ସମ୍ମୁଖରେ ଏକ ମଡେଲ ଉପସ୍ଥାପନ କରିପାରିବା । ମୋତେ ପୁରା ଭରସା ଅଛି ଯେ ପ୍ରାଚୀନ ମାନବୀୟ ମୂଲ୍ୟବୋଧ ଏବଂ ଆଧୁନିକ ଆଭିମୁଖ୍ୟ ସହିତ ଏହି ଆଲୋଚନାଚକ୍ରରେ ଏହିପରି ସମସ୍ତ ବିଷୟରେ ବିସ୍ତୃତଭାବରେ ଆଲୋଚନା କରିବା ପରେ ଆପଣ ସମସ୍ତେ ପଣ୍ଡିତମାନେ ସେହି ଅମୃତକୁ ଆଣିବେ, ଯାହା ବୋଧହୁଏ ଭବିଷ୍ୟତ ପିଢିଙ୍କ ପାଇଁ କାମରେ ଆସିବ । ଏହି ସମ୍ମିଳନୀରୁ ବାହାରୁଥିବା ଯେଉଁ ନୂତନ ଚିନ୍ତାଧାରା, ନୂତନ ସିଦ୍ଧାନ୍ତ, ଯାହା ନିଃଶ୍କର୍ସ ଆସିବ ସେମାନେ ନୂତନ ଭାରତର ଆକାଂକ୍ଷା ପୂରଣ କରିବାର ଏକ ମାଧ୍ୟମ ହୋଇଯିବେ । ଏହି ବିଶ୍ୱାସ ସହିତ ମୁଁ ପୁଣି ଥରେ ଆପଣ ସମସ୍ତଙ୍କ ମାର୍ଗଦର୍ଶନ ପାଇଁ ଆପଣଙ୍କଠାରେ କୃତଜ୍ଞ ଏବଂ ମୁଁ ସରକାରଙ୍କ ପକ୍ଷରୁ ନିଶ୍ଚିତ କରୁଛି ଯେ ଦେଶର ନ୍ୟାୟ ବ୍ୟବସ୍ଥା ପାଇଁ ସରକାରଙ୍କୁ ଯାହା କରିବାକୁ ପଡିବ, ତାହା ରାଜ୍ୟ ରାଜ୍ୟ ସରକାର ହୁଅନ୍ତୁ ବା କେନ୍ଦ୍ରସରକାର ସେମାନେ ବହୁମାତ୍ରାରେ ପ୍ରୟାସ କରିବେ । ଯାହାଦ୍ୱାରା ଆମେ ଦେଶର କୋଟି କୋଟି ନାଗରିକଙ୍କର ଆଶା ଏବଂ ଉପେକ୍ଷାକୁ ପୂରଣ କରିପାରିବା ଏବଂ ୨୦୪୭ରେ ଦେଶ ଯେତେବେଳେ ସ୍ୱାଧୀନତାର ୧୦୦ବର୍ଷ ପାଳନ କରିବ ସେତେବେଳେ ଆମେ ମଧ୍ୟ ନ୍ୟାୟ କ୍ଷେତ୍ରରେ ଆହୁରି ଅଧିକ ଗୌରବ ସହିତ ଏବଂ ଅଧିକ ସମ୍ମାନର ସହିତ, ସନ୍ତୋଷର ସହିତ ଆଗକୁ ବଢିବା । ଏହା ମୋର ବହୁତ-ବହୁତ ଶୁଭକାମନା ରହିଛି । 

ବହୁତ-ବହୁତ ଧନ୍ୟବାଦ ! 

 

****

 

NS/SLP



(Release ID: 1821837) Visitor Counter : 153