ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଏପ୍ରିଲ ୩୦ରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିମାନଙ୍କ ସଂଯୁକ୍ତ ସମ୍ମେଳନର ଉଦଘାଟନୀ ଅଧିବେଶନରେ ଉଦବୋଧନ ଦେବେ

Posted On: 29 APR 2022 6:47PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୩୦, ୨୦୨୨ ପୂର୍ବାହ୍ନ ୧୦ଟା ବେଳେ ବିଜ୍ଞାନ ଭବନ, ନୂଆଦିଲ୍ଲୀରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିମାନଙ୍କ ସଂଯୁକ୍ତ ସମ୍ମେଳନର ଉଦଘାଟନୀ ଅଧିବେଶନରେ ସାମିଲ ହେବେ । ପ୍ରଧାନମନ୍ତ୍ରୀ ଏହି ଅବସରରେ ଉଦବୋଧନ ମଧ୍ୟ ଦେବେ ।

ଏହି ସଂଯୁକ୍ତ ସମ୍ମେଳନ କାର୍ଯ୍ୟପାଳିକା ଓ ନ୍ୟାୟପାଳିକାକୁ ଗୋଟିଏ ମଂଚକୁ ଆଣିବାର ଅବସର ପ୍ରଦାନ କରୁଛି । ସମ୍ମେଳନରେ ସରଳ ଓ ସୁବିଧାଜନକ ଭାବେ ନ୍ୟାୟ ପ୍ରଦାନର ରୂପରେଖ ସୃଷ୍ଟି ହୋଇପାରିବା ସହ ନ୍ୟାୟ ପ୍ରଣାଳୀ ଭୋଗୁଥିବା ସମସ୍ୟାର ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପଗୁଡିକ ସମ୍ପର୍କରେ ଆଲୋଚନା ହେବ । ପୂର୍ବରୁ ୨୦୧୬ରେ ଏହିଭଳି ସମ୍ମେଳନ ଆୟୋଜିତ ହୋଇଥିଲା । ସେବେଠାରୁ ସରକାର ଇକୋର୍ଟସ ମିଶନ ମୋଡ ପ୍ରୋଜେକ୍ଟ ଅନ୍ତର୍ଗତ ଭିତ୍ତିଭୂମି ଉନ୍ନତିକରଣ ପାଇଁ ବହୁ ପଦକ୍ଷେପ ନେବା ସହ ଅଦାଲତ କାର୍ଯ୍ୟପ୍ରଣାଳୀର ଡିଜିଟାଲ ପ୍ରଯୁକ୍ତି ଏକୀକରଣ ପାଇଁ ପଦକ୍ଷେପ ନେଇଛନ୍ତି । 

SR



(Release ID: 1821432) Visitor Counter : 149