ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗିରିରାଜ ସିଂହଙ୍କ ଦ୍ୱାରା ୯୦ ଦିନିଆ ‘ଆଜାଦୀ ସେ ଅନ୍ତ୍ୟୋଦୟ ତକ୍‍’ କାର୍ଯ୍ୟକ୍ରମର ଶୁଭାରମ୍ଭ


 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ୱପ୍ନର ଭାରତ ଗଢ଼ିବା ନିମନ୍ତେ କରିଥିବା ପଥ ପ୍ରଦର୍ଶନ ଅନୁସାରେ କାର୍ଯ୍ୟ କରୁଛୁ: ଶ୍ରୀ ଗିରିରାଜ ସିଂହ

ଏହି ଅଭିଯାନର ଉଦ୍ଦେଶ୍ୟ ହେଲା ଦେଶବ୍ୟାପୀ ୭୫ ଚୟନିତ ଜିଲ୍ଲାରେ ୯ଟି କେନ୍ଦ୍ରୀୟ ମନ୍ତ୍ରଣାଳୟର ୧୭ଟି ଯୋଜନାର ସୁଫଳ ପହଞ୍ଚାଇବା

ଏହିସବୁ ଜିଲ୍ଲା ଭାରତୀୟ ସ୍ୱାଧୀନତା ଆନ୍ଦୋଳର ୯୯ଜଣ ଅବହେଳିତ ନାୟକଙ୍କ ଜନ୍ମସ୍ଥାନ ସହିତ ସଂଯୁକ୍ତ

Posted On: 28 APR 2022 5:05PM by PIB Bhubaneshwar

ସ୍ୱାଧୀନତା ଠାରୁ ଅନ୍ତ୍ୟୋଦୟ ପର୍ଯ୍ୟନ୍ତ, ଦେଶର ୨୮ଟି ରାଜ୍ୟ/ କେନ୍ଦ୍ରଶାସିତ ପ୍ରଦେଶର ୭୫ଟି ଜିଲ୍ଲାକୁ ନଅଗୋଟି କେନ୍ଦ୍ରୀୟ ମନ୍ତ୍ରଣାଳୟର ଲାଭାର୍ଥୀ ଯୋଜନା ସହିତ ସନ୍ତୃପ୍ତ କରିବା ଅଭିଯାନ ସହିତ ଏକ ୯୦ ଦିନିଆ ଅଭିଯାନକୁ ଆଜି ଗ୍ରାମାଞ୍ଚଳ ବିକାଶ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ଗିରିରାଜ ସିଂହ ଶୁଭାରମ୍ଭ କରିଛନ୍ତି । ବର୍ଷବ୍ୟାପୀ ଚାଲିବାକୁ ଥିବା ଏହି ସ୍ୱାଧୀନତାର ଅମୃତ ମହୋତ୍ସବ (AKAM)ର ଭାବନାର ଉତ୍ସବ ପାଳନ କରିବା ସହିତ, ଚିହ୍ନିତ ଜିଲ୍ଲାଗୁଡ଼ିକର ୯୯ ଜଣ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଜନ୍ମସ୍ଥାନ ସହିତ ଏହାକୁ ସଂଯୋଗ କରାଯାଇଛି । ଏହିସବୁ ସ୍ୱାଧୀନତା ସଂଗ୍ରାମୀମାନେ ଦେଶ ସ୍ୱାଧୀନତା ନିମନ୍ତେ ଅନେକ ସଂଘର୍ଷ କରିବା ଅବସରରେ ରାଷ୍ଟ୍ର ନିମନ୍ତେ ଅନ୍ତିମ ବଳିଦାନ ଦେଇଥିଲେ ।

ଏହି ଅଭିଯାନର ଲକ୍ଷ୍ୟକୁ ୧୭ଟି ଚୟନକୃତ ଯୋଜନାଗୁଡ଼ିକର ସୁଫଳକୁ ଲାଭାର୍ଥୀମାନଙ୍କୁ ସଂତୃପ୍ତି ମୋଡ଼ରେ ସହାୟତା ପ୍ରଦାନ ସହିତ ଶୁଭାରମ୍ଭ କରାଯାଇଛି । ଏଥିରେ ସାମିଲ ହୋଇଥିବା ପ୍ରତିଟି ମନ୍ତ୍ରଣାଳୟ/ ବିଭାଗ ଦ୍ୱାରା ଗ୍ରାମାଞ୍ଚଳ କ୍ଷେତ୍ରରେ ସବୁଠାରୁ ପଛୁଆ ସ୍ତରରେ ଥିବା ବ୍ୟକ୍ତିବିଶେଷଙ୍କ ନିକଟରେ ପହଞ୍ଚାଯାଇ ପାରିବ ।

ବିକାଶ ମାନାଂକରେ ପଛରେ ରହିଥିବା ଏହି ୭୫ଟି ଜିଲ୍ଲାକୁ ଏମପିସିଡ଼ି (ମାସିକ ପ୍ରତି ବ୍ୟକ୍ତି ସଂକେତକ) ଏବଂ ଡି୫/ଡି୭ ଏସଇସିସି- ୨୦୧୧ (ସାମାଜିକ- ଆର୍ଥିକ ଜାତି ଜନଗଣନା) ଡାଟା ମାଧ୍ୟମରେ ସର୍ଟଲିଷ୍ଟ କରାଯାଇଛି ।

କେନ୍ଦ୍ରୀୟ ଗ୍ରାମାଞ୍ଚଳ ବିକାଶ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ଗିରିରାଜ ସିଂହ ସ୍ୱାଧୀନତା ଠାରୁ ଅନ୍ତ୍ୟୋଦୟ ପର୍ଯ୍ୟନ୍ତ ଅଭିଯାନକୁ ଅମୃତ ମହୋତ୍ସବ ଦିଗରେ ସରକାରଙ୍କର ଏକ ବଳିଷ୍ଠ ପଦକ୍ଷେପ ବୋଲି ଅଭିହିତ କରି କହିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ୱପ୍ନର ଭାରତ ନିର୍ମାଣ କରିବା ଦିଗରେ କାର୍ଯ୍ୟ କରୁଛନ୍ତି । ସେ କହିଲେ ଯେ ଏହି ଅଭିଯାନକୁ ସଫଳ କରିବା ନିମନ୍ତେ ସମସ୍ତ ନଅଟିଯାକ ମନ୍ତ୍ରଣାଳୟକୁ ଜନଭାଗୀଦାରୀ ସହିତ ମିଳିମିଶି କାମ କରିବାକୁ ପଡ଼ିବ । ମନ୍ତ୍ରୀ ଶ୍ରୀ ସିଂହ କହିଲେ ଯେ “ଆମେ ଏହି ୧୭ଟି ଯୋଜନାର ଗହନ ବାସ୍ତବିକ ସମୟ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବା ସହିତ ସଂତୃକ୍ତି ମୋଡ଼ରେ ଏହାକୁ କାର୍ଯ୍ୟକାରୀ କରାଯିବ । ଅଭିଯାନ ପୂର୍ଣ୍ଣ ହେବା ପରେ ଏହାକୁ ଏକ ରେକର୍ଡ଼ ଭାବେ ସଂରକ୍ଷିତ ରଖାଯିବ ।”

ଗ୍ରାମାଭଞ୍ଚଳ ବିକାଶ ରାଜ୍ୟମନ୍ତ୍ରୀ ସାଧ୍ୱୀ ନିରଞ୍ଜନା ଏହି ଅଭିଯାନର ଶୁଭାରମ୍ଭ ଅବସରରେ ନିଜର ବିଚାର ବ୍ୟକ୍ତ କରି କହିଲେ ଯେ ଆଜି ସୁଦ୍ଧା ଅନେକ ଏଭଳି ସ୍ୱାଧୀନତା ସଂଗ୍ରାମୀ ଅଛନ୍ତି ଯେଉଁମାନଙ୍କୁ ସେମାନଙ୍କର ଜିଲ୍ଲାର ଲୋକମାନେ ସୁଦ୍ଧା ଜାଣିନାହାନ୍ତି । “ଆମକୁ ଅମସର ମିଳିଛି ଯେ ଆମେ ସେମାନଙ୍କୁ ସ୍ମରଣ କରିପାରିବା, ସେମାନଙ୍କୁ ନମନ କରିପାରିବା ଏବଂ ସେମାନଙ୍କ ଗାଁକୁ ବିକଶିତ କରିପାରିବା । କାମ ଅଧିକ ନିଶ୍ଚୟ, ସମୟ ମଧ୍ୟ ସ୍ୱଳ୍ପ  ଏବଂ ଏହା ହେଉଛି ସୁଯୋଗ । ୯୦ ଦିନରେ ନିଜର ଲକ୍ଷ୍ୟକୁ ପ୍ରାପ୍ତ କରିବା ହିଁ ସେହି ଅମର ସହିଦମାନଙ୍କ  ପ୍ରତି ବାସ୍ତବ ଶ୍ରଦ୍ଧାଞ୍ଜଳି ହେବ

ପଞ୍ଚାୟତିରାଜ ରାଜ୍ୟମନ୍ତ୍ରୀ ଶ୍ରୀ କପିଳ ମାରେଶ୍ୱର ପାଟିଲ ଏହି ଅବସରରେ ନିଜର ବକ୍ତବ୍ୟ ରଖି କହିଲେ ଯେ ଏହି ଅଭୁଯାନ ମାଧ୍ୟମରେ ଲୋମାନେ ଏବେ ସ୍ୱାଧୀନତା ସଂଗ୍ରାମର ଗୁମନାମ ନାୟକମାନଙ୍କ ସଂପର୍କରେ ଜାଣିବାର ସୁଯୋଗ ପାଇପାରିବେ ।

 

ଏହି ଅଭିଯାନର ଉନ୍ମୋଚନ ଅବସରରେ ଗ୍ରାମାଞ୍ଚଳ ବିକାଶ ମନ୍ତ୍ରଣାଳୟର ସଚିବ ଶ୍ରୀ ନଗେନ୍ଦ୍ର ନାଥ ସିହ୍ନା କହିଲେ, ‘ଆଜିର କାର୍ଯ୍ୟକ୍ରମ ନିଜସ୍ୱ ଢଙ୍ଗରେ ବେଶ୍‍ ସ୍ୱତନ୍ତ୍ର । ଆଜି ଆମେ ସ୍ୱାଧୀନତା ସଂଗ୍ରାମ ସହିତ ଜଡ଼ିତ ବିସ୍ମୃତ ସେନାନୀମାନଙ୍କ ଯୋଗଦାନ ଏବଂ ଭୂମିକାକୁ ସ୍ମରଣ କରୁଛେ ।”

କାର୍ଯ୍ୟକ୍ରମ ଅବସରରେ ମାନନୀୟ ମନ୍ତ୍ରୀ ଏଥିପାଇଁ ଚୟନ କରାଯାଇଥିବା ୯୯ଟି ଜିଲ୍ଲାରୁ ୩ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ସହିତ ବାର୍ତ୍ତାଳାପ ମଧ୍ୟ କରିଥିଲେ । ଛତିଶଗଡ଼ର ରାଜନନ୍ଦ ଗାଓଁରେ ସ୍ୱର୍ଗୀୟ ଠାକୁର ପ୍ୟାରେଲାଲ ସିଂହଙ୍କ ପରିବାରବର୍ଗ ବସବାସ କରନ୍ତି । ସେମାନଙ୍କ ମଧ୍ୟରୁ ଜଣେ ସଦସ୍ୟ ନିଜର ବକ୍ତବ୍ୟରେ କହିଥିଲେ – “ ଏହି ଆୟୋଜନ ଆମ ପରିବାର, ଜିଲ୍ଲୀ ଏବଂ ସହର ନିମନ୍ତେ ଏକ ଗର୍ବ କରିବାର ଅବସର ।”

ସ୍ୱାଧୀନତାଠାରୁ ଅନ୍ତ୍ୟୋଦୟ ପର୍ଯ୍ୟନ୍ତ ଏହି ଅଭିଯାନ ଗ୍ରାମାଞ୍ଚଳ ବିକାଶ ମନ୍ତ୍ରଣାଳୟ, ସାମାଜିକ ନ୍ୟାୟ ଏବଂ ଅଧିକାରୀତା ବିଭାଗ- ଦିବ୍ୟାଙ୍ଗଜନ, ମହିଳା ଏବଂ ବାଳ ବିକାଶ ମନ୍ତ୍ରଣାଳୟ, ଆର୍ଥିକ ସେବା ବିଭାଗ, କୌଶଳ ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ, କୃଷି ଏବଂ କୃଷକ କଲ୍ୟାଣ ବିଭାଗର ଏକ ସମ୍ମିଳିତ ପ୍ରୟାସ । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ପଶୁପାଳନ ଏବଂ ଡାଏରୀ ବିଭାଗ ଏବଂ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ମଧ୍ୟ ଏଥିରେ ସାମିଲ ଅଛନ୍ତି ।

ଏହି ଅଭିଯାନରେ ସମସ୍ତ ଗ୍ରାମାଞ୍ଚଳର ହିତଧାରକଙ୍କୁ ସାମିଲ କରିବା ସହ ଏକ ଉତ୍ସବ ମୋଡ଼ରେ ଏହାକୁ ପ୍ରବର୍ତ୍ତନ କରାଯିବ ଯେଉଁଥିରେ ଚିହ୍ନିତ ସ୍ୱାଧୀନତା ସଂଗ୍ରାମୀ (ଏଫଏଫ), ପଞ୍ଚାୟତିରାଜ ସଂସ୍ଥାନ (ପିଆରଆଇ), ମହିଳା ନେଟୱାର୍କ, ଯୁବ ସମୂହ ଏବଂ ଯୋଜନାଗୁଡ଼ିକର ଉପଲବ୍ଧକୁ ଉଜାଗର କରିବା ଭଳି ଛାତ୍ରଛାତ୍ରୀଙ୍କ ପରିବାରକୁ ସାମିଲ କରାଯିବ । ଏହା ସ୍ଥାନୀୟ ସଦସ୍ୟ, ବିଧାୟକ, ସରପଞ୍ଚ ଆଦିଙ୍କ ଭଳି ଲୋକ ସେବକମାନଙ୍କ ସକ୍ରିୟ ସମର୍ଥନ ସହିତ ନିଜର ଦୃଷ୍ଟିକୋଣରେ ମଧ୍ୟ ସହଭାଗୀ ରହିବ ।

ସ୍ୱାଧୀନତା ଠାରୁ ଅନ୍ତ୍ୟୋଦୟ ପର୍ଯ୍ୟନ୍ତ ଏହି ଅଭିଯାନର ନେତୃତ୍ୱ ସଂସ୍କୃତି ମନ୍ତ୍ରଣାଳୟ ଏବଂ ସମସ୍ତ ଅଂଶଗ୍ରହଣକାରୀ ମନ୍ତ୍ରଣାଳୟ/ ବିଭାଗଙ୍କ ସକ୍ରିୟ ସମର୍ଥନ ମାଧ୍ୟମରେ ଗ୍ରାମାଞ୍ଚଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା କାର୍ଯ୍ୟାନ୍ୱୟନ କରାଯିବ ।

ଏହି ଅଭିଯାନ ଦେଶର ୨୮ଟି ରାଜ୍ୟ/ କେନ୍ଦ୍ରଶାସିତ ପ୍ରଦେଶ ଯଥା; ଓଡ଼ିଶା, ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ଗୋଆ, ଗୁଜରାଟ, ହରିଆଣା, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ପୁଡ଼ୁଚେରୀ, ପଞ୍ଜାବ, ରାଜସ୍ଥାନ, ସିକିମ, ତେଲଙ୍ଗାନା, ତାମିଲନାଡ଼ୁ, ତ୍ରିପୁରା, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ ଏବଂ ପଶ୍ଚିମ ବଙ୍ଗଳା ଓ  ମଧ୍ୟ ପ୍ରଦେଶର ୭୫ଟି ଜିଲ୍ଲାରେ ପ୍ରବର୍ତ୍ତନ କରିବା ନିମନ୍ତେ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି ।

 https://static.pib.gov.in/WriteReadData/specificdocs/documents/2022/apr/doc202242850701.pdf

 

****

SM/SLP



(Release ID: 1821115) Visitor Counter : 175