ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଦେଶବ୍ୟାପୀ ବ୍ଲକ୍‌ସ୍ତରୀୟ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ମେଳା ଆୟୋଜନ ଜାରି


ଏପ୍ରିଲ ୧୯ ତାରିଖରେ ସ୍ୱାସ୍ଥ୍ୟ ମେଳାରେ ଅଂଶଗ୍ରହଣ କଲେ ୩ ଲକ୍ଷ ୫୭ ହଜାର ଲୋକ

ଦ୍ୱିତୀୟ ଦିନରେ ସାରା ଦେଶର ୪୯୦ଟି ବ୍ଲକ୍‌ରେ ସ୍ୱାସ୍ଥ୍ୟ ମେଳା ଆୟୋଜିତ

୬୦ ହଜାରରୁ ଅଧିକ ଆଭା ସ୍ୱାସ୍ଥ୍ୟ ଆଇଡି ପ୍ରସ୍ତୁତ ହେଲା; ୨୧ ହଜାର ପିଏମଜେଏୱାଇ ଗୋଲ୍ଡେନ କାର୍ଡ ଜାରି କରାଯିବା ସହ ୨୫ ହଜାର ଟେଲି ପରାମର୍ଶ ଦିଆଗଲା

ଓଡ଼ିଶାର ୧୮ଟି ବ୍ଲକ୍‌ରେ ସ୍ୱାସ୍ଥ୍ୟ ମେଳା; ୧୨ହଜାରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ

Posted On: 20 APR 2022 3:47PM by PIB Bhubaneshwar

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କ ସହଭାଗିତାରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ରଗୁଡ଼ିକ ପ୍ରତିଷ୍ଠା ହେବାର ଚତୁର୍ଥ ବର୍ଷ ପୂର୍ତ୍ତି ପାଳନ କରାଯାଉଛି । ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଏପ୍ରିଲ୍‌ ୧୬ ତାରିଖ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଦେଶବ୍ୟାପୀ ଅତ୍ୟନ୍ତ ଉତ୍ସାହ ଏବଂ ଉଦ୍ଦୀପନାର ସହିତ ଏହି କାର୍ଯ୍ୟକ୍ରମକୁ ପାଳନ କରାଯାଉଥିବା ଦେଖିବାକୁ ମିଳିଛି । ଏହି ଅବସରରେ ଦେଶର ବିଭିନ୍ନ ବ୍ଲକ୍‌ସ୍ତରରେ ସ୍ୱାସ୍ଥ୍ୟ ମେଳା ଆୟୋଜନ କରାଯାଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ, ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀ, ସାଂସଦ, ବିଧାୟକ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ପ୍ରମୁଖ ସ୍ୱାସ୍ଥ୍ୟ ସଚିବ, ସ୍ୱାସ୍ଥ୍ୟ ସଚିବ, ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ, ଜନପ୍ରତିନିଧି ଏବଂ ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତିମାନେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ର ପରିଦର୍ଶନ କରୁଛନ୍ତି । ଏସବୁ କେନ୍ଦ୍ରରେ ଯୋଗାଇ ଦିଆଯାଉଥିବା ଶସ୍ତା ଏବଂ ସୁଲଭ ସ୍ୱାସ୍ଥ୍ୟସେବା ସମ୍ପର୍କରେ ସେମାନେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛନ୍ତି ।

A group of people sitting at a tableDescription automatically generated with medium confidence

ଏପ୍ରିଲ୍‌ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଦେଶର ଏକ ଲକ୍ଷରୁ ଅଧିକ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ରରେ ବ୍ଲକ୍‌ସ୍ତରରେ ସ୍ୱାସ୍ଥ୍ୟ ମେଳା ଆୟୋଜନ କରାଯାଉଛି । ପ୍ରତି ଜିଲ୍ଲାରେ ଅତିକମରେ ଗୋଟିଏ ବ୍ଲକ୍‌ରେ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହେଉଛି । ପ୍ରତି ବ୍ଲକ୍‌ରେ ଦିନିକିଆ ସ୍ୱାସ୍ଥ୍ୟ ମେଳା ଆୟୋଜନ କରାଯିବ ଏବଂ ଦେଶର ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶରେ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟ ମେଳା ଆୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଛି ।

A group of people standing in front of a signDescription automatically generated with medium confidence

ସ୍ୱାସ୍ଥ୍ୟ ମେଳା ଆୟୋଜନ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନ ଅର୍ଥାତ୍‌ ଏପ୍ରିଲ ୧୯ ତାରିଖରେ ୪୯୦ଟି ବ୍ଲକ୍‌ରେ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଛି । ଏଥିରେ ୩ ଲକ୍ଷ ୫୭ ହଜାରରୁ ଅଧିକ ଲୋକ ଅଂଶଗ୍ରହଣ କରିଥିବା ସୂଚନା ମିଳିଛି । ହଜାର ହଜାର ଲୋକ ଉଚ୍ଚ ରକ୍ତଚାପ, ମଧୁମେହ ଆଦି ରୋଗର ଯାଞ୍ଚ କରାଇଛନ୍ତି । ଏଥିସହିତ ୬୦ ହଜାର ଆଭା ସ୍ୱାସ୍ଥ୍ୟ ପରିଚୟପତ୍ର ସୃଷ୍ଟି କରାଯାଇଛି ଏବଂ ୨୧ ହଜାରରୁ ଅଧିକ ପିଏମଜେଏୱାଇ ଗୋଲ୍ଡେନ୍‌ କାର୍ଡ ଜାରି କରାଯାଇଛି । 

A picture containing person, people, group, crowdDescription automatically generated

ଏପ୍ରିଲ ୧୯ ତାରିଖରେ ଓଡ଼ିଶାର ୧୮ଟି ବ୍ଲକ୍‌ରେ ସ୍ୱାସ୍ଥ୍ୟ ମେଳା ଆୟୋଜିତ ହୋଇଥିବା ବେଳେ ଏଥିରେ ୧୨ ହଜାର ୧୫୨ ଜଣ ଲୋକ ପଞ୍ଜୀକରଣ କରି ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇଛନ୍ତି । ରାଜ୍ୟରେ ୧୩୩୪ ଆଭା ସ୍ୱାସ୍ଥ୍ୟ ପରିଚୟପତ୍ର ପ୍ରସ୍ତୁତ କରାଯାଇଛି ଏବଂ ୨୩୨ଟି ଟେଲି ପରାମର୍ଶ ଦିଆଯାଇଛି ।

ଆୟୁଷ୍ମାନ ଭାରତ – ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ରରେ ୧୬ ଏପ୍ରିଲ ୨୦୨୨ରେ ଗୋଟିଏ ଦିନରେ ଇ-ସଞ୍ଜିବନୀ ପ୍ଲାଟଫର୍ମ ମାଧ୍ୟମରେ ରେକର୍ଡ ୩ ଲକ୍ଷ ଟେଲି ପରାମର୍ଶ ଦିଆଯାଇଥିଲା । ଆୟୁଷ୍ମାନ ଭାରତ – ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ର ଆରମ୍ଭ ହେବା ପରଠାରୁ ଏହା ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ଟେଲି ପରାମର୍ଶ ସେବା । ପୂର୍ବରୁ ଗୋଟିଏ ଦିନରେ ସର୍ବାଧିକ ୧.୮ ଲକ୍ଷ ଟେଲି ପରାମର୍ଶ ଦିଆଯିବାର ରେକର୍ଡ ରହିଥିଲା । ୧୯ ଏପ୍ରିଲ ୨୦୨୨ରେ ସାରା ଦେଶରେ ୨୫,୦୦୦ରୁ ଅଧିକ ଟେଲି ପରାମର୍ଶ ସେବା ଦିଆଯାଇଛି ।

୧୯.୦୪.୨୦୨୨ ତାରିଖ ସୁଦ୍ଧା ରାଜ୍ୟୱାରୀ ବ୍ଲକ୍‌ ସ୍ୱାସ୍ଥ୍ୟ ମେଳାର ରିପୋର୍ଟ ନିମ୍ନରେ ଦିଆଗଲା:

 

 

https://static.pib.gov.in/WriteReadData/userfiles/image/image0065QZ5.jpg

 

*********

P.S.



(Release ID: 1818433) Visitor Counter : 157