ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସିଭିଲ୍ ସର୍ଭିସ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଲୋକ ପ୍ରଶାସନରେ ଉତ୍କର୍ଷତା ପାଇଁ ପ୍ରଧାନମନ୍ତ୍ରୀ ପୁରସ୍କାର ପ୍ରଦାନ କରିବେ
प्रविष्टि तिथि:
20 APR 2022 10:09AM by PIB Bhubaneswar
ସିଭିଲ ସର୍ଭିସ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୧ ଏପ୍ରିଲ ୨୦୨୨ ଦିନ ୧୧ ଟା ସମୟରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଲୋକ ପ୍ରଶାସନରେ ଉତ୍କର୍ଷତା ପାଇଁ ପ୍ରଧାନମନ୍ତ୍ରୀ ପୁରସ୍କାର ପ୍ରଦାନ କରିବେ । ଏହି କାର୍ଯ୍ୟକ୍ରମରେ ସେ ପ୍ରଶାସକମାନଙ୍କୁ ମଧ୍ୟ ସମ୍ବୋଧିତ କରିବେ ।
ସାଧାରଣ ନାଗରିକଙ୍କ କଲ୍ୟାଣ ପାଇଁ ଜିଲ୍ଲା / କାର୍ଯ୍ୟକାରୀ ୟୁନିଟ୍ ଏବଂ କେନ୍ଦ୍ରୀୟ / ରାଜ୍ୟ ସଂଗଠନ ଦ୍ୱାରା କରାଯାଇଥିବା ଅସାଧାରଣ ତଥା ଅଭିନବ କାର୍ଯ୍ୟକୁ ସ୍ୱୀକୃତି ଦେବା ଉଦ୍ଦେଶ୍ୟରେ ସାଧାରଣ ପ୍ରଶାସନରେ ଉତ୍କର୍ଷତା ପାଇଁ ପ୍ରଧାନମନ୍ତ୍ରୀ ପୁରସ୍କାର ପ୍ରତିଷ୍ଠା କରାଯାଇଛି । ଚିହ୍ନିତ ପ୍ରାରମ୍ଭିକ କାର୍ଯ୍ୟକ୍ରମ ଏବଂ ନବସୃଜନର ପ୍ରଭାବଶାଳୀ କାର୍ଯ୍ୟକାରିତା ପାଇଁ ସେମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଉଛି ।
ନିମ୍ନଲିଖିତ ପାଞ୍ଚଟି ଚିହ୍ନିତ ପ୍ରାଥମିକ କାର୍ଯ୍ୟକ୍ରମରେ କରାଯାଇଥିବା ଉଲ୍ଲେଖନୀୟ କାର୍ଯ୍ୟକୁ ପୁରସ୍କାର ପ୍ରଦାନ କରାଯିବ ଯାହାକି ସିଭିଲ୍ ସର୍ଭିସେସ୍ ଦିବସ ୨୦୨୨ ରେ ଉପସ୍ଥାପିତ ହେବ: (୧) ପୋଷଣ ଅଭିଯାନରେ ‘ଜନ ଭାଗିଦାରୀ’ କିମ୍ବା ‘ଲୋକଙ୍କ ଅଂଶଗ୍ରହଣ’କୁ ପ୍ରୋତ୍ସାହନ, (୨) ଖେଲୋ ଇଣ୍ଡିଆ ସ୍କିମ୍ ଜରିଆରେ ଉତ୍କର୍ଷ କ୍ରୀଡାକୁ ପ୍ରୋତ୍ସାହନ, (୩) ପିଏମ୍ ଏସ୍ଭିଏ ନିଧି ଯୋଜନାରେ ଡିଜିଟାଲ୍ ଦେୟ ଏବଂ ଉତ୍ତମ ପ୍ରଶାସନ, (୪) ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ସ୍କିମ୍ ମାଧ୍ୟମରେ ସାମୂହିକ ବିକାଶ, (୫) ମାନବ ହସ୍ତକ୍ଷେପ ବିନା ଲୋକଙ୍କ ନିକଟରେ ସେବା ପହଞ୍ଚାଇବା ।
ଚିହ୍ନିତ ୫ ପ୍ରାଥମିକତା କାର୍ଯ୍ୟକ୍ରମ ଏବଂ ସାଧାରଣ ପ୍ରଶାସନ / ସେବା ବିତରଣ କ୍ଷେତ୍ରରେ ଅଭିନବତା ପାଇଁ ଏହି ବର୍ଷ ମୋଟ ୧୬ ଟି ପୁରସ୍କାର ଦିଆଯିବ ।
HS
(रिलीज़ आईडी: 1818325)
आगंतुक पटल : 297
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam