ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କୋଭିଡ-୧୯ ଏବଂ ୟୁକ୍ରେନ ସଙ୍କଟ ସମୟରେ ବିଏପିଏସ୍ର ରିଲିଫ କାର୍ଯ୍ୟକୁ ପ୍ରଶଂସା କରଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 16 APR 2022 6:35PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବରିଷ୍ଠ ବିଏପିଏସ୍‍ ସାଧୁ, ଇଶ୍ୱରଚରଣ ସ୍ୱାମୀ ଏବଂ ବ୍ରହ୍ମବିହାରୀ ସ୍ୱାମୀଙ୍କୁ ଭେଟି କୋଭିଡ-୧୯ ଏବଂ ୟୁକ୍ରେନ ସଙ୍କଟ ସମୟରେ ବିଏପିଏସ୍‍ର ରିଲିଫ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଶ୍ରୀ ମୋଦୀ ମଧ୍ୟ ଏଚ୍‍ଏଚ୍‍ ପ୍ରମୁଖ ସ୍ୱାମୀ ମହାରାଜ ଜୀଙ୍କ ଆସନ୍ତା ଜନ୍ମ ଶତବାର୍ଷିକୀ ପାଳନ ନେଇ ଆଲୋଚନା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି;

 “ବରିଷ୍ଠ ବିଏପିଏସ୍‍ ସାଧୁ, ଇଶ୍ୱରଚରଣ ସ୍ୱାମୀ ଏବଂ ବ୍ରହ୍ମବିହାରୀ ସ୍ୱାମୀଙ୍କୁ ଭେଟିଥିଲି । କୋଭିଡ-୧୯ ଏବଂ ୟୁକ୍ରେନ ସଙ୍କଟ ସମୟରେ ବିଏପିଏସ୍‍ର ରିଲିଫ୍ କାର୍ଯ୍ୟକୁ ପ୍ରଶଂସା କରିଥିଲି । ଏଚ୍‍ଏଚ୍‍ ପ୍ରମୁଖ ସ୍ୱାମୀ ମହାରାଜ ଜୀଙ୍କ ଆସନ୍ତା ଜନ୍ମ ଶତବାର୍ଷିକୀ ପାଳନ ନେଇ ଆଲୋଚନା କରିବା ସହିତ ସମାଜକୁ ତାଙ୍କର ଅବଦାନ ସଂକ୍ରାନ୍ତରେ ସ୍ମରଣ କରିଥିଲି ।”

HS


(ରିଲିଜ ଆଡି: 1817408) ପରିଦର୍ଶକ କାଉଣ୍ଟର : 185