ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କ କଲ୍ୟାଣ ପାଇଁ ଭାରତ ସରକାର ପ୍ରତିବଦ୍ଧ: ପ୍ରଧାନମନ୍ତ୍ରୀ
प्रविष्टि तिथि:
16 APR 2022 9:00AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କ କଲ୍ୟାଣ ପାଇଁ ଭାରତ ସରକାର ପ୍ରତିବଦ୍ଧ । ଶ୍ରୀ ମୋଦୀ ଆହୁରି କହିଛନ୍ତି ଯେ ଦେଶର ଅସଂଗଠିତ ଶ୍ରମିକ ଭାଇ ଓ ଭଉଣୀମାନଙ୍କର ଅଂଶଗ୍ରହଣ ଦେଶର ବିକାଶରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଦେଶର ବିକାଶରେ ଅସଂଗଠିତ କ୍ଷେତ୍ରର ଶ୍ରମିକ ଭାଇ ଓ ଭଉଣୀମାନଙ୍କର ସହଭାଗୀତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆମ ସରକାର ସର୍ବଦା କୋଟି କୋଟି ଶ୍ରମିକଙ୍କ ଜୀବନକୁ ସହଜ କରିବାକୁ ଚେଷ୍ଟା କରୁଛନ୍ତି । ଏଭଳି ଯୋଜନା ଦ୍ୱାରା ସେମାନଙ୍କ ସାମାଜିକ ସୁରକ୍ଷା ସୁନିଶ୍ଚିତ ହୋଇଥିବାବେଳେ ମହାମାରୀ ସମୟରେ ବି ସାହାଯ୍ୟ କରିବାକୁ ଆହୁରି ଅନେକ ପଦକ୍ଷେପ ନିଆଯାଇଥିଲା ।”
HS
(रिलीज़ आईडी: 1817262)
आगंतुक पटल : 189
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam