ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏପ୍ରିଲ ୧୫ ତାରିଖରେ ଭୁଜରେ ଥିବା କେ କେ ପଟେଲ ସୁପର ସ୍ପେସିଆଲିଟି ହସ୍ପିଟାଲକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ
प्रविष्टि तिथि:
13 APR 2022 7:36PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ଭୁଜରେ ଥିବା କେ କେ ପଟେଲ ସୁପର ସ୍ପେସିଆଲିଟି ହସ୍ପିଟାଲକୁ ଏପ୍ରିଲ ୧୫ ତାରିଖ, ୨୦୨୨ ପୂର୍ବାହ୍ନ ୧୧ ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଭୁଜର ଶ୍ରୀ କୁଚି ଲେଭା ପଟେଲ ସମାଜ ଦ୍ୱାରା ଏହି ଡାକ୍ତରଖାନା ର୍ନିମାଣ କରାଯାଇଛି ।
କଚ୍ଛରେ ଏହା ହେଉଛି ପ୍ରଥମ ବଦାନ୍ୟ ସୁପର ସ୍ପେସିଆଲିଟି ହସ୍ପିଟାଲ୍ । ଏହା ଏକ ୨୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା । ଏହା ଇଣ୍ଟରଭେନସନାଲ କାର୍ଡିଓଲୋଜି (କ୍ୟାଥଲାବ), କାର୍ଡିଓଥୋରାସିକ୍ ସର୍ଜରୀ, ରେଡିଏସନ୍ ଅଙ୍କୋଲୋଜି, ମେଡିକାଲ୍ ଅଙ୍କୋଲୋଜି, ସର୍ଜିକାଲ୍ ଅଙ୍କୋଲୋଜି, ନେଫ୍ରୋଲୋଜି, ୟୁରୋଲୋଜି, ନ୍ୟୁକ୍ଲିୟର ମେଡିସିନ୍, ନ୍ୟୁରୋ ସର୍ଜରୀ, ଗଣ୍ଠି ପ୍ରତିସ୍ଥାପନ ଏବଂ ଅନ୍ୟାନ୍ୟ ସହାୟକ ସେବା ଯଥା ଲାବୋରେଟୋରୀ, ରେଡିଓଲୋଜି ଇତ୍ୟାଦି ସୁପର ସ୍ପେସିଆଲିଟି ସେବା ଯୋଗାଏ । ମେଡିକାଲ୍ ସୁପର ସ୍ପେସିଆଲିଟି ସେବାଗୁଡିକ ସୁଲଭ ମୂଲ୍ୟରେ ସ୍ଥାନୀୟ ଲୋକଙ୍କ ପାଇଁ ସହଜରେ ଉପଲବ୍ଧ ।
HS
(रिलीज़ आईडी: 1816600)
आगंतुक पटल : 208
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam