ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏପ୍ରିଲ ୧୨ ତାରିଖରେ ଗୁଜୁରାଟର ଅଦାଲଜରେ ଶ୍ରୀ ଅନ୍ନପୂର୍ଣ୍ଣାଧାମ ଟ୍ରଷ୍ଟର ଛାତ୍ରାବାସ ଏବଂ ଶିକ୍ଷା ସୌଧର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ଜନସହାୟକ ଟ୍ରଷ୍ଟର ହୀରାମଣି ଆରୋଗ୍ୟଧାମର ଭୂମିପୁଜନ କରିବେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
11 APR 2022 6:13PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୧୨ ତାରିଖରେ ଗୁଜୁରାଟର ଅଦାଲଜ ଠାରେ ଶ୍ରୀ ଅନ୍ନପୂର୍ଣ୍ଣା ଟ୍ରଷ୍ଟର ଛାତ୍ରାବାସ ଏବଂ ଶିକ୍ଷା ସୌଧର ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଜନସହାୟକ ଟ୍ରଷ୍ଟର ହୀରାମଣି ଆରୋଗ୍ୟଧାମର ଭୁମିପୂଜନ ମଧ୍ୟ କରିବେ ।
ଛାତ୍ରାବାସ ଏବଂ ଶିକ୍ଷା ସୌଧରେ ୬୦୦ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ୧୫୦ କୋଠରୀରେ ରହିବାର ସୁବିଧା ରହିଛି । ଅନ୍ୟାନ୍ୟ ସୁବିଧାଗୁଡ଼ିକ ମଧ୍ୟରେ ଜିପିଏସ୍ସି, ୟୁପିଏସସି ପରୀକ୍ଷା ପାଇଁ ପ୍ରଶିକ୍ଷଣ, ଇ-ଲାଇବ୍ରେରୀ, ସମ୍ମିଳନୀ କକ୍ଷ, ସ୍ପୋର୍ଟସ୍ ରୁମ୍, ଟିଭି ରୁମ୍ ଏବଂ ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରାଥମିକ ସ୍ୱାସ୍ଥ୍ୟ ସୁବିଧା ଇତ୍ୟାଦି ଅନ୍ତର୍ଭୁକ୍ତ ।
ଜନସହାୟକ ଟ୍ରଷ୍ଟ ହୀରାମଣି ଆରୋଗ୍ୟ ଧାମର ବିକାଶ କରିବ । ଏଥିରେ ଏକକାଳୀନ ୧୪ ଜଣଙ୍କ ଡାଏଲିସିସ୍ ପାଇଁ ଏକ ସୁବିଧା, ୨୪ ଘଣ୍ଟିଆ ରକ୍ତ ଯୋଗାଣ ସହିତ ବ୍ଲଡ ବ୍ୟାଙ୍କ, ଦିନ ରାତି କାମ କରୁଥିବା ଔଷଧ ଦୋକାନ, ଆଧୁନିକ ନିଦାନକେନ୍ଦ୍ର ଏବଂ ସ୍ୱାସ୍ଥ୍ୟ ପରୀକ୍ଷାଞ୍ଚପାଇଁ ଅତ୍ୟାଧୁନିକ ଉପକରଣ ସହିତ ଏହାର ନୂତନ ଚିକିତ୍ସା ସୁବିଧା ରହିବ । ଆୟୁର୍ବେଦ, ହୋମିଓପାଥି, ଆକ୍ୟୁପେଙ୍କଚର୍, ଯୋଗ ଥେରାପି ଇତ୍ୟାଦି ପାଇଁ ଉନ୍ନତ ସୁବିଧା ସହିତ ଏହା ଏକ ଡେ-କେୟାର ସେଣ୍ଟର ହେବ । ଏହା ସହ ପ୍ରାଥମିକ ଚିକିତ୍ସା ତାଲିମ, ଟେକ୍ନିସିଆନ ତାଲିମ ଏବଂ ଡାକ୍ତରଙ୍କ ତାଲିମ ପାଇଁ ସୁବିଧା ଉପଲବ୍ଧ ହେବ ।
HS
Release ID: 1815711
(ରିଲିଜ ଆଡି: 1815772)
ପରିଦର୍ଶକ କାଉଣ୍ଟର : 219
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam