ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-୧୯ ମୃତକଙ୍କ ପରିବାରବର୍ଗଙ୍କୁ ଅନୁକମ୍ପାମୂଳକ ସହାୟତା ଦାବି ଦାଖଲ ପାଇଁ ସମୟସୀମା ଧାର୍ଯ୍ୟ କଲେ ସୁପ୍ରିମକୋର୍ଟ

Posted On: 11 APR 2022 11:26AM by PIB Bhubaneshwar

କୋଭିଡ-୧୯ ମୃତକଙ୍କ ପରିବାରବର୍ଗଙ୍କୁ ଅନୁକମ୍ପାମୂଳକ ସହାୟତା ପ୍ରଦାନ ପାଇଁ ଆବେଦନ ଦାଖଲ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିଛନ୍ତି । ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣଙ୍କ ଘୋଷଣା ଅନୁଯାୟୀ ଏହି ସହାୟତା ପ୍ରଦାନ କରାଯିବ । ୨୦୨୧ର ରିଟ୍‌ ପିଟିସନ ସଂଖ୍ୟା ୧୮୦୫ରେ ହୋଇଥିବା ଏକାଧିକ ଆବେଦନ ଉପରେ ଶୁଣାଣି କରି ଗତ ୨୪ ମାର୍ଚ୍ଚ ୨୦୨୨ରେ ସମୟସୀମା ନିର୍ଦ୍ଧାରଣ ସଂକ୍ରାନ୍ତରେ ସର୍ବୋଚ୍ଚ ଅଦାଲତ ଆବଶ୍ୟକ ଆଦେଶ ଦେଇଛନ୍ତି ।

କୋର୍ଟଙ୍କ ଆଦେଶ ନିମ୍ନରେ ଦିଆଗଲା :

୨୦ ମାର୍ଚ୍ଚ ୨୦୨୨ ପୂର୍ବରୁ କୋଭିଡ-୧୯ କାରଣରୁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ନିମନ୍ତେ କ୍ଷତିପୂରଣ ଅର୍ଥରାଶି ପାଇବା ଲାଗି ୨୪ ମାର୍ଚ୍ଚ, ୨୦୨୨ ଠାରୁ ୬୦ ଦିନର ଅତିରିକ୍ତ ବାହ୍ୟ ସମୟସୀମା ଧାର୍ଯ୍ୟ କରାଯାଇଛି ।

ଭବିଷ୍ୟତରେ ହେବାକୁ ଥିବା କୋଭିଡ-୧୯ ମୃତ୍ୟୁ ପାଇଁ କ୍ଷତିପୂରଣ ନିମନ୍ତେ ସମୟସୀମା ମୃତ୍ୟୁ ତାରିଖ ଠାରୁ ୯୦ ଦିନ ମଧ୍ୟରେ ନିର୍ଦ୍ଧାରିତ କରାଯାଇଛି ।

କ୍ଷତିପୂରଣ ଦାବିର ଯାଞ୍ଚ ଏବଂ ଅର୍ଥ ପଇଠର ବାସ୍ତବ ଅବଧି ଦାବି ହସ୍ତଗତ ହେବାର ତିରିଶ ଦିନ ମଧ୍ୟରେ କରାଯିବ । ଏ ସଂକ୍ରାନ୍ତରେ ପୂର୍ବରୁ ଜାରି ଆଦେଶ ଲାଗୁ ହେବ ।

ତେବେ ମାନନୀୟ ସର୍ବୋଚ୍ଚ ନ୍ୟାୟାଳୟ ଏହି ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ଯେ ଅତ୍ୟଧିକ କଠିନ ପରିସ୍ଥିତିରେ ଯେଉଁଠି କୌଣସି ଦାବିଦାର ନିର୍ଦ୍ଧାରିତ ସମୟ-ସୀମା ମଧ୍ୟରେ ଆବେଦନ କରିପାରିବେ ନାହିଁ ସେହି ଦାବିଦାର ଅଭିଯୋଗ ସମାଧାନ ସମିତି ମାଧ୍ୟମରେ ଏପରି କରିପାରିବେ । ଅଭିଯୋଗ ସମାଧାନ ସମିତି ମାମଲା ପରେ ମାମଲା ଆଧାରରେ ଏଭଳି ଦାବି ଉପରେ ବିଚାର କରିବ । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କୌଣସି ନିର୍ଦ୍ଦିଷ୍ଟ ଦାବିଦାର ଦାବି କରିପାରୁନଥିବା ଏବଂ ଏହା ତାଙ୍କର ନିୟନ୍ତ୍ରଣ ବାହାରେ ଥିବା ଅଭିଯୋଗ ସମାଧାନ ସମିତି ହୃଦୟଙ୍ଗମ କଲେ, ଏପରି କ୍ଷେତ୍ରରେ ବ୍ୟତିକ୍ରମ ଆଧାରରେ ଦାବି ଉପରେ ବିଚାର କରାଯାଇ ପାରିବ ।

ଏହାବ୍ୟତୀତ, ମାନନୀୟ ନ୍ୟାୟାଳୟ ଏଡା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ ନକଲି ଦାବି ଆଶଙ୍କାକୁ ଯଥାସମ୍ଭବ କମାଇବା ପାଇଁ ୫ ପ୍ରତିଶତ ଦାବି ଆବେଦନକୁ ପ୍ରଥମ ଥର ରେଣ୍ଡମ ଯାଞ୍ଚ କରାଯିବ । କୌଣସି ବ୍ୟକ୍ତି ନକଲି ଦାବି କରିଥିବା ଧରାପଡ଼ିଲେ, ତାଙ୍କ ବିରୋଧରେ ବିପର୍ଯ୍ୟୟ ପ୍ରଶମନ ଆଇନ, ୨୦୦୫ର ଧାରା ୫୨ ଅଧୀନରେ ବିଚାର କରାଯିବ ଏବଂ ତଦନୁଯାୟୀ ତାଙ୍କୁ ଦଣ୍ଡିତ କରାଯିବ ।

 

*******

P.S.



(Release ID: 1815767) Visitor Counter : 193