ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ କିସାନ୍ ସମ୍ମାନ ନିଧି ଏବଂ କୃଷି ସହ ଜଡିତ ଅନ୍ୟାନ୍ୟ ଯୋଜନା ଆମ ଦେଶର କୋଟି କୋଟି ଚାଷୀଙ୍କୁ ନୂତନ ଶକ୍ତି ପ୍ରଦାନ କରୁଛି: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 10 APR 2022 9:16AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଏବଂ କୃଷି ସହ ଜଡିତ ଅନ୍ୟାନ୍ୟ ଯୋଜନା ଆମ ଦେଶର କୋଟି କୋଟି ଚାଷୀଙ୍କୁ ନୂତନ ଶକ୍ତି ପ୍ରଦାନ କରୁଛି କୃଷକଙ୍କ ଶକ୍ତି ଉପରେ ଆଲୋକପାତ କରି ସେ କହିଛନ୍ତି ଯେ ଯେତେବେଳେ କୃଷକମାନେ ଅଧିକ ଶକ୍ତିଶାଳୀ ହୁଅନ୍ତି, ସେତେବେଳେ ଦେଶ ସମୃଦ୍ଧ ହୁଏ

ପ୍ରଧାନମନ୍ତ୍ରୀ ଟୁଇଟ୍କରିଛନ୍ତି;

ଆମର କୃଷକ ଭାଇ ଭଉଣୀମାନଙ୍କ ପାଇଁ ଦେଶ ଗର୍ବିତ ସେମାନେ ଯେତେ ଶକ୍ତିଶାଳୀ ହେବେ, ନୂତନ ଭାରତ ସେତିକି ସମୃଦ୍ଧ ହେବ ମୁଁ ଖୁସି ଯେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଏବଂ କୃଷି ସହ ଜଡିତ ଅନ୍ୟାନ୍ୟ ଯୋଜନା ଦେଶର କୋଟି କୋଟି ଚାଷୀଙ୍କୁ ନୂତନ ଶକ୍ତି ପ୍ରଦାନ କରୁଛି

HS


(ରିଲିଜ ଆଡି: 1815481) ପରିଦର୍ଶକ କାଉଣ୍ଟର : 256