ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ କିସାନ୍ ସମ୍ମାନ ନିଧି ଏବଂ କୃଷି ସହ ଜଡିତ ଅନ୍ୟାନ୍ୟ ଯୋଜନା ଆମ ଦେଶର କୋଟି କୋଟି ଚାଷୀଙ୍କୁ ନୂତନ ଶକ୍ତି ପ୍ରଦାନ କରୁଛି: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 10 APR 2022 9:16AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଏବଂ କୃଷି ସହ ଜଡିତ ଅନ୍ୟାନ୍ୟ ଯୋଜନା ଆମ ଦେଶର କୋଟି କୋଟି ଚାଷୀଙ୍କୁ ନୂତନ ଶକ୍ତି ପ୍ରଦାନ କରୁଛି । କୃଷକଙ୍କ ଶକ୍ତି ଉପରେ ଆଲୋକପାତ କରି ସେ କହିଛନ୍ତି ଯେ ଯେତେବେଳେ କୃଷକମାନେ ଅଧିକ ଶକ୍ତିଶାଳୀ ହୁଅନ୍ତି, ସେତେବେଳେ ଦେଶ ସମୃଦ୍ଧ ହୁଏ ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ଆମର କୃଷକ ଭାଇ ଓ ଭଉଣୀମାନଙ୍କ ପାଇଁ ଦେଶ ଗର୍ବିତ । ସେମାନେ ଯେତେ ଶକ୍ତିଶାଳୀ ହେବେ, ନୂତନ ଭାରତ ସେତିକି ସମୃଦ୍ଧ ହେବ । ମୁଁ ଖୁସି ଯେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଏବଂ କୃଷି ସହ ଜଡିତ ଅନ୍ୟାନ୍ୟ ଯୋଜନା ଦେଶର କୋଟି କୋଟି ଚାଷୀଙ୍କୁ ନୂତନ ଶକ୍ତି ପ୍ରଦାନ କରୁଛି ।”

HS


(ରିଲିଜ ଆଡି: 1815481) ପରିଦର୍ଶକ କାଉଣ୍ଟର : 269