କ୍ୟାବିନେଟ

ସେବି – ଏଫ୍‌ଆର୍‌ସି, ମଙ୍ଗୋଲିଆ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷରକୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ

Posted On: 08 APR 2022 3:53PM by PIB Bhubaneshwar

 

 

କେନ୍ଦ୍ର କ୍ୟାବିନେଟ୍ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (ସେବି) ଏବଂ ମଙ୍ଗୋଲିଆର ବିତୀୟ ନିୟାମକ ଆୟୋଗ (ଏଫ୍‌ଆର୍‌ସି) ମଧ୍ୟରେ ଏକ ଦ୍ୱିପାକ୍ଷିକ ରାଜିନାମା (ଏମ୍‌ଓୟୁ)ରେ ସ୍ୱାକ୍ଷର କରିବା ନିମନ୍ତେ ମଞ୍ଜୁରୀ ପ୍ରଦାନ କରିଛି

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ଆଜି ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (ସେବି) ଏବଂ ବିତୀୟ ନିୟାମକ ଆୟୋଗ (ଏଫ୍‌ଆର୍‌ସି), ମଙ୍ଗୋଲିଆ ମଧ୍ୟରେ ଏକ ଦ୍ୱିପାକ୍ଷିକ ରାଜିନାମା (ଏମ୍‌ଓୟୁ)ରେ ସ୍ୱାକ୍ଷର କରିବା ନିମନ୍ତେ ମଞ୍ଜୁରୀ ପ୍ରଦାନ କରିଛି ।

ପ୍ରମୁଖ ପ୍ରଭାବ:

ସେବି ଭଳି ଏଫ୍‌ଆର୍‌ସି ଆନ୍ତର୍ଜାତିକ ପ୍ରତିଭୂତି ଆୟୋଗ ଗୁଡିକର ସଙ୍ଗଠନର ବହୁପକ୍ଷୀୟ ଏମ୍‌ଓୟୁ (ଆଇଓଏସ୍ ସିଓ ଏମ୍‌ଏମ୍‌ଓୟୁ)ର ସହ- ସ୍ୱାକ୍ଷର କର୍ତା ଅଟେ । ତେବେ, ଆଇଓଏସ୍‌ସିଓ ଏମ୍‌ଏମ୍‌ଓୟୁର ପରିସର ମଧ୍ୟରେ ବୈଷୟିକ ସହାୟତାର ବ୍ୟବସ୍ଥା ନାହିଁ । ପ୍ରସ୍ତାବିତ ଦ୍ୱିପାକ୍ଷିକ ରାଜିନାମା ସ୍ୱାକ୍ଷର, ପ୍ରତିଭୂତି ଆଇନ୍‌ର ପ୍ରଭାବଶାଳୀ ପ୍ରବର୍ତନ ନିମନ୍ତେ ସୂଚନା ବଂଟନ ଢାଂଚାକୁ ସୁଦୃଢ଼ କରିବା ନିମନ୍ତେ ଅବଦାନ ରଖିବା ବ୍ୟତୀତ ଏକ ବୈଷୟିକ ସହାୟତା କାର୍ଯ୍ୟକ୍ରମ ସ୍ଥାପିତ କରିବା ନିମନ୍ତେ ସହାୟତା କରିବ । ବୈଷୟିକ ସହାୟତା କାର୍ଯ୍ୟକ୍ରମରୁ କର୍ତୃପକ୍ଷ ମାନଙ୍କୁ ପୁଞ୍ଜି ବଜାର, କ୍ଷମତା ନିର୍ମାଣ କାର୍ଯ୍ୟକଳାପ ଏବଂ କର୍ମଚାରୀମାନଙ୍କ ନିମନ୍ତେ ତାଲିମ୍ କାର୍ଯ୍ୟକ୍ରମ ସହିତ ସମ୍ବନ୍ଧିତ ମାମଲା ଗୁଡିକରୁ ପରାମର୍ଶ ମାଧ୍ୟମରେ ଲାଭ ହେବ ।

ପୃଷ୍ଠଭୂମି:

ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (ସେବି)ର ସ୍ଥାପନା ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ ଅଧିନିୟମ, ୧୯୯୨ ଅନୁସାରେ ଭାରତରେ ପ୍ରତିଭୂତି ବଜାରକୁ ନିୟନ୍ତ୍ରିତ  କରିବା ନିମନ୍ତେ ସ୍ଥାପନ କରା ଯାଇଥିଲା । ସେବିର ଉଦ୍ଦେଶ୍ୟ ନିବେଶକ ମାନଙ୍କର ସ୍ୱାର୍ଥକୁ ସୁରକ୍ଷା ପ୍ରଦାନ କରିବା ଏବଂ ଭାରତରେ ପ୍ରତିଭୂତି ବଜାର ଗୁଡିକର ବିକାଶକୁ ବ୍ୟାପକ କରିବା । ସେବି ଅଧିନିୟମ, ୨୦୦୨ର ଧାରା ୧୧ର ଉପଧାରା (୨) ଖଣ୍ଡ (ଆଇବି) ସେବିକୁ ବୋର୍ଡ ଭଳି କାର୍ଯ୍ୟ କରୁଥିବା, ଭାରତ ଭିତରେ କିମ୍ବା ଭାରତ ବାହାରର ଅନ୍ୟ ପ୍ରାଧିକରଣ ଗୁଡିକରୁ ତଥ୍ୟ ମାଗିବା କିମ୍ବା ସୂଚନା ଦେବା ପାଇଁ ଅଧିକାର ଦେଇଥାଏ । ଅନ୍ୟ ନିୟମ ଗୁଡିକର ସୁବିଧା ଅନୁସାରେ, ପ୍ରତିଭୂତି ଆଇନ୍ ସମ୍ବନ୍ଧିତ ଉଲ୍ଲଙ୍ଘନକୁ ରୋକିବା କିମ୍ବା ଜାଣିବା ପାଇଁ ଚେଷ୍ଟା କରିବା । ଭାରତ ବାହାରେ କୌଣସି ପ୍ରାଧିକରଣକୁ କୌଣସି ପ୍ରକାରର ତଥ୍ୟ ପ୍ରସ୍ତୁତ କରିବା ନିମନ୍ତେ, ସେବି କେନ୍ଦ୍ର ସରକାରଙ୍କର ପୂର୍ବ ଅନୁମୋଦନ ଯୋଗୁଁ ଏଭଳି ପ୍ରାଧିକରଣ ସହିତ ଏକ ବ୍ୟବସ୍ଥା କିମ୍ବା ବୁଝାମଣା କରି ପାରିବ । ଏହି ପୃଷ୍ଠଭୂମିରେ ଏଫ୍‌ଆର୍‌ସି ସେବି ସହିତ ପାରସ୍ପରିକ ସହଯୋଗ ଏବଂ ବୈଷୟିକ ସହାୟତା ନିମନ୍ତେ ଦ୍ୱିପାକ୍ଷିକ ବୁଝାମଣା କରିବା ଉପରେ ସ୍ୱାକ୍ଷର କରିବା ନିମନ୍ତେ ଅନୁରୋଧ କରିଛି । ବର୍ତମାନ ସୁଦ୍ଧା, ସେବି ଅନ୍ୟ ଦେଶ ଗୁଡିକର ପୁଞ୍ଜି ବଜାରର ନିୟନ୍ତ୍ରକମାନଙ୍କ ସହିତ ୨୭ଟି ଦ୍ୱିପାକ୍ଷିକ ବୁଝାମଣା କରିବା ନିମନ୍ତେ ସ୍ୱାକ୍ଷର କରି ସାରିଛି ।

୨୦୦୬ରେ ସ୍ଥାପିତ, ବିତୀୟ ନିୟାମକ ଆୟୋଗ (ଏଫ୍‌ଆର୍‌ସି) ଏକ ସଂସଦୀୟ ପ୍ରାଧିକରଣ ଅଟେ, ଯାହା ଅଣ- ବ୍ୟାଙ୍କିଙ୍ଗ କ୍ଷେତ୍ରର ଯାଂଚ ଏବଂ ନିୟମିତକରଣ ନିମନ୍ତେ ବାଧ୍ୟ ଅଟେ । ବୀମା ଏବଂ ପ୍ରତିଭୂତି ବଜାର ଏବଂ ମାଇକ୍ରୋ ଫାଇନାନ୍ସ ଉଦ୍ୟୋଗର ପ୍ରତିଭାଗୀମାନେ ଏଥି ମଧ୍ୟରେ ଅନ୍ତର୍ଭୁକ୍ତ । ଏଫ୍‌ଆର୍‌ସି ସ୍ଥିର ଏବଂ ସୁଦୃଢ଼ ବିତୀୟ ବଜାର ପ୍ରଦାନ କରିବା ନିମନ୍ତେ ଦାୟୀ ଅଟେ । ଆୟୋଗ ଅଣ - ବ୍ୟାଙ୍କିଙ୍ଗ ବିତୀୟ ସଂସ୍ଥା ସମୂହ, ବୀମା କମ୍ପାନୀ ଏବଂ ପ୍ରତିଭୂତି ଫାର୍ମ ଏବଂ ଜମା ଏବଂ ଋଣ ପ୍ରଦାନକାରୀ ସମିତି ଗୁଡିକ ଉପରେ କ୍ଷମତାର ପ୍ରୟୋଗ କରିଥାଏ । ଏହା ସହିତ, ଏହା ବ୍ୟକ୍ତିଗତ ବିତୀୟ ବଜାର ଗ୍ରାହକ (ପ୍ରତିଭୂତି ଧାରକ, ଘରୋଇ ଏବଂ ବିଦେଶୀ ନିବେଶକ ଏବଂ ବୀମା ପଲିସିଧାରକ) ମାନଙ୍କର ଅଧିକାର ଗୁଡିକୁ ସୁନିଶ୍ଚିତ କରାଇ ଥାଏ ଏବଂ ଏସବୁକୁ ବିତୀୟ ଠକେଇରୁ ସୁରକ୍ଷିତ ରଖିଥାଏ ।

***

SSP

 



(Release ID: 1815085) Visitor Counter : 149