ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଏପ୍ରିଲ ୧୦ତାରିଖରୁ ଘରୋଇ ଟିକାକରଣ କେନ୍ଦ୍ରରେ ୧୮ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କ ନିମନ୍ତେ ପ୍ରତିଷେଧକ ଟିକା ଉପଲବ୍ଧ ହେବ



ଚାଲିଥିବା ନିଃଶୁଳ୍କ ଟିକାକରଣ କାର୍ଯ୍ୟକ୍ରମ ସରକାରୀ ଟିକାକରଣ କେନ୍ଦ୍ର ଜରିଆରେ ପ୍ରଥମ ଓ ଦ୍ୱିତୀୟ ମାତ୍ରା ଏବଂ ସ୍ୱାସ୍ଥ୍ୟକର୍ମୀ ସମ୍ମୁଖ ଯୋଦ୍ଧା ଓ ୬୦ବର୍ଷରୁ  ଅଧିକ ବ୍ୟକ୍ତିଙ୍କ ନିମନ୍ତେ ପ୍ରତିଷେଧକ ମାତ୍ରା ଜାରି ରହିବା ସହ ଅଧିକ ବ୍ୟାପକ କରାଯିବ

୧୫ବର୍ଷରୁ ଅଧିକ ପ୍ରାୟ ଶତକଡା ୯୬ଭାଗ ବ୍ୟକ୍ତିଙ୍କୁ କୋଭିଡ-୧୯ର ଅନ୍ୟୁନ ଗୋଟିଏ ମାତ୍ରା ଦିଆଯାଇଥିବାବେଳେ ଏହି ବର୍ଗର ଶତକଡା ୮୩ ଭାଗଙ୍କୁ ଦୁଇଟି ଯାକ ମାତ୍ରା ପ୍ରଦାନ କରାଯାଇଛି

Posted On: 08 APR 2022 3:01PM by PIB Bhubaneshwar

୧୮ବର୍ଷରୁ  ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ କୋଭିଡ ଟିକାର ପ୍ରତିଷେଧକ ମାତ୍ରା ଘରୋଇ ଟିକାକରଣ କେନ୍ଦ୍ରରେ ପ୍ରଦାନ କରିବାକୁ ସ୍ଥିର ହୋଇଛି । ଏହି ଶ୍ରେଣୀର ଟିକାକରଣ କାର୍ଯ୍ୟକ୍ରମ ଆସନ୍ତା ୧୦ତାରିଖ ରବିବାରଠାରୁ ଆରମ୍ଭ ହେବ । ଯେଉଁମାନଙ୍କ ବୟସ ୧୮ବର୍ଷରୁ  ଅଧିକ ଓ ଦ୍ୱିତୀୟ ମାତ୍ରା ଗ୍ରହଣ କରିବା ନଅମାସ ସମ୍ପୂର୍ଣ୍ଣ ହୋଇଥିବ ସେମାନେ ପ୍ରତିଷେଧକ ମାତ୍ରା ଗ୍ରହଣ ପାଇଁ ଯୋଗ୍ୟ ବିବେଚିତ ହେବେ । ଏହି ସୁବିଧା ପ୍ରତ୍ୟେକ ଘରୋଇ ଟିକାକରଣ କେନ୍ଦ୍ରରେ ଉପଲବ୍ଧ ହେବ ।

 ଦେଶରେ ଏପର୍ଯ୍ୟନ୍ତ ୧୫ବର୍ଷରୁ ଊର୍ଦ୍ଧ୍ୱ ଶ୍ରେଣୀର ଶତକଡା ୯୬ଭାଗ କୋଭିଡ-୧୯ ଟିକାର ଅନୂନ୍ୟ ଗୋଟିଏ ମାତ୍ରା ନେଇଥିବାବେଳେ, ଏହି ଶ୍ରେଣୀର ଶତକଡା ୮୩ଭାଗ ଉଭୟ ମାତ୍ରା ନେଇସାରିଛନ୍ତି । ୨ଦଶମିକ ୪କୋଟି ପ୍ରତିଷେଧକ ମାତ୍ରା ସ୍ୱାସ୍ଥ୍ୟସେବା କର୍ମୀ, ସମ୍ମୁଖ ଯୋଦ୍ଧା ଓ ୬୦ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଛି । ୧୨ରୁ ୧୪ବର୍ଷ ବୟସର ଶତକଡା ୪୫ଭାଗ ପ୍ରଥମ ମାସରେ ନେଇଛନ୍ତି । ସରକାରୀ ଟିକାଦାନ କେନ୍ଦ୍ର ଜରିଆରେ ମାଗଣା ଟିକାକରଣ କାର୍ଯ୍ୟକ୍ରମ ଯୋଗ୍ୟ ହିତାଧିକାରୀଙ୍କ ନିମନ୍ତେ ପ୍ରଥମ ଓ ଦ୍ୱିତୀୟ ମାତ୍ରା ଓ ସ୍ୱାସ୍ଥ୍ୟସେବା କର୍ମୀ, ସମ୍ମୁଖ ଯୋଦ୍ଧା ଓ ୬୦ବର୍ଷରୁ ଅଧିକ ବୟସର ବ୍ୟକ୍ତିଭ୍‌କ ନିମନ୍ତେ ପ୍ରତିଷେଧକ ଟିକା କାର୍ଯ୍ୟକ୍ରମ ଜାରି ରହିବା ସହ ଅଧିକ ତ୍ୱରାନ୍ୱିତ ହେବ ।  

*****

SM /SLP

 



(Release ID: 1815082) Visitor Counter : 312