ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
କରୋନା ପ୍ରତିଷେଧକ ଟିକାକରଣର ବିସ୍ତୃତ ବିବରଣୀ
Posted On:
02 APR 2022 9:32AM by PIB Bhubaneshwar
ଚାଲିଛି । ଏପ୍ରିଲ ୨ ତାରିଖ ସକାଳ ୭ଟା ସୁଦ୍ଧା ୧,୮୪,୫୨,୪୪,୮୫୬ ଡୋଜ ଟିକା ଦିଆଯାଇସାରିଲାଣି । ଏଥିପାଇଁ ବିଭିନ୍ନ ଟିକାଦାନ କେନ୍ଦ୍ରରେ ୨,୨୦,୯୩,୩୪୬ ଥର ଉଦ୍ୟମ ହୋଇଛି ।
ଚଳିତ ବର୍ଷ ମାର୍ଚ୍ଚ ମାସ ୧୬ ତାରିଖଠାରୁ ଅନ୍ୟ ଏକ ପର୍ଯ୍ୟାୟ ଟିକାଦାନ କାର୍ଯ୍ୟ ଆରମ୍ଭ ହୋଇଛି । ଏଥିରେ ୧୨ରୁ ୧୪ ବର୍ଷ ବର୍ଗର ଶିଶୁମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ବର୍ତ୍ତମାନ ବିଭିନ୍ନ ବୟସ ବର୍ଗ ଏବଂ ପର୍ଯ୍ୟାୟରେ ଟିକାଦାନ କାର୍ଯ୍ୟ ଆଗେଇ ଚାଲିଛି । ସ୍ୱାସ୍ଥ୍ୟକେନ୍ଦ୍ର କର୍ମୀମାନଙ୍କ ଦ୍ୱାରା ୧,୦୪,୦୩,୭୩୭ ଜଣଙ୍କୁ ପ୍ରଥମ ଡୋଜ, ୧,୦୦,୪୦,୯୮୪ ଜଣଙ୍କୁ ଦ୍ୱିତୀୟ ଡୋଜ ଟିକା ଏବଂ ୪୪,୭୪,୪୪୦ ଜଣଙ୍କୁ ପ୍ରତିଷେଧମୂଳକ ଟିକା ଦିଆଯାଇିସାରିଲାଣି ।
କ୍ଷେତ୍ରସ୍ତରୀୟ କର୍ମୀମାନଙ୍କ ଦ୍ୱାରା ୧,୮୪,୧୩,୩୩୯ ଜଣଙ୍କୁ ପ୍ରଥମ ଡୋଜ, ୧,୭୫,୧୨,୨୭୯ ଜଣଙ୍କୁ ଦ୍ୱିତୀୟ ଡୋଜ ଏବଂ ୬୮,୯୭,୭୫୫ ଜଣଙ୍କୁ ପ୍ରତିଷେଧାତ୍ମକ ତୃତୀୟ ଡୋଜ ଟିକା ଦିଆଯାଇସାରିଲାଣି ।
୧୨ରୁ ୧୪ ବର୍ଷ ବୟସ ମଧ୍ୟରେ ଶିଶୁଙ୍କ ମଧ୍ୟରୁ ୧,୮୧,୨୧,୮୨୩ ଜଣଙ୍କୁ ପ୍ରଥମ ଡୋଜ ଟିକା ଦିଆଯାଇସାରିଲାଣି ।
୧୫ରୁ ୧୮ ବର୍ଷ ବୟସ ବର୍ଗରେ ୫,୭୨,୬୮,୪୪୦ ଜଣଙ୍କୁ ପ୍ରଥମ ଡୋଜ ଏବଂ ୩,୮୩,୫୬,୮୯୬ ଜଣଙ୍କୁ ଦ୍ୱିତୀୟ ଡୋଜ ଟିକା ଦିଆଯାଇ ସାରିଲାଣି
୧୮ରୁ ୪୪ ବର୍ଷ ବସୟ ବର୍ଗରେ ୫୫,୪୬,୮୩,୪୩୮ ଜଣଙ୍କୁ ପ୍ରଥମ ଡୋଜ ଟିକା ଏବଂ ୪୬,୬୬,୨୮,୪୨୬ ଜଣଙ୍କୁ ଦ୍ୱିତୀୟ ଡୋଜ ଟିକା ଦିଆଯାସାରିଲାଣି
୪୫ରୁ ୫୯ ବୟସ ବର୍ଗରେ ୨୦,୨୭,୬୦,୯୬୫ ଜଣଙ୍କୁ ପ୍ରଥମ ଡୋଜ, ୧୮,୫୪,୮୫,୩୩୩ ଜଣଙ୍କୁ ଦ୍ୱିତୀୟ ଡୋଜ ଟିକା ଦିଆଯାଇସାରିଲାଣି
୬୦ ବର୍ଷରୁ ଅଧିକ ବୟସ ବର୍ଗରେ ୧୩,୬୭,୪୬,୫୫୪ ଜଣଙ୍କୁ ପ୍ରଥମ ଡୋଜ ୧୧,୫୫,୩୪,୬୯୦ ଜଣଙ୍କୁ ଦ୍ୱିତୀୟ ଡୋଜ ଏବଂ ୧,୧୯,୫୫,୭୫୭ ଜଣଙ୍କୁ ପ୍ରତିଷେଧାତ୍ମକ ତୃତୀୟ ଡୋଜ ଟିକା ଦିଆଯାଇ ସାରିଲାଣି । ଏ ପର୍ଯ୍ୟନ୍ତ ପ୍ରତିଷେଧାତ୍ମକ ଟିକା ୨,୩୩,୨୭,୯୫୨ ଡୋଜକୁ ମିଶାଇ ମୋଟ ୧,୮୪,୫୨,୪୪,୮୫୬ ଡୋଜ ଟିକା ଦିଆଯାଇସାରିଲାଣି ।
ବର୍ତ୍ତମାନ କରୋନା ସଂକ୍ରମଣ ଦେଶରୁ କମିବା ଆରମ୍ଭ କରିଛି । ବର୍ତ୍ତମାନ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୩୪୪୫ ଅଛି । ଏହା ଦେଶର ମୋଟ ସଂକ୍ରମିତଙ୍କ ସଂଖ୍ୟାର ୦.୦୩ ଶତାଂଶ ।
ଗତ ୨୪ ଘଣ୍ଟା ମଧ୍ୟରେ ୧,୪୦୪ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହା ଦେଶର ମୋଟ ଆରୋଗ୍ୟ ଲାଭଙ୍କ ସଂଖ୍ୟାର ୯୮.୭୬ ଶତାଂଶ । ଏହି ସଂଖ୍ୟାକୁ ମିଶାଇ ଏ ପର୍ଯ୍ୟନ୍ତ ଦେଶରେ ୪,୨୪,୯୨,୩୨୬ ଜଣ ଆରୋଗ୍ୟ ଲାଭ କରି ସାରିଲେଣି । ଗତ ୨୪ ଘଣ୍ଟା ମଧ୍ୟରେ ୧୨୬୦ ଜଣ ସଂକ୍ରମିତ ହୋଇଛନ୍ତି । ଏହି ସମୟ ମଧ୍ୟରେ ୫,୨୮,୦୨୧ଟି ନମୁନା ପରୀକ୍ଷା କରାଯାଇଛି । ଏହାକୁ ମିଶାଇ ଏ ପର୍ଯ୍ୟନ୍ତ ମୋଟ ୭୨,୦୨,୯୮,୯୭୯ଟି ନମୁନା ପରୀକ୍ଷା କରାଗଲାଣି ।
ବର୍ତ୍ତମାନ ସମଗ୍ର ଦେଶରେ ଦୈନିକ ସଂକ୍ରମଣ ହାର ୦.୨୪ ଶତାଂଶ ଏବଂ ସାପ୍ତାହିକ ସଂକ୍ରମଣ ହାର ୦.୨୩ ଶତାଂଶ ରହିଛି । ଉଭୟ ଦୈନିକ ଏବଂ ସାପ୍ତାହିକ ସଂକ୍ରମଣ ହାର ସମଗ୍ର ଦେଶରେ କ୍ରମଶଃ ନିମ୍ନମୁଖୀ ହେଉଛି ।
SSD/DD
(Release ID: 1812866)