ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
କୋଭିଡ-୧୯: ସଦ୍ୟତମ ସ୍ଥିତି
Posted On:
01 APR 2022 9:19AM by PIB Bhubaneshwar
କୋଭିଡ ସଂକ୍ରମଣ ପ୍ରତିହତ କରିବା ପାଇଁ ରାଷ୍ଟ୍ରୀୟ ସ୍ତରରେ ଟିକାଦାନ କାର୍ଯ୍ୟକ୍ରମ ଚାଲିଛି । ଆଜି ସକାଳ ୭ଟା ସୁଦ୍ଧା ୧୮୪.୩୧ କୋଟି ଡୋଜ ଟିକା ଦିଆଯାଇସାରିଲାଣି । ବର୍ତ୍ତମାନ ଦେଶରେ ମାତ୍ର ୧୩,୬୭୨ ଜଣ ସକ୍ରିୟ ରୋଗୀ ଅଛନ୍ତି । ଏହାର ହାର ରାଷ୍ଟ୍ରୀୟ ସ୍ତରରେ ୦.୩ ଶତାଂଶ । ସେହିପରି ସୁସ୍ଥ ହେବା ହାର ୯୮.୭୬ ଶତାଂଶ । ଗତ ୨୪ ଘଣ୍ଟା ମଧ୍ୟରେ ୧,୯୧୮ ଜଣ କରୋନାରୁ ଆରୋଗ୍ୟ ଲାଭ କରିଲେଣି । ଏହି ସଂଖ୍ୟାକୁ ମିଶାଇ ଏ ପର୍ଯ୍ୟନ୍ତ ୪,୨୪,୯୦,୯୨୨ ଜଣ ଆରୋଗ୍ୟ ଲାଭ କରିଲେଣି । ଗତ ୨୪ ଘଣ୍ଟା ମଧ୍ୟରେ ୧,୩୩୫ ଜଣ ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ଦୈନିକ ସଂକ୍ରମଣ ହାର ୦.୨୨ ପ୍ରତିଶତ ରହିଛି । ସାପ୍ତାହିକ ସଂକ୍ରମଣ ହାର ୦.୨୩ ପ୍ରତିଶତ ରହିଛି । ଗତକାଲି ୬,୨୪,୦୬,୦୩୬ଟି ନମୁନା ପରୀକ୍ଷା କରାଯାଇଛି ଏବଂ ଏ ପର୍ଯ୍ୟନ୍ତ ମୋଟ ୭୮.୯୭ କୋଟି ନମୁନା ପରୀକ୍ଷା କରାଯାଇ ସାରିଲାଣି ।
SSD/DD
(Release ID: 1812608)
Visitor Counter : 193
Read this release in:
Hindi
,
English
,
Urdu
,
Marathi
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Malayalam