ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି
azadi ka amrit mahotsav

ଅସ୍ଥାୟୀ ବୃହତ ଶକ୍ତି ପ୍ରକଳ୍ପ ପାଇଁ ବୃହତ ଶକ୍ତି ନୀତି ୨୦୦୯ରେ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରି

ପୋଷ୍ଟ କରାଯିବା ଦିନାଙ୍କ: 30 MAR 2022 2:20PM by PIB Bhubaneshwar

 

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି ବୈଠକରେ, ଟିକସ କର୍ତ୍ତୃପକ୍ଷମାନଙ୍କୁ ଅନ୍ତିମ ବୃହତ (ମେଗା) ପ୍ରମାଣପତ୍ର ଦାଖଲ କରିବା ଉଦ୍ଦେଶ୍ୟରେ, ଦଶଟି ଅସ୍ଥାୟୀ (ପ୍ରୋଭିଜନାଲ) ବୃହତ (ମେଗା) ପ୍ରାମାଣିକ ପ୍ରକଳ୍ପକୁ ଚିହ୍ନଟ କରିବାର ସମୟସୀମାକୁ ୩୬ ମାସ ବୃଦ୍ଧି କରିବା ପ୍ରସ୍ତାବକୁ ଆଜି ଅନୁମୋଦନ କରାଯାଇଛି । ଏଥିପାଇଁ ବୃହତ ଶକ୍ତି ନୀତି (ମେଗା ପାୱାର ପଲିସି) ୨୦୦୯ରେ ସଂଶୋଧନ କରାଯିବ ।

ଅନ୍ତିମ ମେଗା ପ୍ରମାଣପତ୍ର ଦାଖଲ କରିବା ପାଇଁ ସମୟସୀମା ସମ୍ପ୍ରସାରଣ କରାଯିବା ଫଳରେ ଡେଭଲପର୍ସମାନେ ଭବିଷ୍ୟତରେ ପିପିଏ ପାଇଁ ପ୍ରତିଯୋଗିତାମୂଳକ ନିଲାମୀ ଡାକିବା ଏବଂ ନୀତିଗତ ସର୍ତ୍ତ ଅନୁସାରେ ରିହାତି ପାଇବାକୁ ସକ୍ଷମ ହୋଇପାରିବେ । ଏଥିଯୋଗୁ ନଗଦ ପରିମାଣ ବଢ଼ିବା ଫଳରେ ଦେଶର ସାମଗ୍ରିକ ବିକାଶକୁ ପ୍ରୋତ୍ସାହନ ମିଳିପାରିବ ଏବଂ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଦ୍ୟୁତ ପ୍ରକଳ୍ପୁ ପୁଣିଥରେ ଚାଲୁ କରିବା ସୁନିଶ୍ଚିତ ହେବ ।

ଟିକସ କର୍ତ୍ତୃପକ୍ଷଙ୍କୁ ଅନ୍ତିମ ମେଗା ପ୍ରମାଣପତ୍ର ଦାଖଲ କରିବା ପାଇଁ ମଞ୍ଜୁରି/ଆଂଶିକ ମଞ୍ଜୁରି ମିଳିଥିବା ୧୦ଟି ଅସ୍ଥାୟୀ (ପ୍ରୋଭିଜନାଲ) ମେଗା ପ୍ରକଳ୍ପର ସମୟ ଅବଧିକୁ ଆମଦାନୀ ତାରିଖ ଠାରୁ ୧୨୦ ମାସ ପରିବର୍ତ୍ତେ ୧୫୬ ମାସ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ଏହି ସମ୍ପ୍ରସାରିତ ଅବଧି କାଳରେ, ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ (ଏମଏନଆରଇ) ଏବଂ ସୌର ଶକ୍ତି କର୍ପୋରେସନ ଅଫ୍‌ ଇଣ୍ଡିଆ ଲିମିଟେଡ (ଏସଇସିଆଇ)ର ସହଯୋଗରେ ସ୍ଥିର ଶକ୍ତି (ଅନିୟମିତ ଅକ୍ଷୟ ଶକ୍ତି, ସଂରକ୍ଷଣ ଏବଂ ପାରମ୍ପରିକ ଶକ୍ତିର ମିଶ୍ରଣ)କୁ ଆକୃଷ୍ଟ କରାଯିବ । ଯାହାଫଳରେ ପିପିଏକୁ ସୁରକ୍ଷିତ ରଖିବା ଲାଗି ଏସବୁ ମେଗା ପ୍ରକଳ୍ପ ଏପରି ନିଲାମୀରେ ଭାଗ ନେବେ ବୋଲି ଆଶା କରାଯାଉଛି । ଶକ୍ତି ମନ୍ତ୍ରଣାଳୟ ଏହି ଅବଧିରେ ବର୍ତ୍ତମାନର ବିଦ୍ୟୁତ ବଜାର ଆଧାରରେ ଏକ ବିକଳ୍ପ ମଧ୍ୟ ବିକଶିତ କରିବ । ଏଥିସହିତ ଉପଭୋକ୍ତାମାନଙ୍କୁ ପ୍ରତିଯୋଗିତାପୂର୍ଣ୍ଣ ଢଙ୍ଗରେ ଲାଭ ପ୍ରଦାନ କରିବା ସୁନିଶ୍ଚିତ ହୋଇପାରିବ ।

 

*******

P.S.


(ରିଲିଜ ଆଡି: 1811529) ପରିଦର୍ଶକ କାଉଣ୍ଟର : 230