ପ୍ରତିରକ୍ଷା ମନ୍ତ୍ରଣାଳୟ
azadi ka amrit mahotsav

୨୦୨୨ର ପଦ୍ମ ପୁରସ୍କାର ବିଜେତା ମାନଙ୍କର ଦ୍ୱିତୀୟ ବ୍ୟାଚ୍ ଜାତୀୟ ଯୁଦ୍ଧ ସ୍ମାରକୀ ପରିଦର୍ଶନ କରି ଭାରତର ବୀର ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି


ପୁରସ୍କାର ବିଜେତା ମାନେ ଲୋକ ମାନଙ୍କର ଏବଂ ବିଶେଷ କରି ଯୁବକମାନେ ଜାତୀୟ ଯୁଦ୍ଧ ସ୍ମାରକୀ (ଏନ୍‌ଡବ୍ଲ୍ୟୁଏମ୍‌) ପରିଦର୍ଶନ କରିବା ଏବଂ ସଶସ୍ତ୍ର  ବଳର ବୀରତାପୂର୍ଣ୍ଣ କାର୍ଯ୍ୟ ଗୁଡିକ ସମ୍ପର୍କରେ ସୂଚନା ପ୍ରାପ୍ତ କରିବା ନିମନ୍ତେ ଅନୁରୋଧ କରିଛନ୍ତି

Posted On: 29 MAR 2022 1:43PM by PIB Bhubaneshwar

 

ପଦ୍ମ ପୁରସ୍କାର, ୨୦୨୨ର ବିଜେତା ମାନଙ୍କର ଦ୍ୱିତୀୟ ବ୍ୟାଚ୍ ଆଜି ନୂଆଦିଲ୍ଲୀରେ ଜାତୀୟ ଯୁଦ୍ଧ ସ୍ମାରକୀ (ଏନ୍‌ଡବ୍ଲ୍ୟୁଏମ୍‌) ପରିଦର୍ଶନ କରିଛନ୍ତି । ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ୨୮ ମାର୍ଚ୍ଚ, ୨୦୨୨ରେ ରାଷ୍ଟ୍ରପତି ଭବନରେ ଆୟୋଜିତ ନାଗରିକ ପୁରସ୍କାର ସମାରୋହ -୨ ରେ ୨୦୨୨ ବର୍ଷ ନିମନ୍ତେ ୨ଟି ପଦ୍ମ ବିଭୂଷଣ, ୯ଟି ପଦ୍ମ ଭୂଷଣ ଏବଂ ୫୪ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି । ଜାତୀୟ ଯୁଦ୍ଧ ସ୍ମାରକୀ ପରିଦର୍ଶନ କରିବା ବ୍ୟକ୍ତିମାନଙ୍କ ମଧ୍ୟରେ ପଦ୍ମ ବିଭୂଷଣ ପୁରସ୍କାର ବିଜେତା ଡ. ପ୍ରଭା ଅତ୍ରେ ସାମିଲ୍ ଥିଲେ, ଯିଏ ଜାତୀୟ ଯୁଦ୍ଧ ସ୍ମାରକୀରେ ସହିଦ ହୋଇଥିବା ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଏବଂ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ।

ଏହି ଅବସରରେ ପଦ୍ମଶ୍ରୀ ବିଜେତା ପୋଲାଣ୍ଡର ପ୍ରଫେସର (ଡ.) ମାରିଆ କିର୍ସତୋଫ୍ ବାରକ୍ସି, ଥାଇଲାଣ୍ଡର ଡ. ଚିରପତ୍ ପ୍ରାପାଣ୍ଡବିଦ୍ୟା, ଶ୍ରୀମତୀ ବାସନ୍ତି ଦେବୀ, ଶ୍ରୀ ଧନେଶ୍ୱର ଇଙ୍ଗଟି, ଗୁରୁ ତୁଲକୁ ରିନ୍‌ପୋଚ୍‌, ଡ. (ପ୍ରୋ) ହାରମହିନ୍ଦର ସିଂହ ବେଦୀ, ସଦ୍‌ଗୁରୁ ବ୍ରହ୍ମେଶାନନ୍ଦ ଆଚାର୍ଯ୍ୟ ସ୍ୱାମିଜୀ ଏବଂ ଶ୍ରୀ ଅବଦୁଲ୍‌କାଦର ଇମାମ୍‌ସାବ୍ ନାଦାକାଟିନ୍ ଉପସ୍ଥିତ ଥିଲେ ।

ପୁରସ୍କାର ବିଜେତାମାନେ ଜାତୀୟ ଯୁଦ୍ଧ ସ୍ମାରକୀ ପରିଦର୍ଶନ କରିବା ପରେ, ତାଙ୍କୁ ସେନା କର୍ମୀମାନେ ସଶସ୍ତ୍ର ବଳର ବୀରତ୍ୱପୂର୍ଣ୍ଣ କାହାଣୀ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ପୁରସ୍କାର ବିଜେତାମାନେ ଜାତୀୟ ଯୁଦ୍ଧ ସ୍ମାରକୀ ପରିଦର୍ଶନର ଆୟୋଜନ କରିବା ନିମନ୍ତେ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରି କହିଥିଲେ ଯେ, ଏହି ସ୍କାରକୀ ଦେଶଭକ୍ତି, କର୍ତବ୍ୟ ପ୍ରତି ସମର୍ପଣ ଭାବ, ସାହସ ଏବଂ ସୈନିକ ମାନଙ୍କର ବଳିଦାନର ମୂଲ୍ୟର ପ୍ରସାର କରିଥାଏ । ସେମାନେ ଲୋକମାନଙ୍କୁ, ବିଶେଷ କରି ଯୁବକମାନଙ୍କୁ ଅନୁରୋଧ କରିଥିଲେ ଯେ, ସେମାନେ ଏହି ସ୍ମାରକୀ ପରିଦର୍ଶନ କରନ୍ତୁ ଏବଂ ସୈନିକ ମାନଙ୍କର ବୀରତାର କାହାଣୀ ସମ୍ପର୍କରେ ସୂଚନା ପ୍ରାପ୍ତ କରନ୍ତୁ ।

ପଦ୍ମ ବିଭୂଷଣ ବିଜେତା ଡ. ପ୍ରଭା ଅତ୍ରେ, ଯିଏକି ଜଣେ ପ୍ରସିଦ୍ଧ ଭାରତୀୟ ଶାସ୍ତ୍ରୀୟ ଗାୟିକା ଅଟନ୍ତି, ସେ କହିଥିଲେ ଯେ, “ଆମ ପାଇଁ ଏଠାକୁ ଆସିବା ଏବଂ ଆମ ସୈନିକ ମାନଙ୍କ ପ୍ରତି ଆଦର ବ୍ୟକ୍ତ କରିବା ବହୁତ ବଡ ସମ୍ମାନର କଥା ଅଟେ । ଆମେ ବାସ୍ତବରେ ସେମାନଙ୍କ ପାଇଁ ଗର୍ବିତ, କାରଣ ସେମାନେ ଆମକୁ ସୁରକ୍ଷା ଦେଉଛନ୍ତି ଏବଂ ଦେଶକୁ ଆଗେଇ ନେଇ ଯାଉଛନ୍ତି” ।

ପଦ୍ମ ପୁରସ୍କାର ୨୦୨୨ର ପ୍ରଥମ ବ୍ୟାଚ୍‌ର ବିଜେତା ମାନଙ୍କ ମଧ୍ୟରୁ ପଦ୍ମ ଭୂଷଣ ବିଜେତା ଶ୍ରୀ ଦେବେନ୍ଦ୍ର ଝାଝରିଆ, ଶ୍ରୀ ସଚ୍ଚିଦାନନ୍ଦ ସ୍ୱାମୀ ଏବଂ ପଦ୍ମଶ୍ରୀ ସର୍ଦ୍ଦାର ଜଗଜିତ ସିଂହ ଦର୍ଦ୍ଦୀ, ଶ୍ରୀ କାଜି ସିଂହ ଏବଂ ପଣ୍ଡିତ ରାମ ଦୟାଲ ଶର୍ମା ୨୨, ମାର୍ଚ୍ଚ ୨୦୨୨ରେ ଏହି ପ୍ରତିଷ୍ଠିତ ସ୍ମାରକୀ ପରିଦର୍ଶନ କରିଥିଲେ ।

***********

 

SSP

 


(Release ID: 1811155) Visitor Counter : 203