ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ
ଭାରତ-ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ) ବ୍ୟାପକ ଆର୍ଥିକ ସହଭାଗୀତା ରାଜିନାମା (ସିଇପିଏ) 1 ମେ 2022 ରେ କାର୍ଯ୍ୟକାରୀ କରାଯିବ : ଶ୍ରୀ ପିୟୁଷ ଗୋୟଲ
ଏହି ଐତିହାସିକ କାର୍ଯ୍ୟ ଶୁଭାରମ୍ଭ, ବିଶେଷ ଫଳାଫଳ ଏବଂ ଆମର ବ୍ୟବସାୟ ସମ୍ପର୍କରେ ଏକ ଆଦର୍ଶ ପରିବର୍ତ୍ତନର ମାର୍ଗ ପ୍ରଶସ୍ତ କରିବ : ଶ୍ରୀ ଗୋୟଲ
ଶ୍ରୀ ଗୋୟଲ୍ କହିଛନ୍ତି ଯେ ଭାରତ ୟୁନାଇଟେଡ୍ ଆରବ ଏମିରେଟ୍ସକୁ ବିଶ୍ବ ପାଇଁ ଗୋଟିଏ ପ୍ରବେଶ ଦ୍ବାର ଭାବରେ ଦେଖାଇଥାଏ
ଭାରତ-ୟୁନାଇଟେଡ୍ ଆରବ ଏମିରେଟ୍ସ ବ୍ୟାପକ ଆର୍ଥିକ ସହଭାଗୀତା ରାଜିନାମା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସମସ୍ତଙ୍କ ସହିତ, ସମସ୍ତଙ୍କ ବିକାଶ, ସଭିଙ୍କ ବିଶ୍ବାସ ଏବଂ ସଭିଙ୍କ ପ୍ରୟାସ’ ଭିଜନ ଉପରେ ଆଧାରିତ ଅଟେ।
ପୋଷ୍ଟ କରାଯିବା ଦିନାଙ୍କ:
29 MAR 2022 12:49PM by PIB Bhubaneshwar
କେନ୍ଦ୍ରୀୟ ବାଣିଜ୍ୟ, ଉଦ୍ୟୋଗ, ଖାଉଟି ବ୍ୟାପାର ଏବଂ ଖାଦ୍ୟ ତଥା ସାର୍ବଜନିକ ବିତରଣ ଏବଂ ବୟନ ମନ୍ତ୍ରୀ ଶ୍ରୀ ପିୟୁଷ ଗୋୟଲ କହିଛନ୍ତି ଯେ ଭାରତ- ୟୁନାଇଟେଡ୍ ଆରବ ଏମିରେଟ୍ସ ବ୍ୟାପକ ଆର୍ଥିକ ସହଭାଗୀତା ରାଜିନାମା (ସିଇପିଏ) 1 ମେ, 2022 ଠାରୁ ପରିଚାଳିତ ହୋଇଯିବ। ଭାରତ- ୟୁନାଇଟେଡ୍ ଆରବ୍ ଏମିରେଟ୍ସ ବ୍ୟାପକ ଆର୍ଥିକ ଭାଗିଦାରୀ ରାଜିନାମା (ସିଇପିଏ) ରେ ସୋମବାର ଦିନ ଦୁବାଇରେ ଆୟୋଜିତ ବିଜନେସ-ଟୁ-ବିଜନେସ୍ (ବି2ବି) ବୈଠକକୁ ସମ୍ବୋଧିତ କରି କହିଛନ୍ତି ଯେ ଏହି ଐତିହାସିକ ପଦକ୍ଷେପ ନୂତନ ଶୁଭାରମ୍ଭ, ଉନ୍ନତ ପରିଣାମ ଏବଂ ଆମର ବ୍ୟବସାୟ ସମ୍ବନ୍ଧରେ ଏକ ଆଦର୍ଶ ପରିବର୍ତ୍ତନର ମାର୍ଗକୁ ପ୍ରଶସ୍ତ କରିବ।
ଶ୍ରୀ ଗୋୟଲ ଏହି ଅବସରରେ କହିଛନ୍ତି ଯେ ଭାରତ ୟୁନାଇଟେଡ୍ ଆରବ୍ ଏମିରେଟ୍ସକୁ ଆଫ୍ରିକା, ଅନ୍ୟ ଜିସିସି ଏବଂ ମଧ୍ୟ ପୂର୍ବ ଦେଶ, ସିଆଇଏସ ଦେଶ ଏବଂ କିଛି ୟୁରୋପ ଦେଶମାନଙ୍କ ପାଇଁ ପ୍ରବେଶ ଦ୍ବାର ରୂପେ ଦେଖିଥାଏ।
ଏହା ଉଲ୍ଲେଖନୀୟ ଭାବରେ ଦୁନିଆଁର ଗୁରୁତ୍ବପୂର୍ଣ୍ଣ ବଜାରର ଦ୍ବାର ଖୋଲିଥାଏ। ଏଥିପାଇଁ ଯେତେବେଳେ ଆମେ ଅନ୍ୟମାନଙ୍କ ସହିତ ସାମିଲ୍ ହେବା ପାଇଁ ପ୍ରସ୍ତୁତ ହେଲୁ, ସେତେବେଳେ ଆମେ କେବଳ ୟୁନାଇଟେଡ୍ ଆରବ ଏମିରେଟ୍ସର 10 ନିୟୁତ ଜନସଂଖ୍ୟାଙ୍କ ସହିତ କେବଳ ସାମିଲ୍ ହୋଇ ନାହୁଁ, ବରଂ ମୋ ମନରେ ଏହି ଭାବନା ରହିଥିଲା ଯେ ଆମର ଏହି ଭିଜନ ରହିଥିଲା ଯେ ଏହି ସିଇପିଏ ଉଭୟ ପକ୍ଷଙ୍କୁ ବ୍ୟବସାୟ ପାଇଁ ବୃହତ୍ ପ୍ରସ୍ତାବ ଉପସ୍ଥାପନ କରିବାକୁ ଯାଉଛି। ଶ୍ରୀ ଗୋୟଲ ଏହାକୁ ୟୁନାଇଟେଡ୍ ଆରବ୍ ଏମିରେଟ୍ସର ବିଦେଶ ବ୍ୟାପାର ରାଜ୍ୟ ମନ୍ତ୍ରୀ, ଶ୍ରୀ ଥାନି ଅଲ ଜାୟୋଦି ଙ୍କ ସହିତ ମିଶି ବିଜନେସ-ଟୁ-ବିଜନେସ୍ ବୈଠକକୁ ସମ୍ବୋଧିତ କରି କହିଲେ।
ଶ୍ରୀ ଗୋୟଲ୍ କହିଛନ୍ତି ଯେ ଭାରତ - ୟୁନାଇଟେଡ୍ ଆରବ୍ ଏମିରେଟ୍ସ ବ୍ୟାପକ ଆର୍ଥିକ ସହଭାଗୀତା ରାଜିନାମା (ସିଇପିଏ), କେବଳ ବସ୍ତୁ ଓ ସେବା ବ୍ୟାପାର ବିଷୟରେ ନୁହେଁ, ବରଂ ଏଥିରେ ଏହି ତଥ୍ୟ ମଧ୍ୟ ସାମିଲ୍ ରହିଛି ଯେ ଏହି ବ୍ୟାପାର ରାଜିନାମାରେ 88 ଦିନର ରେକର୍ଡ଼ କମ୍ ସମୟରେ ମୋହର ଲାଗିଛି ଏବଂ ଏଥିରେ ଏପରି ଅନେକ ବିଷୟ ସାମିଲ୍ ରହିଛି ଯାହା ପ୍ରଥମ ଥର ପାଇଁ ହୋଇଛି।
ଶ୍ରୀ ଗୋୟଲ୍ କହିଛନ୍ତି ଯେ ଏହି ରାଜିନାମା କେବଳ ବ୍ୟବସାୟ ବିଷୟରେ ନୁହେଁ, ଏହା କେବଳ ବସ୍ତୁ ଓ ସେବାର ବ୍ୟବସାୟ ବିଷୟରେ ନୁହେଁ, ବରଂ ମୁଁ ଭାବୁଛି ଯେ ଏହା ୟୁନାଇଟେଡ୍ ଆରବ୍ ଏମିରେଟ୍ସରେ ପ୍ରବାସୀ ଭାରତୀୟମାନଙ୍କର ଅଧିକ ସଂଖ୍ୟାର ଉପସ୍ଥିତିକୁ ଧ୍ୟାନରେ ରଖି ଏହାର ଏକ ବିଶାଳ ଭୂ-ରାଜନୈତିକ ଆର୍ଥିକ ଏବଂ କିଛି ଅର୍ଥରେ ମହାନ ମାନବୀୟ ମୂଲ୍ୟବୋଧ ମଧ୍ୟ ଅଟେ।
ଶ୍ରୀ ଗୋୟଲ ଏହି ଭାରତ- ୟୁନାଇଟେଡ୍ ଆରବ୍ ଏମିରେଟ୍ସ ମଧ୍ୟରେ ସହଭାଗୀତାକୁ ‘‘21ଶ ଶତାବ୍ଦୀର ପରିଭାଷିତ ରଣନୈତିକ ସହଭାଗୀତାର ସଜ୍ଞା ଦେଇଛନ୍ତି। ସେ କହିଛନ୍ତି ଯେ ଏହି ରାଜିନାମା ଏହି ସମ୍ପର୍କକୁ ଏକ ନୂଆ ଦିଗ ଏବଂ ଆଦର୍ଶ ପରିବର୍ତ୍ତନ ପ୍ରଦାନ କରିବ।
ସେ କହିଛନ୍ତି ଯେ ଭାରତ - ୟୁନାଇଟେଡ୍ ଆରବ୍ ଏମିରେଟ୍ସ ବ୍ୟାପକ ଆର୍ଥିକ ସହଭାଗୀତା ରାଜିନାମା (ସିଇପିଏ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ‘ ସଭିଙ୍କ ସହିତ, ସମସ୍ତଙ୍କ ବିକାଶ, ସଭିଙ୍କ ବିଶ୍ବାସ ଏବଂ ସଭିଙ୍କ ପ୍ରୟାସ’ ର ଭିଜନ ଉପରେ ଆଧାରିତ ଅଟେ। ଭାରତ ୟୁନାଇଟେଡ୍ ଆରବ୍ ଏମିରେଟ୍ସର ଏକ ବଡ଼ ଅଂଶ ପ୍ରାପ୍ତ କରିବାକୁ ଚାହୁଁଛି କାରଣ ଭାରତ ସରକାର ବର୍ଷ 2030 ପର୍ଯ୍ୟନ୍ତ ଏକ ଟ୍ରିଲିୟନ ଡଲାର ମୂଲ୍ୟ ସାମଗ୍ରୀର ରପ୍ତାନୀ ଲକ୍ଷ ହାସଲ କରିବା ପାଇଁ ଧ୍ୟାନ ପ୍ରଦାନ କରୁଛି।
ସେ କହିଛନ୍ତି ଯେ ଉଭୟ ଅର୍ଥ ବ୍ୟବସ୍ଥାରେ ସେବାଗୁଡ଼ିକର ବୃଦ୍ଧି ପାଉଥିବା ଭୂମିକା ସହିତ ମୋତେ ଲାଗୁଛି ଯେ ଏହାଦ୍ବାରା ଆଗାମୀ ବର୍ଷରେ ଆମର ଦ୍ବିପାକ୍ଷିକ ସମ୍ପର୍କରେ ଅଧିକ ଅଭିବୃଦ୍ଧି ହେବ।
ଶ୍ରୀ ଗୋୟଲ୍ କହିଛନ୍ତି ଯେ ୟୁନାଇଟେଡ୍ ଆରବ୍ ଏମିରେଟ୍ସ ଭାରତୀୟ ଭିତ୍ତିଭୂମି, ନିର୍ମାଣ ଓ ଲଜିଷ୍ଟିକ୍ସ କ୍ଷେତ୍ରରେ ନିବେଶ କରିବା ପାଇଁ ନିଜର ରୁଚି ବିଷୟରେ ପ୍ରତିବଦ୍ଧତା ଦର୍ଶାଇଛନ୍ତି। ୟୁନାଇଟେଡ୍ ଆରବ୍ ଏମିରେଟ୍ସର ଉଦ୍ୟୋଗୀମାନଙ୍କର ଏକ ପ୍ରତିନିଧିମଣ୍ଡଳ ଏବେ ନିକଟରେ ଜମ୍ମୁ-କାଶ୍ମୀର ପରିଦର୍ଶନ କରିଛନ୍ତି।
BS
(ରିଲିଜ ଆଡି: 1811153)
ପରିଦର୍ଶକ କାଉଣ୍ଟର : 220