ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ
ଭାରତ-ୟୁକେ ମୁକ୍ତ ବ୍ୟବସାୟ ରାଜିନାମା (ଏଫଟିଏ) ର ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା ସମାପ୍ତ
प्रविष्टि तिथि:
25 MAR 2022 11:59AM by PIB Bhubaneswar
ଭାରତ ଏବଂ ୟୁକେ 17 ମାର୍ଚ୍ଚ, 2022 ଗୁରୁବାର ଦିନ ଭାରତ-ୟୁକେ ମୁକ୍ତ ବ୍ୟବସାୟ ରାଜିନାମା (ଏଫଟିଏ) ପାଇଁ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା ସମ୍ପୂର୍ଣ୍ଣ କରିଛନ୍ତି।
ଭାରତୀୟ ଅଧିକାରୀମାନଙ୍କର ଏକ ପ୍ରତିନିଧିମଣ୍ଡଳ ଲଣ୍ଡନରେ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି। ଏହି ଆଲୋଚନାକୁ ହାଇବ୍ରିଡ ମାଧ୍ୟମରେ କରାଯାଇଛି ଯାହା ଅନୁସାରେ କିଛି ଆଲୋଚନାକାରୀ ୟୁକେ ବାର୍ତ୍ତା କେନ୍ଦ୍ରରେ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି ଏବଂ ଅନ୍ୟମାନେ ଭର୍ଚୁଆଲ୍ ମାଧ୍ୟମରେ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି।
ଏହି ଆଲୋଚନାରେ ବୁଝାମଣାର ବିଷୟକୁ ପ୍ରଦାନ କରାଗଲା ଏବଂ ଏହାର ସର୍ବାଧିକ ଅଧ୍ୟାୟ ଉପରେ ଆଲୋଚନା କରାଗଲା। ଏହି ଆଧାରରେ ରାଜିନାମା କରାଯିବ। ଉଭୟ ପକ୍ଷର ବୈଷୟିକ ବିଶେଷଜ୍ଞ ମାନେ ଅଲଗା ଅଲଗା 64 ଟି ଅଧିବେଶନରେ ଏକ ସହିତ ଆଲୋଚନା କଲେ। ଏହି ଆଲୋଚନାରେ 26 ଟି ନୀତିଗତ ବିଷୟ ସାମିଲ୍ ଥିଲା।
ଏହି ଆଲୋଚନାର ତୃତୀୟ ପର୍ଯ୍ୟାୟକୁ ଭାରତ ଆୟୋଜନ କରିବ, ଯାହା ଏପ୍ରିଲ୍ 2022 ରେ ହେବାକୁ ରହିଛି।
BS
(रिलीज़ आईडी: 1809738)
आगंतुक पटल : 232