ରେଳ ମନ୍ତ୍ରଣାଳୟ
azadi ka amrit mahotsav

ଅଣ-ବୈଷୟିକ ଲୋକପ୍ରିୟ ବର୍ଗର ପ୍ରାର୍ଥୀଙ୍କ ସମସ୍ୟା ସମାଧାନ କଲା ରେଳ ସମିତି

Posted On: 10 MAR 2022 4:11PM by PIB Bhubaneshwar
  • ଅଣ-ବୈଷୟିକ ଲୋକପ୍ରିୟ ବର୍ଗ (ସିଏନ ୦୧/୨୦୧୯)ରେ ଦ୍ବିତୀୟ ପର୍ଯ୍ୟାୟ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ଲାଗି ବେତନ ସ୍ତର ଅନୁଯାୟୀ ୨୦ ଗୁଣ ଅଭିନବ ପ୍ରାର୍ଥୀଙ୍କ ଚୟନ କରାଯିବ
  • ଏପ୍ରିଲ ୨୦୨୨ ପ୍ରଥମ ସପ୍ତାହ ସୁଦ୍ଧା ସମସ୍ତ ବେତନ ସ୍ତରର ସଂଶୋଧିତ ଫଳାଫଳ ଘୋଷଣା କରାଯିବ
  • ଆରଆରସି-୦୧/୨୦୧୯ (ଲେଭଲ-୧) ପାଇଁ, ଗୋଟିଏ ପର୍ଯ୍ୟାୟରେ ପରୀକ୍ଷା ଆୟୋଜନ କରାଯିବ

 

ରେଳ ମନ୍ତ୍ରଣାଳୟର ଆଦେଶ ସଂଖ୍ୟା ଇଆରପି- I/2022/23/06 ତାରିଖ ୨୬ ଜାନୁଆରୀ ୨୦୨୨ ଅନୁଯାୟୀ, ସିଇଏନ ୦୧/୨୦୧୯ (ଅଣ-ବୈଷୟିକ ଲୋକପ୍ରିୟ ବର୍ଗ) ଏବଂ ସିଇଏନ ଆରଆରସି-୦୧/୨୦୧୯ (ଲେଭଲ-୧)ର ପ୍ରାର୍ଥୀଙ୍କ ସମସ୍ୟାର ତଦନ୍ତ ପାଇଁ ଗଠନ କରାଯାଇଥିବା ସମିତି ନିମ୍ନ ନିଷ୍ପତ୍ତି ଗ୍ରହଣ କରିଛି :

 

  • ସିଇଏନ ୦୧/୨୦୧୯ (ଅଣ-ବୈଷୟିକ ଲୋକପ୍ରିୟ ବର୍ଗ)ର ଦ୍ବିତୀୟ ପର୍ଯ୍ୟାୟ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ପାଇଁ ବେତନ ସ୍ତର (ପେ ଲେଭଲ) ଅନୁସାରେ ୨୦ ଗୁଣା ଅଭିନବ ପ୍ରାର୍ଥୀମାନଙ୍କୁ ଚୟନ ବା ସର୍ଟଲିଷ୍ଟ କରାଯିବ ।
  • ପୂର୍ବରୁ ଯୋଗ୍ୟ ଘୋଷିତ ପ୍ରାର୍ଥୀ ଆଗକୁ ମଧ୍ୟ ଯୋଗ୍ୟ ବିବେଚିତ ହେବେ ।
  • ଚୟନ କରାଯିବାକୁ ଥିବା ଅତିରିକ୍ତ ପ୍ରାର୍ଥୀମାନଙ୍କର ତାଲିକା ପ୍ରତ୍ୟେକ ବେତନ ସ୍ତରରେ ହିଁ ବିଜ୍ଞପିତ କରାଯିବ ।
  • ପ୍ରତ୍ୟେକ ବେତନ ସ୍ତର ପାଇଁ ଆରଆରବି ୱାରୀ ଦ୍ବିତୀୟ ପର୍ଯ୍ୟାୟ ସିବିଟିରେ ଗୋଟିଏ ଆରଆରବିର ସମସ୍ତ ପ୍ରାର୍ଥୀମାନଙ୍କୁ ଗୋଟିଏ ପର୍ଯ୍ୟାୟ ବା ସିଙ୍ଗଲ ଶିଫ୍ଟରେ ଆଡଜଷ୍ଟ କରାଯିବ, ଯାହାଫଳରେ ସାମାନ୍ୟକରଣ ବା ନର୍ମାଲାଇଜେସନ ସମାପ୍ତ ହେବ । କ୍ଷମତାର ଅଭାବ କିମ୍ବା ଅନ୍ୟ କୌଣସି କାରଣ ପାଇଁ ଯେଉଁଠି ସିଙ୍ଗଲ ଶିଫ୍ଟ ସମ୍ଭବ ହେବ ନାହିଁ , ସେଠାରେ ପର୍ସେଣ୍ଟାଇଲ୍‌ ଆଧାରିତ ନର୍ମାଲାଇଜେସନ କରାଯିବ ।
  • ସିଇଏନ ଆରଆରସି-୦୧/୨୦୧୯ (ଲେଭଲ-୧) ସିଙ୍ଗଲ ଷ୍ଟେଜ୍‌ ପରୀକ୍ଷା ଭାବେ ଆୟୋଜିତ ହେବ । ଅନ୍ୟ କୌଣସି ଦ୍ବିତୀୟ ପର୍ଯ୍ୟାୟ ସିବିଟି ହେବ ନାହିଁ ।
  • ଲେଭଲ -୧ ପାଇଁ ଆରଆରସି ୱାରୀ ସିବିଟି ଆୟୋଜନ କରାଯିବ । ଆରଆରସିରେ ଶିଫ୍ଟ ସଂଖ୍ୟାକୁ କମ କରିବା ଏବଂ ପରୀକ୍ଷା ପ୍ରକ୍ରିୟାକୁ ଗତିଶୀଳ କରିବା ଲାଗି ସର୍ବାଧିକ ଉପଲବ୍ଧ କ୍ଷମତା ଉପଯୋଗ କରିବା ପାଇଁ ସୁପାରିସ କରାଯାଇଛି ।
  • ଯେଉଁ ଠାରେ ଶିଫ୍ଟ ସଂଖ୍ୟା ଏକରୁ ଅଧିକ ରହିଥିବ ସେଠାରେ ସରଳ ଏବଂ ବୁଝିବା ଲାଗି ସହଜ ପର୍ସେଣ୍ଟାଇଲ୍‌ ଆଧାରିତ ନର୍ମାଲାଇଜେସନର ଉପଯୋଗ କରାଯିବ ।
  • ଲେଭଲ – ୧ର ବିଭିନ୍ନ ପଦବୀ ପାଇଁ ଭାରତୀୟ ରେଳବାଇ ଚିକିତ୍ସା ନିୟମାବଳୀ (ଆଇଆରଏମଏମ)ରେ ନିର୍ଦ୍ଧାରିତ ଚିକିତ୍ସା ମାନକ ଉପଯୋଗ କରାଯିବ ।
  • ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗ (ଇଡବ୍ଲୁଏସ) ଅଧୀନରେ ଆବେଦନ କରୁଥିବା ପ୍ରାର୍ଥୀମାନଙ୍କ ପାଇଁ ଯେକୌଣସି ଆୟ ଏବଂ ସମ୍ପତ୍ତି ପ୍ରମାଣପତ୍ରକୁ ମାନ୍ୟତା ଦିଆଯିବ ।

ସିଇଏନ ୦୧/୨୦୧୯ (ଅଣ-ବୈଷୟିକ ଲୋକପ୍ରିୟ ବର୍ଗ) ଏବଂ ସିଇଏନ ଆରଆରସି-୦୧/୨୦୧୯ (ଲେଭଲ-୧)ର ଅନୁସୂଚୀ (ସମ୍ଭବ୍ୟ)

  • ସମସ୍ତ ବେତନ ସ୍ତରର ସଂଶୋଧିତ ଫଳାଫଳ ଏପ୍ରିଲ, ୨୦୨୨ ପ୍ରଥମ ସପ୍ତାହ ସୁଦ୍ଧା ଘୋଷଣା କରାଯିବ ।
  • ବେତନ ସ୍ତର -୬ ପାଇଁ ଦ୍ବିତୀୟ ପର୍ଯ୍ୟାୟ ସିବିଟି ମଇ ୨୦୨୨ରେ ଅନୁଷ୍ଠିତ ହେବ ।
  • ଅନ୍ୟ ବେତନ ସ୍ତର ପାଇଁ ଦ୍ବିତୀୟ ପର୍ଯ୍ୟାୟ ସିବିଟି ଉଚିତ୍‌ ସମୟ ଅନ୍ତରାଳ ପରେ ଆୟୋଜନ କରାଯିବ ।
  • ଦ୍ବିତୀୟ ପର୍ଯ୍ୟାୟ ସିବିଟି ଆଦିକୁ ସମାପ୍ତ କରିବା କାରଣରୁ ଲେଭଲ – ୧ ପାଇଁ ସିବିଟି ପରିଚାଳନା ଲାଗି ବିଶେଷ ସର୍ତ୍ତ ସହିତ ସଂଶୋଧିତ ପଦ୍ଧତି ପାଳନ କରିବା ସକାଶେ ନିଷ୍ପତ୍ତି ନିଆଯାଇଛି ।
  • ଏଥିରେ ପ୍ରତି ଶିଫ୍ଟର ଆବଶ୍ୟକତାରେ ଉଲ୍ଲେଖନୀୟ ବୃଦ୍ଧି ସହିତ ଲେଭଲ -୧ ପାଇଁ ସିବିଟି ଆୟୋଜନ କରିବା ନିମନ୍ତେ ଅତିରିକ୍ତ ମୌଳିକ ଭିତ୍ତିଭୂମି ଏବଂ ଲଜିଷ୍ଟିକ୍ସ ଯୋଗାଡ଼ କରିବା ସାମିଲ ରହିବ । ଲେଭଲ -୧ ପାଇଁ ସିବିଟିକୁ ଯଥାଶୀଘ୍ର ଆୟୋଜନ କରିବା ଲାଗି ପରୀକ୍ଷା ପରିଚାଳନା ଏଜେନ୍ସି (ଇସିଏ)କୁ ତତ୍ପର ରଖିବାକୁ ପ୍ରୟାସ କରାଯିବ ।
  • ଏଥିପାଇଁ, ଲେଭଲ -୧ ଲାଗି ସିବିଟି ଜୁଲାଇ ୨୦୨୨ରେ ସମ୍ଭାବ୍ୟ ରୂପରେ ଆୟୋଜନ କରିବାକୁ ଯୋଜନା ରହିଛି ।

 

 

********

P.S.


(Release ID: 1804918) Visitor Counter : 205