ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କ୍ୟାବିନେଟ୍ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ ଏବଂ ବ୍ରିଟେନର ଅକ୍ସଫୋର୍ଡ଼ ବିଶ୍ବବିଦ୍ୟାଳୟ ମଧ୍ୟରେ ସ୍ବାକ୍ଷରିତ ବୁଝାମଣା ପତ୍ରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି

Posted On: 09 MAR 2022 1:31PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମଆର) ଏବଂ ବ୍ରିଟେନ ର ଅକ୍ସଫୋର୍ଡ଼ ବିଶ୍ବବିଦ୍ୟାଳୟ ମଧ୍ୟରେ  ନଭେମ୍ବର 2021 ରେ ସ୍ବାକ୍ଷରିତ ଏବଂ ଭାରତ ସରକାର (ବ୍ୟବସାୟର ନେଣଦେଣ) ନିୟମ 1961 ର ଦ୍ବିତୀୟ ଅନୁସୂଚୀ ର ନିୟମ 7 (ଡି) (i) ଅନୁସାରେ ବୁଝାମଣା ପତ୍ର (ଏମଓୟୁ) ବିଷୟରେ ଅବଗତ କରାଯାଇଛି।

ବୁଝାମଣା ପତ୍ର (ଏମଓୟୁ) ର ଉଦ୍ଦେଶ୍ୟ

ଏହି ଏମଓୟୁ ଅନୁସାରେ ଭାରତୀୟ ବୈଜ୍ଞାନିକ ଓ ଗବେଷଣାକାରୀଙ୍କ ପାଇଁ କ୍ଷମତା ନିର୍ମାଣ, ଅନ୍ତରାଷ୍ଟ୍ରୀୟ ମାନକ ଏବଂ ନିୟାମକର ଆବଶ୍ୟକତା ଅନୁରୂପ ଡାଟାର ସଂଗ୍ରହ, ନିଜର ପାଣ୍ଠିର ବିନିଯୋଗ ଏବଂ ନ୍ୟାୟସଙ୍ଗତ ଏବଂ ସାର୍ବଭୌମ ସିଦ୍ଧାନ୍ତର ସଂଗ୍ରହ, ନିଜର ପାଣ୍ଠିର ଉପଯୋଗ ଏବଂ ଯୁକ୍ତିସଙ୍ଗତ ତଥା ସାର୍ବଭୌମ ସିଦ୍ଧାନ୍ତର ଅନୁପାଳନ କରି କ୍ଷମତା ବିକାଶ ପାଇଁ ଏକ କ୍ଷେତ୍ରୀୟ କେନ୍ଦ୍ର କରିବାର ଦିଗରେ ଭାରତର ବିକାଶ, ଆଇସିଏମଆର ରେ ପରିଣାମ ପ୍ରାପ୍ତ କରିବା ପାଇଁ ଆଇଡିଡିଓ ସେକ୍ରେଟାରିଏଟ୍‌ର ସମୟବଦ୍ଧ ହୋଷ୍ଟିଂ ସହିତ ସଂଯୁକ୍ତ ଭାବରେ ପାଣ୍ଠି ଯୋଗାଡ଼ ଏବଂ ଏହାକୁ ଆଦାନ ପ୍ରଦାନ କରିବା, ଡାଟା ରେ ଏବଂ ଏହା ସହିତ ସହଯୋଗର ନିର୍ମାଣ ଏବଂ ନ୍ୟାୟ ସଙ୍ଗତ ଏବଂ ପାରଦର୍ଶିତା ସହିତ କୌଶଳକୁ ଆଦାନ ପ୍ରଦାନ କରିବା ଅଟେ।

ଉଭୟ ପକ୍ଷ ନିରାକରଣ ପର୍ଯ୍ୟାୟରେ ତିନି ଭେକ୍ଟର ଜନିତ ରୋଗ (ମ୍ୟାଲେରିଆ, ଭିସେରାଲ୍‌ ଲେଇସମାନିଆସିସ୍, ଫାଇଲେରିଆ) ଏବଂ ଦେଖା ଯାଉଥିବା ସଂକ୍ରମଣ ସମ୍ବନ୍ଧିତ ବିଷୟ ଉପରେ ବିଚାର ଉପରେ ଆଦାନ ପ୍ରଦାନ କରିବା, ଡାଟା ପରିଚାଳନା ପାଇଁ ସର୍ବଶ୍ରେଷ୍ଠ ପ୍ରଥାର ସହାୟତା ଏବଂ ବିକାଶ କରିବା, ଡାଟା ଡକ୍ୟୁମେଣ୍ଟେସନ, ଡାଟାର ସେୟାର କରିବା ଏବଂ ନ୍ୟାୟସଙ୍ଗତ ଶାସନ ଢାଞ୍ଚାର ବିକାଶ, ଗବେଷଣା କାର୍ଯ୍ୟକ୍ରମରେ ସହଯୋଗର ଅବସର ସୃଷ୍ଟି କରିବା ଏବଂ କ୍ଷମତା ସୁଦୃଢ଼ୀକରଣରେ ତିନି ବର୍ଷୀୟ କାର୍ଯ୍ୟ ଯୋଜନା ବିକାଶ କରିବା, ଗବେଷଣାକାରୀଙ୍କ ଆଦାନ ପ୍ରଦାନ ଏବଂ ଡାଟା ପରିଚାଳନା ଏବଂ ସଂଖ୍ୟା ବିଶ୍ଳେଷଣ ଉପରେ ପ୍ରଶିକ୍ଷଣ ବିଷୟରେ ନିଜର ସହମତି ପ୍ରକାଶ କରିଛନ୍ତି।

 

ଆର୍ଥିକ ପ୍ରଭାବ

ଏହି ରାଜିନାମା ଜ୍ଞାପନ ଅନୁସାରେ ପରିକଳ୍ପିତ ସହଯୋଗର ସମ୍ବନ୍ଧରେ ପ୍ରତି ପକ୍ଷ ନିଜର ନିବେଶ ନିଜେ ବହନ କରିବେ। ଯଦି କୌଣସି ପକ୍ଷ ପରେ ଏହି ବୁଝାମଣା ପତ୍ର ଅନୁସାରେ ପରିକଳ୍ପିତ କାର୍ଯ୍ୟର ଏକ ଅଂଶ ପାଇଁ ପାଣ୍ଠି ପ୍ରାପ୍ତ କରନ୍ତି ଏବଂ ସେହି ପାଣ୍ଠିର ଏକ ଅଂଶ ଦ୍ବିତୀୟ ପକ୍ଷକୁ ଦେବାର ଇଚ୍ଛା କରନ୍ତି, ତେବେ ଏପରି ସ୍ଥିତିରେ ବିଚାରାଧୀନ କାର୍ଯ୍ୟକୁ ପରିଚାଳନା କରିବା ପାଇଁ ଏକ ଅନ୍ୟ ରାଜିନାମାର କାର୍ଯ୍ୟକାରୀ କରାଯିବ।

BS

 



(Release ID: 1804576) Visitor Counter : 161