ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
                
                
                
                
                
                    
                    
                        ଦେଶରେ କରୋନାର ସଦ୍ୟତମ ସ୍ଥିତି
                    
                    
                        
                    
                
                
                    Posted On:
                09 MAR 2022 9:08AM by PIB Bhubaneshwar
                
                
                
                
                
                
                ସମଗ୍ର ଦେଶରେ କରୋନା ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧିନରେ ଦେଶବ୍ୟାପି ଟିକାଦାନ କାର୍ଯ୍ୟକ୍ରମ ଚାଲୁ ରହିଛି । ଏପର୍ଯ୍ୟନ୍ତ ୧୭୯.୩୩ କୋଟି ଡୋଜ୍ ଟିକା ଦିଆଗଲାଣି । ସବିଶେଷ ତଥ୍ୟ ଅନୁଯାୟୀ ଦେଶରେ ୪୬,୯୬୨ ଜଣ ସକ୍ରିୟ ରୋଗୀ ଅଛନ୍ତି । ଦେଶରେ ସକ୍ରିୟ ରୋଗୀଙ୍କ ହାର ଠ.୧୧ ଶତାଂଶ ରହିଛି । ରୋଗୀଙ୍କର ଆରୋଗ୍ୟ ହାର ୯୮.୬୯ ଶତାଂଶ ଅଛି । ଗତ ୨୪ ଘଣ୍ଟା ମଧ୍ୟରେ ୭,୪୧୬ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଏପର୍ଯ୍ୟନ୍ତ ୪,୨୪,୧୩,୫୬୬ ଜଣ ସମଗ୍ର ଦେଶରେ ଆରୋଗ୍ୟ ଲାଭ କରି ସାରିଲେଣି । ଗତ ୨୪ ଘଣ୍ଟା ମଧ୍ୟରେ ୪,୫୭୫ ଜଣ ନୂଆ ସଂକ୍ରମିତ ହୋଇଛନ୍ତି ।
ବର୍ତ୍ତମାନ ଦୈନିକ ସଂକ୍ରମିତ ହାର ଠ.୫୧ ଶତାଂଶ ଏବଂ ସାପ୍ତାହିକ ସଂକ୍ରମଣ ହାର ଠ.୬୨ ଶତାଂଶ ରହିଛି । ଗତ ୨୪ ଘଣ୍ଟାରେ ୮,୯୭,୯ଠ୪ଟି ନମୁନା ପରୀକ୍ଷାକୁ ମିଶାଇ ମୋଟ ୭୭.୫୨ କୋଟି ନମୁନା ପରୀକ୍ଷା ହୋଇ ସାରିଲାଣି ।
 
SSD/MB
                
                
                
                
                
                (Release ID: 1804302)
                Visitor Counter : 214