ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ
azadi ka amrit mahotsav

ୟୁକ୍ରେନ ପଡ଼ୋଶୀ ରାଷ୍ଟ୍ରରୁ ସ୍ଵତନ୍ତ୍ର ବିମାନ ଯୋଗେ ଆଜି ଫେରିଲେ ୩ ହଜାର ଭାରତୀୟ


ଏବେ ସୁଦ୍ଧା ସ୍ଵତନ୍ତ୍ର ବିମାନ ଜରିଆରେ ଫେରିଲେଣି ୧୩ ହଜାର ୭ଶହ ଭାରତୀୟ

प्रविष्टि तिथि: 05 MAR 2022 5:52PM by PIB Bhubaneshwar

‘ଅପରେସନ ଗଙ୍ଗା’ ଜରିଆରେ ୟୁକ୍ରେନରୁ ଭାରତୀୟ ନାଗରିକମାନଙ୍କର ଉଦ୍ଧାର ପ୍ରକ୍ରିୟା ଜାରି ରହିଛି । ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରରୁ ୧୫ଟି ସ୍ଵତନ୍ତ୍ର ବିମାନ ଜରିଆରେ ଆଜି ପ୍ରାୟ ତିନି ହଜାର ଭାରତୀୟ ନାଗରିକ ସ୍ଵଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏଥିମଧ୍ୟରେ ୧୨ଟି ସ୍ଵତନ୍ତ୍ର ବେସାମରିକ ବିମାନ ଏବଂ ଭାରତୀୟ ବାୟୁସେନାର ୩ଟି ବିମାନ ରହିଛି । ଏଥିସହିତ, ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ଉଦ୍ଧାର ଲାଗି ୨୨ ଫେବୃଆରୀ, ୨୦୨୨ରେ ସ୍ଵତନ୍ତ୍ର ବିମାନ ଚଳାଚଳ ଆରମ୍ଭ ହେବା ପରଠାରୁ ଏବେସୁଦ୍ଧା ପ୍ରାୟ ୧୩ ହଜାର ୭ଶହ ଭାରତୀୟଙ୍କୁ ଫେରାଇ ଅଣାଯାଇଛି । ୫୫ଟି ସ୍ଵତନ୍ତ୍ର ବେସାମରିକ ବିମାନ ଜରିଆରେ ଫେରିଥିବା ଭାରତୀୟମାନଙ୍କ ସଂଖ୍ୟା ୧୧ ହଜାର ୭୨୮ରେ ପହଞ୍ଚିଛି। ଅପରେସନ ଗଙ୍ଗା ଅଧୀନରେ ଆଜି ସୁଦ୍ଧା, ଭାରତୀୟ ବାୟୁସେନାର ୧୦ଟି ବିମାନ ଜରିଆରେ ୨୦୫୬ ଜଣ ଯାତ୍ରୀ ଫେରିଛନ୍ତି ଏବଂ ୨୬ ଟନ୍‌ ରିଲିଫ ସାମଗ୍ରୀ ଏସବୁ ରାଷ୍ଟ୍ରକୁ ପରିବହନ କରାଯାଇଛି ।

ଗତକାଲି ହିଣ୍ଡନ ଏୟାର ବେସରୁ ଉଡ଼ାଣ ଆରମ୍ଭ କରିଥିବା ଭାରତୀୟ ବାୟୁସେନାର ତିନୋଟି ଅଧିକ ଓଜନ ପରିବହନକାରୀ ସି-୧୭ ବିମାନ  ପୁଣିଥରେ ଆଜି ସକାଳେ ହିଣ୍ଡନ ଏୟାରବେସକୁ ଫେରିଛି। ଏସବୁ ବିମାନ ଜରିଆରେ ରୋମାନିଆ, ସ୍ଲୋଭାକିଆ ଏବଂ ପୋଲାଣ୍ଡରୁ ୬୨୯ ଜଣ ଭାରତୀୟ ନାଗରିକମାନଙ୍କୁ ଉଦ୍ଧାର କରି ଅଣାଯାଇଛି । ଏହାଛଡ଼ା ଏହି ତିନୋଟି ବିମାନ ଜରିଆରେ ୧୬.୫ ଟନ୍‌ ରିଲିଫ ସାମଗ୍ରୀ ଭାରତରୁ ଏସବୁ ରାଷ୍ଟ୍ରମାନଙ୍କୁ ପଠାଯାଇଛି । ଗୋଟିଏକୁ ଛାଡ଼ି ସବୁ ବେସାମରିକ ବିମାନ, ଆଜି ସକାଳେ ଭାରତରେ ପହଞ୍ଚିଛନ୍ତି । ଅନ୍ୟପଟେ କୋସିଚେରୁ ନୂଆଦିଲ୍ଲୀ ଅଭିମୁଖେ ଆସୁଥିବା ବିମାନ ଆଜି ସନ୍ଧ୍ୟା ପରେ ପହଞ୍ଚିବ ବୋଲି ଆଶା କରାଯାଉଛି । ଆଜି ବୁଦାପେଷ୍ଟରୁ ୫ଟି, ସୁଚେଭାରୁ ୪ଟି, କୋସିଚେରୁ ଗୋଟିଏ ଏବଂ ରେସେଜୋରୁ ୨ଟି ବିମାନ ଭାରତୀୟମାନଙ୍କୁ ନେଇ ଫେରିଛି ।

ଆସନ୍ତାକାଲି, ବୁଦାପେଷ୍ଟ, କୋସିଚେ, ରେସେଜୋ ଏବଂ ବୁକାରେଷ୍ଟରୁ ୧୧ଟି ସ୍ଵତନ୍ତ୍ର ବିମାନ ଜରିଆରେ ୨୨୦୦ରୁ ଅଧିକ ଭାରତୀୟ ସ୍ଵଦେଶ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଆଶା କରାଯାଉଛି ।

*****

P.S.

.


(रिलीज़ आईडी: 1803238) आगंतुक पटल : 236
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Manipuri , Tamil , Telugu