ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ୟୁକ୍ରେନକୁ ରିଲିଫ ସାମଗ୍ରୀ ପଠାଇଲା ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ)

Posted On: 02 MAR 2022 5:55PM by PIB Bhubaneshwar

ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ) ୟୁକ୍ରେନକୁ ରିଲିଫ ସାମଗ୍ରୀ ପଠାଇଛି । ୟୁକ୍ରେନର ଜନସାଧାରଣଙ୍କ ପାଇଁ ଏନଡିଆରଏଫ ପକ୍ଷରୁ କମ୍ବଳ, ଚଦର ଏବଂ ପଢ଼ିବା ପାଇଁ ସୋଲାର ଲ୍ୟାମ୍ପ ପଠାଯାଇଛି । ଆଜି ସକାଳେ ପୋଲାଣ୍ଡ ଅଭିମୁଖେ ଯାତ୍ରା କରିଥିବା ଏକ ବିମାନ ଏବଂ ସନ୍ଧ୍ୟାରେ ରୋମାନିଆ ଅଭିମୁଖେ ଯାତ୍ରା କରିଥିବା ଭାରତୀୟ ବାୟୁସେନା (ଆଇଏଏଫ) ବିମାନରେ ଏସବୁ ରିଲିଫ ସାମଗ୍ରୀ ପଠାଯାଇଛି ।

*****

P.S.



(Release ID: 1802430) Visitor Counter : 164