ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ୟୁରୋପୀୟ ପରିଷଦର ଅଧ୍ୟକ୍ଷ ମହାମହିମ ଚାର୍ଲସ୍ ମିଚେଲଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
ପୋଷ୍ଟ କରାଯିବା ଦିନାଙ୍କ:
01 MAR 2022 10:55PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଚାର୍ଲସ୍ ମିଚେଲଙ୍କ ସହିତ ଫୋନରେ କଥା ହୋଇଛନ୍ତି ।
ୟୁକ୍ରେନରେ ଦେଖାଦେଇଥିବା ଗମ୍ଭୀର ଯୁଦ୍ଧ ପରିସ୍ଥିତି ଏବଂ ମାନବୀୟ ସଙ୍କଟ ଦିନକୁ ଦିନ ଜଟିଳ ହେଉଥିବାରୁ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକଟ କରିଥିଲେ । ତତ୍କାଳ ଯୁଦ୍ଧ ବିରାମ ଏବଂ ଆଲୋଚନା ମାର୍ଗକୁ ଫେରିବା ଲାଗି ଭାରତର ନିବେଦନକୁ ସେ ପୁଣିଥରେ ଦୋହରାଇଥିଲେ ।
ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ଅନ୍ତର୍ଜାତୀୟ ଆଇନ, ମିଳିତ ଜାତିସଂଘ ଘୋଷଣାନାମା ଏବଂ ସବୁ ଦେଶମାନଙ୍କର କ୍ଷେତ୍ରୀୟ ଅଖଣ୍ଡତା ଓ ସାର୍ବଭୌମତ୍ୱ ଉପରେ ସାମ୍ପ୍ରତିକ ବିଶ୍ୱ ବ୍ୟବସ୍ଥା ଆଧାରିତ ।
ଉଭୟ ପକ୍ଷ ମଧ୍ୟରେ ଆଲୋଚନାକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିବା ସହିତ ମୁକ୍ତ ଓ ଅବାଧ ମାନବୀୟ ସହାୟତା ଏବଂ ସବୁ ଲୋକମାନଙ୍କର ସୁଗମ ଯାତାୟାତ ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ସଙ୍କଟଗ୍ରସ୍ତ ଅଞ୍ଚଳରୁ ଭାରତୀୟମାନଙ୍କୁ ଉଦ୍ଧାର କରିବା ଏବଂ ପ୍ରଭାବିତ ଲୋକମାନଙ୍କୁ ଔଷଧ ସମେତ ଜରୁରି ରିଲିଫ ସହାୟତା ଯୋଗାଇ ଦେବା ପାଇଁ ଭାରତର ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ।
******
P. S.
(ରିଲିଜ ଆଡି: 1802262)
ପରିଦର୍ଶକ କାଉଣ୍ଟର : 205
ଏହି ରିଲିଜ ପଢନ୍ତୁ :
Assamese
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam