ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଅପରେସନ ଗଙ୍ଗାର ସମୀକ୍ଷା ଲାଗି ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ

Posted On: 28 FEB 2022 10:17PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲଗାତାର ଦ୍ୱିତୀୟ ଦିନ ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ଅପରେସନ ଗଙ୍ଗାର ସମୀକ୍ଷା କରିଛନ୍ତି । ୟୁକ୍ରେନରେ ଫସି ରହିଥିବା ଭାରତୀୟ ନାଗରିକମାନଙ୍କୁ ଉଦ୍ଧାର କରିବା ଲାଗି ଭାରତ ସରକାର ଏହି ଅଭିଯାନ ଜାରି ରଖିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେଠାରେ ଥିବା ଭାରତୀୟ ନାଗରିକମାନଙ୍କୁ ସୁରକ୍ଷିତ ଓ ନିରାପଦ ରଖିବା ଲାଗି ସମ୍ପୂର୍ଣ୍ଣ ସରକାରୀ କଳ ଦିନରାତି ୨୪ ଘଣ୍ଟା କାର୍ଯ୍ୟ କରୁଛି ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ସୂଚନା ଦେଇଥିଲେ ଯେ ବିଭିନ୍ନ ଦେଶକୁ ଆମର ଚାରି ଜଣ ବରିଷ୍ଠ ମନ୍ତ୍ରୀ ସ୍ବତନ୍ତ୍ର ଦୂତ ଭାବେ ଯାତ୍ରା କରିବା ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବ । ସରକାର ଏହି ପ୍ରସଙ୍ଗକୁ କେତେ ପ୍ରାଥମିକତା ଦେଉଛନ୍ତି ତାହା ଏଥିରୁ ପ୍ରତିଫଳିତ ହେଉଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ୟୁକ୍ରେନ ସୀମାରେ ଦେଖା ଦେଇଥିବା ପରିସ୍ଥିତିର ମୁକାବିଲା ପାଇଁ ପ୍ରଥମ ପର୍ଯ୍ୟାୟ ମାନବୀୟ ସହାୟତା ସ୍ବରୂପ ରିଲିଫ ସହାୟତା ଆସନ୍ତାକାଲି ୟୁକ୍ରେନକୁ ପଠାଯିବ ।

ସାରା ବିଶ୍ବକୁ ଗୋଟିଏ ପରିବାର ଭାବେ ଗ୍ରହଣ କରିବା ଲାଗି ଭାରତର ନୀତିରେ ଅନୁପ୍ରାଣିତ ହୋଇ, ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ୟୁକ୍ରେନରେ ଫସି ରହିଥିବା ପଡ଼ୋଶୀ ରାଷ୍ଟ୍ର ଓ ବିକାଶଶୀଳ ରାଷ୍ଟ୍ରର ଲୋକମାନଙ୍କୁ ଉଦ୍ଧାର ପାଇଁ ଭାରତ ସହାୟତା କରିବ ଏବଂ ସେମାନେ ଏଥିପାଇଁ ସହାୟତା ଲୋଡ଼ିପାରିବେ ।

 

******

P.S.



(Release ID: 1801992) Visitor Counter : 183