ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କରୋନା ସମ୍ପର୍କିତ ସଦ୍ୟତମ ସୂଚନା

Posted On: 13 FEB 2022 9:13AM by PIB Bhubaneshwar

ସମଗ୍ର ଦେଶରେ କରୋନା ଟିକାଦାନ କାର୍ଯ୍ୟକ୍ରମ ଚାଲିଛି । ଏହି କାର୍ଯ୍ୟକ୍ରମ ଅଧୀନରେ ଏ ପର୍ଯ୍ୟନ୍ତ ୧୭୨.୮୧ କୋଟି ଡୋଜ ଦିଆଯାଇ ସାରିଲାଣି । ସର୍ବଶେଷ ରିପୋର୍ଟ ଅନୁଯାୟୀ ଭାରତରେ ୫୩୭୦୪୫ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି । ସକ୍ରିୟ ରୋଗୀଙ୍କ ହାର ୧.୨୬ ଶତାଂଶ । କରୋନାରୁ ସୁସ୍ଥ ହେଉଥିବା ହାର ୯୭.୫୫ ଶତାଂଶ ଅଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୧୭୫୯୧ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ଏହି ସଂଖ୍ୟାକୁ ମିଶାଇ ଏ ପର୍ଯ୍ୟନ୍ତ ଆରୋଗ୍ୟ ସଂଖ୍ୟା ୪୧୫୮୫୭୧୧ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୪୮୮୭ ଜଣ ସଂକ୍ରମିତ ହୋଇଥିବା ଚିହ୍ନଟ କରାଯାଇଛି । ବର୍ତ୍ତମାନ ଦୈନିକ ସଂକ୍ରମଣ ହାର ୩.୧୭ ଶତାଂଶ ରହିଛି । ସେହିପରି ସାପ୍ତାହିକ ସଂକ୍ରମଣ ହାର ୪.୪୬ ଶତାଂଶ ରହିଛି । ଏ ପର୍ଯ୍ୟନ୍ତ ୭୫.୦୫ କୋଟି ମାମଲା ପରୀକ୍ଷା କରାଯାଇସାରିଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ୧୪୧୫୨୭୯ଟି ନମୁନା ପରୀକ୍ଷା କରାଯାଇଛି ।

 

SSD/DD



(Release ID: 1798054) Visitor Counter : 174