ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଜାନୁଆରୀ ୨୪ ତାରିଖ ଦିନ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‍ ପୁରସ୍କାର ବିଜେତାମାନଙ୍କ ସହ ଆଲୋଚନା କରିବେ


ପ୍ରଥମ ଥର ପାଇଁ, ବ୍ଲକ୍ ଚେନ୍ ଜ୍ଞାନକୌଶଳ ବ୍ୟବହାର ଦ୍ୱାରା ପୁରସ୍କାର ବିଜେତାମାନେ ଡିଜିଟାଲ୍ ସାର୍ଟିଫିକେଟ୍ ପାଇବେ

प्रविष्टि तिथि: 23 JAN 2022 10:06AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୨୪ ଜାନୁୟାରୀ ୨୦୨୨ ରେ ମଧ୍ୟାହ୍ନ ୧୨ ଟା ସମୟରେ ପ୍ରଧାନ ମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର (ପିଏମ୍ଆରବିପି) ପ୍ରାପ୍ତ ପିଲାଙ୍କ ସହ ଆଲୋଚନା କରିବେ ବ୍ଲକ୍ ଚେନ୍ ଜ୍ଞାନକୌଶଳ ବ୍ୟବହାର କରି ୨୦୨୨ ଏବଂ ୨୦୨୧ ବର୍ଷ ପାଇଁ ପିଏମ୍ଆରବିପି ପୁରସ୍କାର ପ୍ରାପ୍ତ ପିଲାଙ୍କୁ ଡିଜିଟାଲ୍ ସାର୍ଟିଫିକେଟ୍ ପ୍ରଦାନ କରାଯିବ ପୁରସ୍କାର ପ୍ରାପ୍ତ ପିଲାଙ୍କୁ ପ୍ରମାଣପତ୍ର ଦେବା ପାଇଁ ଏହି ଜ୍ଞାନକୌଶଳ ପ୍ରଥମ ଥର ପାଇଁ ବ୍ୟବହୃତ ହେଉଛି

ଭାରତ ସରକାର ପିଲାମାନଙ୍କୁ ନବସୃଜନ, ସାମାଜିକ ସେବା, ଶିକ୍ଷା, କ୍ରୀଡା, କଳା ଏବଂ ସଂସ୍କୃତି ଏବଂ ସାହସିକତା ଭଳି ଛଅଟି ବିଭାଗରେ ସେମାନଙ୍କର ଅତୁଳନୀୟ ସଫଳତା ପାଇଁ ପିଏମ୍ଆରବିପି ପୁରସ୍କାର ପ୍ରଦାନ କରୁଛନ୍ତି ଚଳିତ ବର୍ଷ ପିଏମ୍ଆରବିପି-୨୦୨୨ ପାଇଁ ବାଲ ଶକ୍ତି ପୁରସ୍କାରର ବିଭିନ୍ନ ବର୍ଗରେ ସମଗ୍ର ଦେଶରୁ ୨୯ ଜଣ ପିଲାଙ୍କୁ ଚୟନ କରାଯାଇଛି   ପୁରସ୍କାର ପ୍ରାପ୍ତ ପିଲାମାନେ ପ୍ରତିବର୍ଷ ଗଣତନ୍ତ୍ର ଦିବସ ପରେଡରେ ମଧ୍ୟ ଭାଗ ନେଇଥାନ୍ତି ପିଏମ୍ଆରବିପି ପ୍ରତ୍ୟେକ ପୁରସ୍କାର ପ୍ରାପ୍ତ ପିଲାଙ୍କୁ ଏକ ପଦକ, ନଗଦ ଏକ ଲକ୍ଷ ଟଙ୍କା ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଥାଏ ପିଏମ୍ଆରବିପି ୨୦୨୨ ବିଜେତାଙ୍କ ନଗଦ ପୁରସ୍କାର ରାଶି ସେମାନଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ କରାଯିବ

HS


(रिलीज़ आईडी: 1791933) आगंतुक पटल : 224
इस विज्ञप्ति को इन भाषाओं में पढ़ें: Malayalam , Assamese , English , Urdu , Marathi , हिन्दी , Bengali , Manipuri , Punjabi , Gujarati , Tamil , Telugu , Kannada