ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଇଣ୍ଡିଆ ଗେଟ ନିକଟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଭବ୍ୟ ପ୍ରତିମୂର୍ତ୍ତି ସ୍ଥାପନ ହେବ


ପ୍ରଧାନମନ୍ତ୍ରୀ ଜାନୁୟାରୀ ୨୩ ତାରିଖରେ ତାଙ୍କ ଜନ୍ମ ବାର୍ଷିକୀରେ ନେତାଜୀଙ୍କ ହୋଲୋଗ୍ରାମ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବେ

प्रविष्टि तिथि: 21 JAN 2022 3:00PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି ଯେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଏକ ବିଶାଳ ପ୍ରତିମୂର୍ତ୍ତି ଇଣ୍ଡିଆ ଗେଟ ନିକଟରେ ସ୍ଥାପନ କରାଯିବ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଭବ୍ୟ ପ୍ରତିମୂର୍ତ୍ତି ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ତାଙ୍କ ଜନ୍ମ ବାର୍ଷିକୀ ୨୩ ଜାନୁୟାରୀ ୨୦୨୨ ରେ ହୋଲଗ୍ରାମ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବେ

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଏକ ସମୟରେ ଯେତେବେଳେ ସମଗ୍ର ଦେଶ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ପାଳନ କରୁଛି, ମୁଁ ଖୁସି ଯେ ଗ୍ରାନାଇଟରେ ର୍ନିମିତ ତାଙ୍କ ଭବ୍ୟ ପ୍ରତିମୂର୍ତ୍ତି ଇଣ୍ଡିଆ ଗେଟରେ ସ୍ଥାପିତ ହେବ ତାଙ୍କ ପ୍ରତି ଏହା ଭାରତର ଋଣ ପରିଶୋଧର ପ୍ରତୀକ ହେବ

ନେତାଜୀ ବୋଷଙ୍କର ଭବ୍ୟ ପ୍ରତିମୂର୍ତ୍ତି ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ, ତାଙ୍କର ଏକ ହୋଲଗ୍ରାମ ପ୍ରତିମୂର୍ତ୍ତି ସମାନ ସ୍ଥାନରେ ଉପସ୍ଥିତ ରହିବ ୨୩ ଜାନୁଆରୀ, ନେତାଜୀଙ୍କ ଜନ୍ମ ବାର୍ଷିକୀ ଅବସରରେ ମୁଁ ଏହି ହୋଲଗ୍ରାମ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବି


HS


(रिलीज़ आईडी: 1791656) आगंतुक पटल : 237
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Assamese , Bengali , Punjabi , Gujarati , Tamil , Telugu , Kannada , Malayalam