ରେଳ ମନ୍ତ୍ରଣାଳୟ

କରୋନା ସଂକ୍ରମଣ ପ୍ରଭାବ ସତ୍ତ୍ୱେ ଉତ୍ତର ରେଳବାଇର ସଫଳତା

Posted On: 08 JAN 2022 1:12PM by PIB Bhubaneshwar

ଦେଶର ଉତ୍ତର ପଶ୍ଚିମାଞ୍ଚଳ ରାଜ୍ୟ ଗୁଡିକରେ ଥିବା କୋଭିଡ ଯତ୍ନକେନ୍ଦ୍ର ଏବଂ ଚିକିତ୍ସାଳୟ ଗୁଡିକରେ ଅକ୍ସିଜେନ ପହଞ୍ଚାଇବାରେ ୮୫୮ଟି ସ୍ୱତନ୍ତ୍ର ରେଳଗାଡି ଚଳାଚଳ କରୁଛି । ଏହି ସ୍ୱତନ୍ତ୍ର ରେଳଯୋଗେ ୧୪,୪୦୩ ଟନ ଅକ୍ସିଜେନ ଟ୍ୟାଙ୍କର ଯୋଗେ ପରିବହନ ହେଉଛି ଏବଂ ସଡକ ପଥରେ ଯାତାୟତ କରୁଥିବା ଟ୍ୟାଙ୍କର ଗୁଡିକ ପଞ୍ଜାବ, ହରିଆନା, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଦିଲ୍ଲୀର ଚିକିତ୍ସାଳୟରେ ପହଞ୍ଚାଉଛନ୍ତି । ରେଳ ଯୋଗେ ପରିବହନ କରାଯାଉଥିବା ମୋଟ ଚିକିତ୍ସାଳୟ ନିମିତ୍ତ ତରଳ ଅକ୍ସଜେନର ଏହା ଶତକଡା ୫୦ ଭାଗ ।

 

ପରିବହନ

ରେଳବାଇର ପରିବହନ ବ୍ୟବସାୟ ଉନ୍ନୟନ ୟୁନିଟ ଗୁଡିକ ଜୋନ ଏବଂ ଡିଭିଜନ ସ୍ତରରେ ଖୋଲାଯାଇଛି । ଉତ୍ତର ରେଳବାଇର ୪୪ଟି ମାଲ ସେଡର ପୁନର୍ଗଠନ କରାଯାଇଛି ଏବଂ ଅତିରିକ୍ତ ଭାବରେ ମାଲ ଲଦିବା ଓ ଖଲାସ କରିବା ବ୍ୟବସ୍ଥା କରାଯାଇଛି ।

ବିଶ୍ୱର ସର୍ବବୃହତ ଖାଦ୍ୟ ନିରପତ୍ତା କାର୍ଯ୍ୟକ୍ରମ “ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା” ଅଧୀନରେ ବିଭିନ୍ନ ରାଜ୍ୟକୁ ଉତ୍ତର ରେଳବାଇ ପକ୍ଷରୁ ରେକର୍ଡ ପରିମାଣର ୨୬ ନିୟୁତ ଟନ ଓଜନର ଖାଦ୍ୟଦ୍ରବ୍ୟ ପରିବହନ ଅପ୍ରେଲ ୨୦୨୧ରୁ ଡିସେମ୍ବର ମଧ୍ୟରେ କରାଯାଇଛି । ଏହି ସମୟ ମଧ୍ୟରେ ଉତ୍ତର ରେଳବାଇ ସର୍ବାଧିକ ରାଜସ୍ୱ ୭୦୬୪ କୋଟି ଟଙ୍କା ସଂଗ୍ରହ କରିଛି । ଏହା ଏକ ସର୍ବକାଳୀନ ରେକର୍ଡ । ଦେଶର ରାଜଧାନୀକୁ ଖାଦ୍ୟ ଏବଂ ପନିପରିବାର- ଫଳ ଆଦି ରିହାତି ମୂଲ୍ୟର ପରିବହନ ବ୍ୟବସ୍ଥାରେ ପହଞ୍ଚାଇବା ପାଇଁ କିଶାନ ରେଳ ମାଧ୍ୟମରେ ଯୋଗାଣ ବ୍ୟବସ୍ଥା କରାଯାଇଛି ।

  • କୋଭିଡ ଯତ୍ନ କେନ୍ଦ୍ରଗୁଡିକୁ ୧୪ ହଜାର ଟନରୁ ଊଦ୍ଧ୍ୱର୍ ତରଳ ମେଡିକାଲ ଅକ୍ସିଜେନ ପରିବହନ କରାଯାଇଛି ।
  • ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ସହାୟତା ନିମିତ୍ତ ରେକର୍ଡ ପରିମାଣର ଖାଦ୍ୟ ଶସ୍ୟ ପରିବହନ କରାଯାଇଛି ।
  • ୪୯୫ କିମି ଅଂଶରେ ବିଭିନ୍ନ ସେକ୍ସନରେ ଟ୍ରେନ ଗୁଡିକର ଗତି ବୃଦ୍ଧି କରାଯାଇଛି ।
  • ଉତ୍ତର ରେଳବାଇର ୭୦ ଶତାଂଶ କିମି ପଥରେ ବିଦ୍ୟୁତିକରଣ ହୋଇଛି ।
  • କେନ୍ଦ୍ରୀୟ ଡିଭିଜନାଲ ଚିକିତ୍ସାଳୟ ଗୁଡିକରେ ଅକ୍ସିଜେନ ଉତ୍ପାଦନ ପ୍ଲାଣ୍ଟ ସ୍ଥାପନ କରାଯାଇଛି ।
  • ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର କ୍ରୀଡାରେ ଅଧିକ ସଂଖ୍ୟାରେ ରେଳବାଇର ଖେଳାଳୀମାନେ ପଦକ ପାଇଛନ୍ତି ।
  • ହିମାଳୟ ଅଞ୍ଚଳରେ ଋଷିକେଶ-କର୍ଣ୍ଣପ୍ରୟାଗ ବ୍ରଡଗେଜ ଲାଇନ, ବିଳାସପୁର-ମନାଲୀ -ଲେହ ଲାଇନର ସର୍ଭେ କାମ ଚୂଡାନ୍ତ ଏବଂ ଉଦ୍ଧମପୁର-ଶ୍ରୀନଗର-ବାଳମୂଳା ରେଳ ଲିଙ୍କ ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲିଛି ।

ରେଳ ଚଳାଚଳ

ପ୍ରଧାନମନ୍ତ୍ରୀ ଗୁଜରାତର କେଭାଡିଆଠାରେ ନୂତନ ନିର୍ମିତ ରେଳଷ୍ଟେସନକୁ ହଜରତ ନିଜାମୁଦ୍ଦିନ ଏବଂ ବାରଣାସୀଠାରୁ ରେଳ ଚଳାଚଳ ଉଦଘାଟନ କରିଛନ୍ତି । ଷ୍ଟାଚ୍ୟୁ ଅଫ ୟୁନିଟି ପରିଦର୍ଶନ ପାଇଁ ଦେଶର ଉତ୍ତରାଞ୍ଚଳ ରାଜ୍ୟର ଲୋକଙ୍କ ନିମିତ୍ତ ଏହାଦ୍ୱାରା ବହୁତ ସୁବିଧା ହୋଇଛି ।

କାଲକା ସିମଳା ରେଳୱେ ଏବଂ କାଙ୍ଗଡା ଉପତ୍ୟକା ସେକ୍ସନରେ ରେଳ ଚଳାଚଳକୁ ସ୍ୱାଭାବିକ କରାଯାଇଛି । କାଲକା-ସିମଳା ରେଳ ସେକ୍ସନରେ ଯାତ୍ରୀମାନଙ୍କ ଯିବା ଆସିବା ପାଇଁ ହପ ଅନ ଏବଂ ହପ ଅଫ ପୁନଃ ପ୍ରଚଳନ ହୋଇଛି । ରେଳ ଚଳାଚଳରେ ସମୟାନୁବର୍ତ୍ତିତା ୯୨ ଶତାଂଶ ହାସଲ କରାଯାଇ ପାରିଛି ।

ନିରାପତ୍ତା

ଏହି ଜୋନରେ ଗତ ବର୍ଷ ଗୁଡିକ ଅପେକ୍ଷା ଚଳିତ ବର୍ଷ ଡିରେଲ ଦୁର୍ଘଟଣା ଶତକଡା ୪୪ ଗୁଣ କମିଛି ଏବଂ ମୁହାଁମୁହିଁ ଦୁର୍ଘଟଣା ଘଟଣା ଆଦୌ ଘଟିନାହିଁ । ରେଳ ଚଳାଚଳ କ୍ଷେତ୍ରରେ ନିରାପତ୍ତାକୁ ସର୍ବାଧିକ ପ୍ରାଥମିକତା ଦିଆଯାଇଛି । ଉତ୍ତର ରେଳବାଇ ପକ୍ଷରୁ ଗତ ୨୦୧୮-୧୯ ମସିହାଠାରୁ ମାନବ ବିହୀନ ଲେବଲ କ୍ରସିଂ ଗୁଡିକୁ ହଟାଇ ଦିଆଯାଇଛି । ବର୍ତ୍ତମାନ ଏଭଳି ଲେବୁଲ କ୍ରସିଂରେ ଜଗୁଆଳୀ ବ୍ୟବସ୍ଥା ହୋଇଛି । କେତେକ କ୍ଷେତ୍ରରେ ସଡକ ନିରାପତ୍ତା ପାଇଁ ବିଦ୍ୟୁତ ଚାଳିତ ଭାରଦଣ୍ଡ ବ୍ୟବସ୍ଥା କରାଯାଇଛି ।

ନିରାପତ୍ତା ଦୃଷ୍ଟିରୁ ରେଳ ଚଳାଚଳ ସିଗନାଲ ବ୍ୟବସ୍ଥାକୁ ଆଧୁନିକୀକରଣ କରାଯାଇଛି । ସବୁ ଟ୍ରେନରେ ଚାଳକମାନଙ୍କ ନିମିତ୍ତ କୁହୁଡି ନିରାପତ୍ତା ଯନ୍ତ୍ର ଯୋଗାଇ ଦିଆଯାଇଛି । ଧାରଣାରେ ଫାଟ ସୃଷ୍ଟି ତଦାରଖ ବ୍ୟବସ୍ଥା ରାତିରେ ମଧ୍ୟ କରାଯାଉଛି । ଅତ୍ୟନ୍ତ ଶୀତ ଏବଂ କଠିନ ଗ୍ରୀଷ୍ମରେ ମଧ୍ୟ ରେଳ ଧାରଣା ବଦଳାଇବା କାମ ହେଉଛି । ଟ୍ରାକର ତୃଟି ଧରିବା ପାଇଁ ପାଟ୍ରୋଲିଂ କର୍ମଚାରୀଙ୍କୁ ଅତ୍ୟାଧୁନିକ ଯନ୍ତ୍ରପାତି ଦିଆଯାଇଛି ।

ସମ୍ପତ୍ତିର ରକ୍ଷଣାବେକ୍ଷଣ

ନିୟମିତ ଭାବରେ ରେଳ ସମ୍ପତ୍ତିର ରକ୍ଷଣାବେକ୍ଷଣ ଏବଂ ଆଧୁନିକୀକରଣ ହେଉଛି । ଲକ୍ଷ୍ନୌସ୍ଥିତ ଆଲମବାଗ ୱାର୍କସପରେ ୧୪ ଦିନରେ ଥରେ ଯାତ୍ରୀବାହୀ ବଗି ଗୁଡିକର ଅତ୍ୟାଧୁନିକ ଯାଞ୍ଚ ବ୍ୟବସ୍ଥା ହେଉଛି । ଅଣ ଓସାରିଆ ରେଳପଥ ସମେତ ସବୁ ରେଳପଥର “ପ୍ରୋଜେକ୍ଟ ଉକ୍ରୃଷ୍ଟ” ଅଧୀନରେ ଆଧୁନିକରଣ ହେଉଛି । ପ୍ରତି ବଗିରେ ବାୟୋ ଭେକୁମ ପାଇଖାନା ଖଞ୍ଜା ଯାଇଛି । ଦୁଇଟି “ବନ୍ଦେ ଭାରତ ଏକ୍ସପ୍ରେସ” ଦୁଇ ବର୍ଷ ପୂର୍ଣ୍ଣ କରିଛି । ଏଥିରେ ଯାତ୍ରା କରିବା ପାଇଁ ଯାତ୍ରୀମାନେ ଆଗ୍ରହ ପ୍ରକାଶ କରୁଛନ୍ତି । ଏହା ମନ୍ଦିରମୟୀ ନଗରୀ ବାରଣାସୀ ଏବଂ କଟରାସ୍ଥିତ ବୈଷ୍ଣୋଦେବୀ ମନ୍ଦିରର ଯାତ୍ରୀମାନଙ୍କ ଦ୍ୱାରା ଆଦୃତ ହୋଇଛି । ରେଳ ଟ୍ରାକ୍ ଉପରୁ ସ୍ଥାୟୀଭାବେ ରହିଥିବା ଗତିରୋଧକ ଗୁଡିକୁ ହଟାଇ ଟ୍ରେନ ଗତିକୁ ବୃଦ୍ଧି କରାଯାଇଛି ।

ରେଳ ପ୍ରକଳ୍ପ

ଉତ୍ତର ରେଳବାଇର ତିନିଟି ରେଳ ପ୍ରକଳ୍ପର କାର୍ଯ୍ୟ ଅଗ୍ରଗତି ପଥରେ ଅଛି । ସେଗୁଡିକ ହେଲା ଉଦ୍ଧମପୁର-ଶ୍ରୀନଗର-ବାରମୂଳା ରେଳ ଲିଙ୍କ ପ୍ରକଳ୍ପ, ଋଷିକେଶ-କର୍ଣ୍ଣପ୍ରୟାଗ ବ୍ରଡଗେଜ ଲାଇନ ଏବଂ ବିଳାସପୁର-ମନାଲି-ଲେହ ଲାଇନର ସର୍ଭେ କାମ ସମ୍ପୂର୍ଣ୍ଣ ହୋଇଛି ।

କଟରା-ବନିହାଲ ସେକ୍ସନରେ ଚେନାବ ନଦୀ ଉପରେ ସୁଦୃଶ୍ୟ ସେତୁ ଗତ ଅପ୍ରେଲ ୨୦୨୧ରେ ଶେଷ ହୋଇଛି  । ଏବେ ଏବେ ଅଞ୍ଜୀସେତୁର ଫାଇନାଲ କାମ ସରିଛି ।

ଟନେଲ ଖୋଳା କାର୍ଯ୍ୟର  ୧୫ କିମି ଅଂଶ, ତିନୋଟି ଟନେଲର ନିର୍ମାଣ, ତିନୋଟି ପୋଲ ଉପରେ ଲାଇନ ବସାଇବା କାମ କରୋନା ସଂକ୍ରମଣ ସତ୍ତ୍ୱେ ହୋଇପାରିଛି । ଋଷିକେଶ-କର୍ଣ୍ଣପ୍ରୟାଗ ଲାଇନର ଟନେଲ ଖୋଳା ଏବଂ ପୋଲ ନିର୍ମାଣ କାର୍ଯ୍ୟ ଚାଲିଛି । ଯଜ୍ଞଗାରୀ ଋଷିକେଶ ନାମରେ ହିମାଳୟ ପାଦଶେରେ ଏକ ନୂତନ ସୁରମ୍ୟ ଷ୍ଟେସନ ନିର୍ମାଣ କରାଯାଇଛି ।

ବିଦ୍ୟୁତକରଣ

ଶତକଡା ଶହେଭାଗ ବିଦ୍ୟୁତିକରଣ ଲକ୍ଷ୍ୟ ନେଇ ରେଳବାଇ କାର୍ଯ୍ୟ କରୁଛି । ଉତ୍ତର ରେଳବାଇର ଶତୁରୀ ଶତାଂଶରୁ ଅଧିକ ଲାଇନର ବିଦ୍ୟୁତିକରଣ ହୋଇସାରିଲାଣି । ଉତ୍ତର ରେଳବାଇ ପଞ୍ଜାବ, ହରିଆନା, ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶରୁ ଶସ୍ତା ଦରରେ ବିଦ୍ୟୁତ କିଣି ୩୦୦ କୋଟି ଟଙ୍କାର ବିଦ୍ୟୁତ ବିଲ ସଞ୍ଚଇ କରିଛି ।

ପରିବେଶଅନୁକୂଳ ହେଡ-ଅନ ଜେନେରେସନ ବ୍ୟବସ୍ଥାକୁ ୯୪ଟି ରେଳରେ ଖଞ୍ଜା ଗଲାଣି । ଗତ ଚାରି ମାସରେ ଏହାଦ୍ୱାରା ୩୩ କୋଟି ଟଙ୍କାର ଡିଜେଲ ସଞ୍ଚୟ କରାଯାଇ ବାର ହଜାର ଟନ କାର୍ବନ ସୃଷ୍ଟି ରୋକାଯାଇ ପାରିଛି ।

 

ବିକଳ୍ପ ଶକ୍ତିର ବ୍ୟବହାର

ସୌର ଶକ୍ତିର ବିନିଯୋଗ କରି ଗ୍ରୀଡ ଗୁଡିକ ସହିତ ସଂଯୁକ୍ତ କରାଯିବା କାମ ସବୁ ଜୋନରେ ହୋଇସାରିଲାଣି । ଏହାଦ୍ୱାରା ୪୦ ଲକ୍ଷ ୟୁନିଟ ବିଦ୍ୟୁତ ସୃଷ୍ଟି କରାଯାଇ ସାରିଲାଣି । ଏହାଦ୍ୱାରା ୩୨୫୧ ଟନ ଓଜନର କାର୍ବନ ସୃଷ୍ଟିକୁ ରୋକାଯାଇ ପାରିଛି ।

 

ସ୍ୱାସ୍ଥ୍ୟଯତ୍ନ

ଉତ୍ତର ରେଳବାଇ ଅଧୀନରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକୁ ନିରବଚ୍ଛିନ୍ନ ଭାବରେ ଔଷଧ, ଇଞ୍ଜେକସନ ଏବଂ ଅନ୍ୟାନ୍ୟ ଉପକରଣ ଯୋଗାଇ ଦିଆଯାଉଛି । ସବୁ କେନ୍ଦ୍ରରେ ଆରଟିପିସିଆର ପରୀକ୍ଷା କରାଯାଉଛି । ଉତ୍ତର ରେଳବାଇ କେନ୍ଦ୍ରୀୟ ଚିକିତ୍ସାଳୟରେ ପ୍ରତି ମିନିଟରେ ୫୦୦ ଲିଟର ମେଡିକାଲ ଅକ୍ସିଜେନ ଯୋଗାଣ କ୍ଷମତା ବିଶିଷ୍ଟ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଛି । ଏହା ଅଧୀନରେ ଥିବା ସମସ୍ତ ପାଞ୍ଚଟି ଡିଭିଜନାଲ ଚିକିତ୍ସାଳୟରେ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ଟିକାକରଣ ଯୋଜନାକୁ ସଫଳ କରି ସମସ୍ତ କର୍ମଚାରୀ ଏବଂ ସେମାନଙ୍କ ଉପରେ ନିର୍ଭର କରୁଥିବା ଲୋକଙ୍କୁ କୋଭିଡ ପ୍ରତିଷେଧକ ଟିକା ଦିଆଯାଇ ସାରିଲାଣି ।

କ୍ରୀଡା

ଉତ୍ତର ରେଳବାଇରେ କାର୍ଯ୍ୟ କରୁଥିବା ବିଭିନ୍ନ କୃତୀ କ୍ରୀଡାବିତମାନେ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଭାରତକୁ ଗର୍ବିତ କରିଛନ୍ତି । ଟୋକିଓ ୨୦୨୦ ଅଲିମ୍ପିକ ଦଳରେ ଉତ୍ତର ରେଳବାଇର ୧୧ ଜଣ ଖେଳାଳୀଏବଂ କୋଚ ରହିଥିଲେ । ରବି କୁମାର ଦାହିୟା ରୌପ୍ୟ ପଦକ ଏବଂ ବଜରଙ୍ଗ ପୁନିଆଁ କୁସ୍ତିରେ କାଂସ୍ୟ ପଦକ ଜିଣିଛନ୍ତି । ରୌପ୍ୟ ପଦକ ବିଜେତା ମୀରାବାଈ ଚାନୁଙ୍କର କୋଚ ବିଜୟ ଶର୍ମାଙ୍କୁ ଅଫିସର ଅନ ସ୍ପେସିଆଲ ଡ୍ୟୁଟି ପଦବୀକୁ ପଦୋନ୍ନତି ଦିଆଯାଇଛି । ଦିଲ୍ଲୀର କ୍ରୀଷନଗଞ୍ଜରେ ଇଣ୍ଡିଆନ ରେଲୱେ ରେସଲିଙ୍ଗି ଏକାଡେମିକୁ ପୁଣି ଖୋଲାଯାଇଛି । ଏହା ଅନେକ ବିକ୍ଷାତ କୁସ୍ତିଯୋଦ୍ଧାକୁ ପାଇଛି ।

SSD/DD



(Release ID: 1788597) Visitor Counter : 226