ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
୨ ଜାନୁଆରୀରେ ପ୍ରଧାନମନ୍ତ୍ରୀଙ୍କ ମିରଟ ଗସ୍ତ କାର୍ଯ୍ୟକ୍ରମ
୭୦୦ କୋଟି ଟଙ୍କା ମୂଲ୍ୟରେ ନିର୍ମାଣ ହେବାକୁ ଥିବା ମେଜର ଧ୍ୟାନଚାନ୍ଦ କ୍ରୀଡା ବିଶ୍ୱବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
ଏହି ବିଶ୍ୱବିଦ୍ୟାଳୟ ଦେଶର ସମସ୍ତ ଅଂଚଳରେ ବିଶ୍ୱସ୍ତରୀୟ କ୍ରୀଡା ଭିତିଭୂମି ସ୍ଥାପନ କରିବା ନେଇ ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନାକୁ ସାକାର କରିବ
ଆଧୁନିକ ଏବଂ ଉତ୍କୃଷ୍ଟ କ୍ରୀଡା ଭିତିଭୂମିରେ ସଜ୍ଜିତ ହେବ ବିଶ୍ୱବିଦ୍ୟାଳୟ
ପୋଷ୍ଟ କରାଯିବା ଦିନାଙ୍କ:
31 DEC 2021 11:11AM by PIB Bhubaneswar
ପ୍ରଧାନମନ୍ତ୍ରୀ ୨ ଜାନୁଆରୀ ୨୦୨୨ରେ ମିରଟ ଗସ୍ତ କରିବେ ଏବଂ ସେଠାରେ ପ୍ରାୟ ଅପରାହ୍ନ ଗୋଟାଏ ବେଳେ ମେଜର ଧ୍ୟାନଚାନ୍ଦ କ୍ରୀଡା ବିଶ୍ୱବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନ କରିବେ । ଏହି ବିଶ୍ୱବିଦ୍ୟାଳୟ ମିରଟର ସାରଧନା ସହରର ସାଲୱା ଏବଂ କାଇଲି ଗ୍ରାମରେ ପ୍ରତିଷ୍ଠା କରାଯିବ । ଏଥିରେ ଆନୁମାନିକ ଖର୍ଚ୍ଚର ବଜେଟ୍ ୭୦୦ କୋଟି ଟଙ୍କା ରହିଛି ।
ପ୍ରଧାନମନ୍ତ୍ରୀ ଯେଉଁ ପ୍ରମୁଖ କ୍ଷେତ୍ର ଉପରେ ବିଶେଷ ଧ୍ୟାନ ଦେଉଛନ୍ତି, ତାହା ମଧ୍ୟରେ କ୍ରୀଡା ସଂସ୍କୃତିକୁ ଅନୁପ୍ରବେଶ କରାଇବା ଏବଂ ଦେଶର ସମସ୍ତ ଅଂଚଳରେ ବିଶ୍ୱସ୍ତରୀୟ କ୍ରୀଡା ଭିତିଭୂମି ସ୍ଥାପନ କରିବା ଅନ୍ତର୍ଭୂକ୍ତ ଅଟେ । ମିରଟରେ ମେଜର ଧ୍ୟାନଚାନ୍ଦ ଖେଳ ବିଶ୍ୱବିଦ୍ୟାଳୟର ସ୍ଥାପନା ଏହି ପରିକଳ୍ପନାକୁ ସମ୍ପୂର୍ଣ୍ଣ କରିବା ଦିଗରେ ନିଆ ଯାଇଥିବା ଏକ ବହୁତ ବଡ ପଦକ୍ଷେପ ହେବ ।
କ୍ରୀଡା ବିଶ୍ୱବିଦ୍ୟାଳୟ ଆଧୁନିକ ଏବଂ ସର୍ବୋତ୍କୃଷ୍ଟ କ୍ରୀଡା ଭିତିଭୂମିରେ ସଜ୍ଜିତ ହେବ, ଯେଉଁଠାରେ ସିନ୍ଥେଟିକ୍ ହକି ଖେଳ ପଡିଆ, ଫୁଟବଲ୍ ଖେଳ ପଡିଆ, ବାସ୍କେଟ୍ ବଲ୍/ ଭଲି ବଲ୍/ କବାଡି ଖେଳ ପଡିଆ, ଲନ୍ ଟେନିସ୍ କୋର୍ଟ, ଜିମ୍ନାସିୟମ୍ ହଲ୍, ସିନ୍ଥେଟିକ୍ ଦୌଡ ଷ୍ଟାଡିୟମ୍, ସନ୍ତରଣ ପୋଖରୀ, ବହୁମୁଖୀ ଉପଯୋଗୀ ହଲ୍ ଏବଂ ସାଇକେଲ୍ ଚାଳନା ଛତ୍ରାଙ୍ଗଣ (ଭେଲୋଡ୍ରୋମ୍) ଇତ୍ୟାଦି ରହିବ । ଏହି ବିଶ୍ୱବିଦ୍ୟାଳୟରେ ବନ୍ଧୁକ ଚାଳନା, ସ୍କ୍ୱାସ୍, ଜିମ୍ନାଷ୍ଟିକ୍, ଭାରୋତୋଳନ, ତୀରନ୍ଦାଜୀ, ନୌ ଚାଳନା (କାନୋଇଂ) ଏବଂ କାୟାକିଂ ଭଳି ଅନ୍ୟାନ୍ୟ ସୁବିଧା ମଧ୍ୟ ଉପଲବ୍ଧ ହେବ । ୫୪୦ ଜଣ ମହିଳା ଏବଂ ୫୪୦ ପୁରୁଷ କ୍ରୀଡାବିତ୍ଙ୍କୁ ମିଶାଇ ସମୁଦାୟ ୧୦୮୦ କ୍ରୀଡାବିତ୍ଙ୍କୁ ପ୍ରଶିକ୍ଷଣ ଦେବା ନିମନ୍ତେ ଏହି ବିଶ୍ୱବିଦ୍ୟାଳୟର କ୍ଷମତା ରହିବ ।
*****
SSP
(ରିଲିଜ ଆଡି: 1786544)
ପରିଦର୍ଶକ କାଉଣ୍ଟର : 254
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam