ଯୋଗାଯୋଗ ମନ୍ତ୍ରଣାଳୟ
ବର୍ଷାନ୍ତ ସମୀକ୍ଷା – ୨୦୨୧: ଡାକ ବିଭାଗ
ଗ୍ରାମୀଣ କ୍ଷେତ୍ରର ୯୮,୪୫୪ ଡାକଘର ସମେତ ସମୁଦାୟ ୧.୪୩ ଲକ୍ଷ ଡାକଘର ଗୁଡିକରେ ପୋଷ୍ଟମ୍ୟାନ୍ ମୋବାଇଲ୍ ଆପ୍ ଲାଗୁ କାର୍ଯ୍ୟକାରୀ ହୋଇଛି ।
ଭାରତ ନିର୍ବାଚନ ଆୟୋଗ ସାରା ଦେଶରେ ସ୍ପିଡ୍ ପୋଷ୍ଟ୍ ମାଧ୍ୟମରେ ଭୋଟର ଫଟୋ ପରିଚୟ ପତ୍ରର ଯୋଗାଣ ନିମନ୍ତେ ଡାକ ବିଭାଗ ସହିତ ବୁଝାମଣା କରିଛନ୍ତି
ଡାକ ବିଭାଗ ସାରା ଦେଶରେ ପ୍ରାୟ ୧୨୬୩ କାର୍ଯ୍ୟରତ ମେଲ୍ ମୋଟର ସେବା (ଏମ୍ଏମ୍ଏସ୍) ବାହନ ଗୁଡିକରେ ଗ୍ଲୋବାଲ୍ ପୋଜିସନିଂ ସିଷ୍ଟମ୍ (ଜିପିଏସ୍) ଲଗାଇଛି ।
ଡାକ ସମ୍ବନ୍ଧିତ ସାମଗ୍ରୀ ଗୁଡିକରେ ସୀମା ଶୁଳ୍କ ଲାଗୁ କରିବା ନିମନ୍ତେ ୧୨୦ ଦେଶ ଗୁଡିକ ସହିତ ବହୁପକ୍ଷୀୟ ବୁଝାମଣା କରିଛି
ଡାକ ବିଭାଗ ଦ୍ୱିତୀୟ କୋଭିଡ୍ ଲହର ସମୟରେ ବିଦେଶରୁ ଡାକ ମାଧ୍ୟମରେ ପ୍ରାପ୍ତ କୋଭିଡ୍ ସହିତ ସମ୍ବନ୍ଧିତ ଆପାତକାଳୀନ ସାମଗ୍ରୀର ଆମଦାନୀ, ପ୍ରଂସ୍କରଣ ଏବଂ ବିତରଣର ସୁବିଧା ପ୍ରଦାନ କରିଛି
୧.୬୭ କୋଟି ନୂଆ ଖାତା ଖୋଲା ଯାଇଛି, ସିବିଏସ୍ (କୋର୍ ବ୍ୟାଙ୍କିଂ ସର୍ଭିସ୍) ଡାକଘର ଗୁଡିକରେ ପ୍ରାୟ ୮.୧୯ ଲକ୍ଷ କୋଟି ଟଙ୍କା ଦେଣ – ନେଣ ହୋଇଛି ।
ସୁକନ୍ୟା ସମୃଦ୍ଧି ଯୋଜନାର ଆରମ୍ଭ ହେବାଠାରୁ ଅକ୍ଟୋବର, ୨୦୨୧ ପର୍ଯ୍ୟନ୍ତ ଡାକ ବିଭାଗ ଦ୍ୱାରା ୨.୨୬ କୋଟି ସୁକନ୍ୟା ସମୃଦ୍ଧି ଖାତା ଖୋଲା ଯାଇଛି, ଦେଶରେ ସମୁଦାୟ ସୁକନ୍ୟା ସମୃଦ୍ଧି ଖାତା ମଧ୍ୟରୁ ୮୬% ଖାତା କେବଳ ଡାକଘର ମାଧ୍ୟମରେ ଖୋଲା ଯାଇଛି ।
ଡାକଘର ପାସପୋର୍ଟ ସେବା କେନ୍ଦ୍ର
प्रविष्टि तिथि:
29 DEC 2021 11:33AM by PIB Bhubaneshwar
ଡାକ ବିଭାଗ (ଡିଓପି) ୧୫୦ରୁ ଅଧିକ ବର୍ଷ ଧରି ଦେଶର ଯୋଗାଯୋଗର ମଜଭୁତ ସ୍ତମ୍ଭ ହୋଇ ରହିଛି ଏବଂ ଏହା ଦେଶର ସାମାଜିକ ଏବଂ ଆର୍ôଥକ ବିକାଶରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି । ଏହା ଅନେକ ଦୃଷ୍ଟିକୋଣରୁ ଭାରତୀୟ ନାଗରିକ ମାନଙ୍କର ଜୀବନ ସହିତ ଯୋଡି ହୋଇ ରହିଛି: ଯେମିତି ଡାକ ପହଂଚାଇବା, ଛୋଟ ଛୋଟ ଜମା ଯୋଜନା ଗୁଡିକ ଅନୁସାରେ ଜମା ସ୍ୱୀକାର କରିବା, ଡାକ ଜୀବନ ବୀମା (ପିଏଲ୍ଆଇ) ଏବଂ ଗ୍ରାମୀଣ ଡାକ ଜୀବନ ବୀମା (ଆର୍ପିଏଲ୍ଆଇ) ଅନୁସାରେ ଜୀବନ ବୀମା କଭର ପ୍ରଦାନ କରିବା ଏବଂ ବିଲ୍ ଜମା କରିବା, ଫର୍ମ ଗୁଡିକର ବିକ୍ରି ଭଳି ଖୁଚୁରା ସେବା ପ୍ରଦାନ କରିବା । ଡାକ ବିଭାଗ ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ ରୋଜଗାର ଗ୍ୟାରେଂଟି ଯୋଜନା (ମନରେଗା)ରେ ମଜୁରି ବିତରଣ ଏବଂ ବୃଦ୍ଧାବସ୍ଥା ପେନ୍ସନ୍ ପ୍ରଦାନ ଭଳି ଅନ୍ୟ ସେବା ଗୁଡିକର ନିର୍ବାହ କରିବା ନିମନ୍ତେ ଭାରତ ସରକାରଙ୍କ ପାଇଁ ଜଣେ ଏଜେଂଟ ଭାବରେ ମଧ୍ୟ କାର୍ଯ୍ୟ କରିଥାଏ । ଡାକ ବିଭାଗର ବର୍ଷ ଶେଷରେ ସମୀକ୍ଷା ୨୦୨୧ ବର୍ଷ ନିମନ୍ତେ ବିଭାଗର ବିଭିନ୍ନ ପଦକ୍ଷେପର ଉପଲବ୍ଧି ଏବଂ ସେମାନଙ୍କର ପ୍ରଗତି ଉପରେ ଆଲୋକପାତ କରିଥାଏ ।
୧. ସପ୍ଲାଇ ଚେନ୍ ଏବଂ ଇ – କମର୍ସ: ମେଲ୍, ଏକ୍ସପ୍ରେସ୍ ସେବା ଏବଂ ପାର୍ସଲ୍
ଯୋଗାଣ ସମ୍ପର୍କିତ ସମୟର ଅପଡେସନ୍ : ଗ୍ରାମୀଣ କ୍ଷେତ୍ରର ୯୮,୪୫୪ ଡାକଘର ଗୁଡିକ ସହିତ ୧.୪୩ ଲକ୍ଷ ଡାକଘର ଗୁଡିକରେ ପୋଷ୍ଟମ୍ୟାନ୍ ମୋବାଇଲ୍ ଆପ୍ ଲାଗୁ କରାଯାଇଛି । ଜାନୁଆରୀରୁ ଅକ୍ଟୋବର, ୨୦୨୧ ପର୍ଯ୍ୟନ୍ତ ୪୭.୫ କୋଟି ଡାକର ପ୍ରକୃତ ସମୟର ଡେଲିଭରି/ ଯୋଗଣର ସ୍ଥିତି ପ୍ରସ୍ତୁତ କରାଯାଇଛି । ପୋଷ୍ଟମ୍ୟାନ୍ ମୋବାଇଲ୍ ଆପ୍ ମାଧ୍ୟମରେ ସ୍ପିଡ୍ ପୋଷ୍ଟ ଏବଂ ପଞ୍ଜୀକୃତ ଲେଖ ତିଆରି କରାଯାଇଛି ।
- ୯୮% ଲେଟର ବକ୍ସ ବିଭାଗୀୟ ଡାକଘର ଗୁଡିକ ସହିତ ଯୋଡି ହୋଇଛି, ଯାହା ‘ନାନ୍ୟାଥା’ ନାମକ ମୋବାଇଲ୍ ଆପ୍ ମାଧ୍ୟମରେ ଇଲେକ୍ଟୋନିକ୍ କ୍ଲିୟରାନ୍ସ ଅନୁସାରେ କଭର କରାଯାଇଛି ।
- ଡାକ ବିଭାଗର ସରବରାହରୁ ୩୪.୯୭ କୋଟି ଟଙ୍କା ସହିତ ଏକ ପ୍ରମୁଖ ଉତ୍ପାଦ “ସ୍ପିଡ୍ ପୋଷ୍ଟ” ରୁ ଜାନୁଆରୀ ୨୦୨୧ରୁ ଅକ୍ଟୋବର ୨୦୨୧ର ଅବଧି ସମୟରେ ୧୪୧୩.୩୪ କୋଟି ଆୟ ହୋଇଛି ।
- ଡାକ ବିଭାଗ ୟୁଆଇଡିଏ ଆରମ୍ଭ ହେବା ଦିନଠାରୁ ଏହାର ଏକମାତ୍ର ବିତରଣ ଭାଗୀଦାର ଅଟେ । ଡାକ ବିଭାଗ ଜାନୁଆରୀ ୨୦୧୩ରୁ ନଭେମ୍ବର ୨୦୨୧ ପର୍ଯ୍ୟନ୍ତ ୧୬୬.୭୩ କୋଟି ଆଧାର କାର୍ଡ ସାଧାରଣ ଡାକ ମାଧ୍ୟମରେ ଏବଂ ୧.୫୬ କୋଟି ଆଧାର ପିବିସି କାର୍ଡ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ବିତରିତ କରିସାରିଛି ।
- ଡାକ ବିଭାଗ ଏଲ୍ଆଇସି ଦ୍ୱାରା ଜାରି କରାଯାଇଥିବା ପଲିସି ବଣ୍ଡଗୁଡିକୁ ଛାପିବା ଏବଂ ବିତରଣ କରିବା ନିମନ୍ତେ ଏହାକୁ ମୁଦ୍ରିତ କରିବାରୁ ଆରମ୍ଭ କରି ଡାକ ଦ୍ୱାରା ଏହାକୁ ପଠେଇବା ପର୍ଯ୍ୟନ୍ତ କାର୍ଯ୍ୟର ସମ୍ପୂର୍ଣ୍ଣ ସମାଧାନ ନିମନ୍ତେ ଭାରତୀୟ ଜୀବନ ବୀମା କମ୍ପାନୀ ସହିତ ଏକ ବୁଝାମଣା କରିଛି । ଏହା ଅନୁସାରେ ୨ କୋଟିରୁ ଅଧିକ ପଲିସି ବଣ୍ଡ ଗୁଡିକର ମୁଦ୍ରଣ କରିବା, ସ୍ପିଡ୍ ପୋଷ୍ଟ ମାଧ୍ୟମରେ ଏହାକୁ ପଠାଇବା ଏବଂ ଏହାକୁ ଠିକ୍ ସ୍ଥାନରେ ନେଇ ପହଂଚାଇବା କାମ କରିବାକୁ ହୋଇଥାଏ, ଯାହା ଦ୍ୱାରା ଡାକ ବିଭାଗକୁ ପ୍ରତି ବର୍ଷ ୧୦୦ କୋଟି ଟଙ୍କାରୁ ଅଧିକ ଆୟ ହୋଇଥାଏ ।
- ଡାକ ବିଭାଗ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ଭୋଟ୍ ପରିଚୟ ପତ୍ର (ଇପିଆଇସି) ର ବିତରଣ କରିବା ନିମନ୍ତେ ଭାରତ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ସହିତ ବୁଝାମଣା କରିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ, ନିିର୍ବାଚନ ଆୟୋଗ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ଡେଲିଭରି ନିମନ୍ତେ ୬ – ୭ କୋଟି ଫଟୋ ପରିଚୟ ପତ୍ର (ଇପିଆଇସି) ପ୍ରଦାନ କରିବ, ଯାହା ଫଳରେ ଏକ ବର୍ଷ ମଧ୍ୟରେ ପ୍ରାୟ ୧୦୦ କୋଟି ଟଙ୍କାର ଆୟ ହେବ ।
- ଡାକ ବିଭାଗ ସାରା ଦେଶରେ ପ୍ରାୟ ୧୨୬୩ କାର୍ଯ୍ୟରତ ମେଲ୍ ମୋଟର ସର୍ଭିସେସ୍ (ଏମ୍ଏମ୍ଏସ୍) ବାହନରେ ଗ୍ଲୋବାଲ୍ ପୋଜିସନିଂ ସିଷ୍ଟମ୍ (ଜିପିଏସ୍) ଲଗାଇଛି ଏବଂ ୨୪ ଢ ୭ ନିୟନ୍ତ୍ରଣ କକ୍ଷ/ (କଂଟ୍ରୋଲ୍ ରୁମ୍) ବାଲା ସମସ୍ତ ପୋଷ୍ଟାଲ୍ ସର୍କଲ୍ ଗୁଡିକରେ ଏମ୍ଏମ୍ଏସ୍ ସଂଚାଳିତ ବାହାନ ନିମନ୍ତେ ପିଏସ୍ ଆଧାରିତ ଅନ୍ଲାଇନ୍ ଟ୍ରାକିଂ ସିଷ୍ଟମ୍ ଲାଗୁ କରିଛି ।
- ଆନ୍ତଃରାଜ୍ୟ ସମ୍ପର୍କରେ ପରିବର୍ତନ ନିମନ୍ତେ ଜାମ୍ମୁ ଏବଂ କାଶ୍ମୀର ପୋଷ୍ଟାଲ୍ ସର୍କଲ ନିମନ୍ତେ ୧୭ ଅତିରିକ୍ତ ନୂଆ ଏମ୍ଏମ୍ଏସ୍ ବାହନ କ୍ରୟ କରାଯାଇଛି ।
- ଚଳିତ ଆର୍ôଥକ ବର୍ଷ ୨୦୨୧ – ୨୨ ଅନୁସାରେ ବିଭିନ୍ନ ସର୍କଲ ଗୁଡିକରେ ଖରାପ ହୋଇ ପଡି ରହିଥିବା ବାହନ ଗୁଡିକ ସ୍ଥାନରେ ୭୫ ଟି ନୂଆ ବାହନ ଅଣାଯାଇଛି ।
- ଇଲେକ୍ଟ୍ରୋନିକ୍ ଆଡଭାନ୍ସଡ ଡାଟା (ଇଏଡି)ର ଆଦାନପ୍ରଦାନ ନିମନ୍ତେ ୧୨୦ ରୁ ଅଧିକ ଦେଶ ଗୁଡିକ ସହିତ ଏକ ବହୁପକ୍ଷୀୟ ବୁଝାମଣା କରାଯାଇଛି । ଏହି ବୁଝାମଣାରୁ ଅର୍ନ୍ତରାଷ୍ଟ୍ରୀୟ ଡାକ ସମ୍ବନ୍ଧୀୟ ସାମଗ୍ରୀଗୁଡିକ ଗନ୍ତବ୍ୟ ସ୍ଥଳୀ ଦେଶରେ ଏହାର ଭୌତିକ ରୂପରେ ଆଗମନ ଯୋଗୁଁ ପ୍ରଥମରୁ ଇଲେକ୍ଟୋନିକ୍ ସୀମା ଶୁଳ୍କ ଡାଟାକୁ ପହଂଚାଇବା ନିମନ୍ତେ ସାହାଯ୍ୟ ମିଳିବ । ଏହି ଡାକ ସମ୍ବନ୍ଧୀୟ ସାମଗ୍ରୀରୁ ଦ୍ରୁତ ଗତିରେ ସୀମା ଶୁକ୍ଳ କ୍ଲିୟରାନ୍ସକଚ ମଧ୍ୟ ସମ୍ଭବ କରେଇବ ।
- ପ୍ରାଇମ୍ ୟୁନାଇଟେଡ୍ ଷ୍ଟେଟ୍ସ ପୋଷ୍ଟାଲ୍ ସର୍ଭିସେସ୍ (ୟୁଏସ୍ପିଏସ୍) ଟ୍ରାକ୍ଡ଼ ସର୍ଭିସ୍ ବୁଝାମଣା ଉପରେ ଭାରତୀୟ ଡାକ ଏବଂ ୟୁଏସ୍ପିଏସ୍ରେ ହସ୍ତାକ୍ଷର କରିଛନ୍ତି । ଏହା ଫଳରେ ଗ୍ରାହକମାନଙ୍କୁ ଲାଭ ଏବଂ ଟ୍ରାକ୍ କରିବା ନିମନ୍ତେ ସକ୍ଷମ ସେବାର ଚାହିଦା ସମ୍ପୂର୍ଣ୍ଣ ହୋଇ ପାରିବ । ଏହା ଫଳରେ ଭାରତୀୟ ଡାକକୁ ମେଲ୍ ସର୍ଭିସେସ୍ ବୃଦ୍ଧି କରିବା ଏବଂ ଏହା ମାଧ୍ୟମରେ ରାଜସ୍ୱ ବୃଦ୍ଧି କରିବା ନିମନ୍ତେ ସାହାଯ୍ୟ ମିଳିବ ।
- ଅନ୍ତରାଷ୍ଟ୍ରୀୟ ବସ୍ତୁଗୁଡିକର ସୀମା ଶୁଳ୍କ କ୍ଳିୟରାନ୍ସକୁ ସରଳ ଏବଂ ସହଜ କରିବା ନିମନ୍ତେ ଡାକ ବିଭାଗ ସ୍ୱୟଂଚାଳିତ ପୋଷ୍ଟାଲ୍ ବିଲ୍ ଅଫ୍ ଏକ୍ସପୋର୍ଟ (ପିବିଇ) ସଫ୍ଟୱେର ବିକଶିତ କରୁଛି । ସ୍ୱୟଂଚାଳିତ (ପିବିଇ) ସଫ୍ଟୱେରର ପ୍ରଥମ ସଂସ୍କରଣ ବିକଶିତ କରାଯାଇଛି ଏବଂ ଏହାର ଉତ୍ପାଦନ ଆରମ୍ଭ ହେବାର ଅଛି । ଏହା ଡିଜିଟାଲ୍ ମୋଡ୍ରେ ସୀମା ଶୁଳ୍କ କ୍ଲିୟରାନ୍ସକୁ ସକ୍ଷମ କରି ଡାକ ଚ୍ୟାନେଲ୍ ମାଧ୍ୟମରେ ବାଣିଜ୍ୟିକ ରପ୍ତାନୀର ପ୍ରକ୍ରିୟାକୁ ସହଜ କରିବ । ଏହି ସଫ୍ଟୱେର ଲାଗୁ ହେବା ପରେ ବାଣିଜ୍ୟିକ କାରବାରର ବୁକିଂ ଅଧିସୂଚନା ସ୍ଥାନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ ।
ଚା
- ଯୋଗାଯୋଗ ରାଷ୍ଟ ମନ୍ତ୍ରୀ ଅର୍ନ୍ତରାଷ୍ଟ୍ରୀୟ ବ୍ୟାପାର କେନ୍ଦ୍ର (ଆଇବିସି) ସୁରଟର ଉଦ୍ଘାଟନ ୩ ନଭେମ୍ବର ୨୦୨୧ ରେ କରାଯାଇଥିଲା । ଏହି ବାଣିଜ୍ୟିକ କାରବାରକୁ ବୃଦ୍ଧି କରିବା ନିମନ୍ତେ ଏହି କ୍ଷେତ୍ରରେ ଏକ ବହୁତ ଆବଶ୍ୟକ ମଂଚ ପ୍ରଦାନ କରିବ ଏବଂ ରପ୍ତାନୀମାରୀ ମାନଙ୍କର ଦାବିକୁ ପୂରଣ କରିବ ।
- କୋଭିଡ୍ – ୧୯ ର ଦ୍ୱିତୀୟ ଲହର ସମୟରେ ଡାକ ବିଭାଗ ସୀମା ଶୁଳ୍କ ଅଧିକାରୀମାନଙ୍କ ସହିତ ମିଶି ବିଦେଶରୁ ଡାକ ମାଧ୍ୟମରେ ପ୍ରାପ୍ତ କୋଭିଡ୍ ସହିତ ସମ୍ବନ୍ଧିତ ଆପାତକାଳୀନ ସିପମେଂଟ , ଯଥା: ଅକ୍ସିଜେନ୍ ସାନ୍ଧ୍ରକ, ଉପକରଣ, ଔଷଧ ଇତ୍ୟାଦିର କ୍ଲିୟରାନ୍ସ, ପ୍ରସଂସ୍କରଣ ଏବଂ ବିତରଣର ସୁବିଧା ପ୍ରଦାନ କରିଛି । ଏଭଳି ସିପମେଂଟ୍ର କ୍ଳିୟରାନ୍ସ ଏବଂ ଦ୍ରୁତ ଗତିରେ ବିତରଣର ସୁବିଧା ଅନୁସାରେ ଡାକ ଭବନ ଏବଂ ଏକ୍ସଚେଂଜ୍ର ସମସ୍ତ କାର୍ଯ୍ୟାଳୟ ଗୁଡିକରେ ଏକ କୋଭିଡ୍ ହେଲ୍ପଡେସ୍କ ସ୍ଥାପିତ କରା ଯାଇଥିଲା ।
୨. ବ୍ୟାଙ୍କ ସେବା ସମୂହ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ
ବ୍ୟାପକ ଭାବରେ ଲୋକ ମାନଙ୍କର ଡିଜିଟାଲ ଆର୍ଥିକ ସଶକ୍ତିକରଣ: ଡାକ ବିଭାଗ ଦେଶର ଏମୁଣ୍ଡରୁ ସେମୁଣ୍ଡ ପର୍ଯ୍ୟନ୍ତ ୧.୫୬ ଲକ୍ଷ ପୋଷ୍ଟ ଅଫିସ ଜରିଆରେ ୨୯.୨୯ କୋଟିରୁ ଅଧିକ ସକ୍ରିୟ ପିଓଏସ୍ବିକୁ ସେବା ଯୋଗାଉଛି ଏବଂ ପୋଷ୍ଟ ଅଫିସ ସଂଚୟ ବ୍ୟାଙ୍କ (ପିଓଏସ୍ବି) ଯୋଜନା ଅଧୀନରେ ୧୨,୫୬.୦୭୩ କୋଟି ଟଙ୍କାର ଜମା ପୁଞ୍ଜି ରହିଛି । ମୋଟାମୋଟି ୧.୬୭ କୋଟି ନୂଆ ଜମାଖାତା ଖୋଲା ଯାଇଛି ଏବଂ ୪.୭୧ ଲକ୍ଷ କୋଟି ଟଙ୍କା ଜମା, ୩.୪୮ ଲକ୍ଷ କୋଟି ଟଙ୍କା ଉଠାଣକୁ ମିଶାଇ ପୋଷ୍ଟ ଅଫିସ୍ ଗୁଡ଼ିକରେ ସିବିଏସ୍ (କୋର୍ ବ୍ୟାଙ୍କିଙ୍ଗ୍ ସେବା)ରେ ହାରାହାରି ୮.୧୯ ଲକ୍ଷ କୋଟି ଟଙ୍କା ପରିମାଣର ଦେଣନେଣ କାରବାର ପରିଚାଳନା କରାଯାଇଛି । ଫଳରେ ଏପ୍ରିଲ,୨୦୨୧ ସୁଦ୍ଧା ସିବିଏସ୍ ପୋଷ୍ଟ ଅଫିସ୍ ଗୁଡ଼ିକରେ ୫୧.୪୫ ଲକ୍ଷ ଜମାଖାତାର ନେଟ୍ ସଂଯୋଗ ହେବା ସହିତ ମୋଟ ୧,୨୨,୮୫୧ କୋଟି ଟଙ୍କାର ଜମା ହୋଇ ପାରିଛି । ଏହି ନେଟ୍ୱର୍କ୍ରେ ବର୍ତମାନ ସୁଦ୍ଧା ୨୪,୯୭୧ଟି ଅଫିସ୍ ରହିଥିବା ପୋଷ୍ଟ ଅଫିସ ସିବିଏସ୍ ବ୍ୟବସ୍ଥା ହେଉଛି ବିଶ୍ୱରେ ସର୍ବବୃହତ୍ ନେଟ୍ୱର୍କ୍ । ପୁନଶ୍ଚ, ୧,୨୯,୨୧୯ ଶାଖା ପୋଷ୍ଟ ଅଫିସ୍କୁ ପ୍ରକୃତ ସମୟ ଆଧାରରେ ଏହି ନେଟ୍ୱର୍କ୍କୁ ଉପଲବ୍ଧ କରିବା ନିମନ୍ତେ ସକ୍ଷମ କରା ଯାଇଅଛି । ସିବିଏସ୍ ଏଟିଏମ୍, ଇଂଟରନେଟ୍ ଏବଂ ମୋବାଇଲ ବ୍ୟାଙ୍କିଙ୍ଗ ଜରିଆରେ ସପ୍ତାହର ୭ ଦିନ ୨୪ ଘଂଟିଆ ସେବା ପ୍ରଦାନ କରିବାକୁ ଡାକ ବିଭାଗ ସକ୍ଷମ କରାଇଛି ।
ଗ୍ରାମାଞ୍ଚଳର ଜନସାଧାରଣଙ୍କ ଆର୍ଥିକ ସଶକ୍ତିକରଣ: ଏମ୍ଓଏଫ୍ର ସମସ୍ତ ୯ଟିଯାକ କ୍ଷୁଦ୍ର ସଂଚୟ ଯୋଜନା ୧.୫୬ ଲକ୍ଷ ପୋଷ୍ଟ ଅଫିସରେ ଉପଲବ୍ଧ । ୫ ଗୋଟି ଯୋଜନା ଯଥା, ମାସିକ ଆୟ ଯୋଜନା, ବରିଷ୍ଠ ନାଗରିକ ସଂଚୟ ଯୋଜନା, ସର୍ବସାଧାରଣ ଭବିଷ୍ୟନିଧି ପାଣ୍ଠି, ଜାତୀୟ ସଂଚୟ ସାର୍ଟିଫିକେଟ୍ ଏବଂ କିଷାନ ବିକାଶ ପତ୍ରକୁ ବିଓଏସ୍ (ଶାଖା ପୋଷ୍ଟ ଅଫିସ ଗୁଡ଼ିକରେ) ପ୍ରଚଳିତ କରାଯାଇଛି । ଭାରତର ଗ୍ରାମାଂଚଳରେ ବାସ କରୁଥିବା ଲୋକମାନେ କୌଣସି ପ୍ରକାରର ପୋଷ୍ଟ ଅଫିସ ସଂଚୟ ବ୍ୟାଙ୍କ (ପିଓଏସ୍ବି) କାରବାର ନିମନ୍ତେ ସହର ଓ ନଗରକୁ ଆସିବା ଦରକାର ପଡ଼ିବ ନାହିଁ । ସମାନ କାର୍ଯ୍ୟ ସ୍ଥାନୀୟ ଶାଖା ଡାକଘରଗୁଡ଼ିକ ଜରିଆରେ ସେମାନଙ୍କ ନିକଟରେ ଉପଲବ୍ଧ ହେବ ।
କନ୍ୟା ସନ୍ତାନଙ୍କର ଅର୍ଥନୀତିକ ସଶକ୍ତିକରଣ: ସୁକନ୍ୟା ସମୃଦ୍ଧି ଯୋଜନା (ଏସ୍ଏସ୍ଏ) ଯାହା କନ୍ୟା ସନ୍ତାନ ସମୃଦ୍ଧି ଯୋଜନା ଭାବରେ ପରିଚିତ, ହରିୟାନାର ପାନିପଥଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦ୍ୱାରା ୨୨ ଜାନୁଆରୀ,୨୦୧୫ରେ ଶୁଭାରମ୍ଭ କରା ଯାଇଥିଲା । ସୁକନ୍ୟା ସମୃଦ୍ଧି ଯୋଜନା ଯୋଜନା କନ୍ୟା ସନ୍ତାନ ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ସମ୍ପର୍କରେ ସୁନିଶ୍ଚିତ କରାଇଥାଏ । ଏହି ଯୋଜନା ସେମାନଙ୍କ ପାଇଁ ଉପଯୁକ୍ତ ଶିକ୍ଷା, ବୈବାହିକ ଖର୍ଚ୍ଚ ଏବଂ ସେମାନଙ୍କର ଭବିଷ୍ୟତକୁ ସୁରକ୍ଷିତ କରିବାର କାର୍ଯ୍ୟକୁ ସୁଗମ କରାଇଛି । ସୁକନ୍ୟା ସମୃଦ୍ଧି ଜମାଖାତା ଯେ କୌଣସି ପୋଷ୍ଟ ଅଫିସରେ ଖୋଲାଯାଇ ପାରିବ । ଏହି ଯୋଜନାର ପ୍ରଚଳନ ହେବା ପରଠାରୁ ଅକ୍ଟୋବର,୨୦୨୧ ସୁଦ୍ଧା ଡାକ ବିଭାଗ ଦ୍ୱାରା ୮୦,୫୦୯.୨୯ କୋଟି ଟଙ୍କା ପରିମାଣର ଜମା ରାଶି ସହିତ ମୋଟ ୨.୨୬ କୋଟି ସୁକନ୍ୟା ସମୃଦ୍ଧି ଜମାଖାତା ଖୋଲାଯାଇ ସାରିଲାଣି । ଦେଶରେ ମୋଟ ସୁକନ୍ୟା ସମୃଦ୍ଧି ଯୋଜନା ଜମାଖାତା ମଧ୍ୟରୁ ହାରାହାରି ୮୬ ପ୍ରତିଶତ ଜମାଖାତା କେବଳ ପୋଷ୍ଟ ଅଫିସଗୁଡ଼ିକ ଜରିଆରେ ହିଁ ହୋଇଛି ।
- ଉପଯୁକ୍ତ ଦରରେ ଜନସାଧାରଣଙ୍କର ବୀମା ଓ ପେନ୍ସନ୍ ଯୋଜନା ପରିସରଭୁକ୍ତିକରଣ: ମେ’, ୨୦୧୫ରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପିଏମ୍ ଜନ ସୁରକ୍ଷା ଯୋଜନା, ଯଥା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (ପିଏମ୍ଏସ୍ବିୱାଇ), ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (ପିଏମ୍ଜେଜେବିୱାଇ) ଏବଂ ଅଟଳ ପେନ୍ସନ୍ ଯୋଜନା (ଏପିୱାଇ)ଗୁଡ଼ିକର ଶୁଭାରମ୍ଭ କରାଯାଇଥିଲା । ଡାକ ବିଭାଗ ଏହି ସବୁ ଭାରତ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଜନା ଅଧୀନରେ ସକ୍ରିୟ ଭୂମିକା ନିର୍ବାହ କରି ଆସୁଛି ଏବଂ ଅଦ୍ୟାବଧି ୩.୪୭ ଲକ୍ଷ ଅଟଳ ପେନ୍ସନ୍ ଯୋଜନା (ଏପିୱାଇ), ୭.୫୪ ଲକ୍ଷ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (ପିଏମ୍ଜେଜେବିୱାଇ) (ବାର୍ଷିକ ସ୍ୱୟଂକ୍ରିୟ ନବୀକରଣକୁ ମିଶାଇ) ଏବଂ ୧.୩୮ କୋଟି ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (ପିଏମ୍ଏସ୍ବିୱାଇ) (ବାର୍ଷିକ ସ୍ୱୟଂକ୍ରିୟ ନବୀକରଣକୁ ମିଶାଇ) କୁ ଅନ୍ତର୍ଭୁକ୍ତ କରି ସାରିଛି ।
୩. ଡାକ ଜୀବନ ବୀମା (ପିଏଲ୍ଆଇ) / ଗ୍ରାମୀଣ ଡାକ ଜୀବନ ବୀମା (ଆର୍ପିଏଲ୍ଆଇ):
- ଦାବିଦାରଙ୍କ ନିମନ୍ତେ ପିଏଲ୍ଆଇ/ ଆର୍ପିଏଲ୍ଆଇରେ ମୃତ୍ୟୁ ମାମଲା ଗୁଡିକରେ ଅସ୍ୱକୃତି ଖିଲାପରେ ଅପିଲ୍ ଦାୟର କରିବା ନିମନ୍ତେ ଏକ ପ୍ରାବଧାନ ଆରମ୍ଭ କରାଯାଇଛି ।
- “ସଙ୍କଳନ” ଏକ ଇ- ସଂଗ୍ରହ ଯେଉଁଥିରେ ଡାକଘର ଜୀବନ ବୀମା ନିୟମ ୨୦୧୧, ବିଭିନ୍ନ ମାନକ ସଂଚାଳନ ପ୍ରକ୍ରିୟାଗୁଡିକ, ଫାର୍ମ ଆଦି ସାମିଲ୍, ସେଗୁଡିକୁ ପିଏଲ୍ଆଇ ଦିବସ ଅବସରରେ ଅର୍ଥାତ୍ ୦୧.୦୨.୨୦୨୧ ରେ ଜାରି କରା ଯାଇଥିଲା । ତାହାର ଉଦ୍ଦେଶ୍ୟ ଡାକଘରର ବିଭିନ୍ନ କାର୍ଯ୍ୟାଳୟ ଗୁଡିକରେ କାମ କରୁଥିବା ଅଧିକାରୀମାନଙ୍କ କାର୍ଯ୍ୟକୁ ସହଜ କରିବା ସହିତ ଗ୍ରାହକମାନଙ୍କ ଦ୍ୱାରା ଏହାର ଉପଯୋଗ କରିବା ନିମନ୍ତେ ଉପଲବ୍ଧ କରାଇବାର ଅଛି । ଏହା ୱେବ୍ସାଇଟ୍ରେ ମଧ୍ୟ ଉପଲବ୍ଧ ଅଛି ।
- ଡାକ ଘର ଜୀବନ ବୀମା ନିୟମ, ୨୦୧୧ର ନିୟମ ୬୧ରେ ସଂଶୋଧନ କରାଯାଇଛି, ଯେଉଁଥିରେ ଆତ୍ମହତ୍ୟାର କାରଣରୁ ମୃତ୍ୟୁ ହୋଇଥିବା ଦାବିକୁ ସେଟେଲମେଂଟ କରିବା ନିମନ୍ତେ ଦୁଇ ବର୍ଷର ସୀମାକୁ କମ୍ କରି ଏକ ବର୍ଷ କରି ଦିଆଯାଇଛି ।
- ପିଏଲ୍ଆଇ ଏବଂ ଆର୍ପିଏଲ୍ଆଇ ଫଣ୍ଡର ବ୍ୟବସାୟିକ କାର୍ଯ୍ୟକଳାପ: ୩୧/୧୦/ ୨୦୨୧ ସୁଦ୍ଧା ପିଏଲ୍ଆଇ/ ଆରପିଏଲ୍ଆଇ କାର୍ଯ୍ୟକ୍ଷମ ପଲିସି ଯାହାର ସମ୍ ଆସ୍ୟୁର୍ଡ୨.୩୨ ଲକ୍ଷ କୋଟି ରହିଛି ।
- ପିଏଲ୍ଆଇ ଏବଂ ଆରପିଏଲ୍ଆଇର ନିବେଶ କାର୍ଯ୍ୟ: ପିଏଲ୍ଆଇ/ ଆର୍ପିଏଲ୍ଆଇ ପଲିସିଗୁଡିକର ସମୁଦାୟ କୋଷ ୩୧.୧୦.୨୦୨୧ ପର୍ଯ୍ୟନ୍ତ ୧.୨୭ ଲକ୍ଷ କୋଟି ଟଙ୍କା ହୋଇଯାଇଛି ।
- ବୀମା ଗ୍ରାମ ଯୋଜନା: ଜାନୁଆରୀ ୨୦୨୧ରୁ ଅକ୍ଟୋବର ୨୦୨୧ ପର୍ଯ୍ୟନ୍ତ ୬୬୫୭ଟି ଗ୍ରାମ ବୀମା ଗ୍ରାମ ଯୋଜନା ଅଧୀନରେ ଆସିଛନ୍ତି । ପ୍ରତି ଗୀମା ଗ୍ରାମ ଯୋଜନା ଗ୍ରାମରେ ଅତି କମ୍ରେ ୧୦୦ ଟି ପରିବାର ବୀମାକୃତ ହୋଇଥିବେ ଯାହାର ଗୋଟିଏ ଆର୍ପିଏଲ୍ଆଇ ପଲିସି ଥିବ ।
- ପିଏଲ୍ଆଇ ଏବଂ ଆରପିଏଲ୍ଆଇ ପଲିସି ବଣ୍ଡଗୁଡିକ ଡିଜିଲକର ମାଧ୍ୟମରେ ଏବେ ଡିଜିଟାଲ୍ ଫର୍ମାଟ୍ରେ ଉପଲବ୍ଧ ହେଉଛି ।
୪. ନାଗରିକ କେନ୍ଦ୍ରିତ ସେବା:
- ଡାକଘର ପାସପୋର୍ଟ ସେବା କେନ୍ଦ୍ର (ପିଓପିଏସ୍କେ): ନାଗରିକ ମାନଙ୍କର ପାସପୋର୍ଟକୁ ନେଇ ବୃଦ୍ଧି ପାଉଥିବା ଆବଶ୍ୟକତା ସହିତ ବିଦେଶ ମନ୍ତ୍ରଣାଳୟ ଏବଂ ଡାକ ବିଭାଗ ଡାକଘର ଗୁଡିକରେ ଡାକଘର ପାସପୋର୍ଟ ସେବା କେନ୍ଦ୍ର ସ୍ଥାପିତ କରିବା ନିମନ୍ତେ ପାରସ୍ପରିକ ରୂପରେ ସହମତି ବ୍ୟକ୍ତ କରିଛି, ଯାହା ଫଳରେ ପାସପୋର୍ଟ ସେବା ପ୍ରଦାନ କରିବା ନିମନ୍ତେ ଡାକଘରର ପହଂଚ ଏବଂ ତାହାର ଅବସଂରଚନାର ବ୍ୟବହାର ହୋଇ ପାରିବ । ଏବେ ପର୍ଯ୍ୟନ୍ତ ୪୨୮ ଡାକଘର ପାସପୋର୍ଟ ସେବା କେନ୍ଦ୍ର ଚାଲୁ କରା ଯାଇଛି, ଯେଉଁଥିରେ ଦୁଇଟି ପିଓପିଏସ୍କେ ୨୦୨୧ ବର୍ଷରେ ଖୋଲା ଯାଇଛି, ଅର୍ଥାତ୍ (କ) ଡୋମ୍ବିଭାଲି, ମହାରାଷ୍ଟ୍ର ଏବଂ (ଖ) ଏକମା, ବିହାର । ଜାନୁଆରୀ, ୨୦୨୧ରୁ ଅକ୍ଟୋବର, ୨୦୨୧ ପର୍ଯ୍ୟନ୍ତ ପିଓପିଏସ୍କେ ମାଧ୍ୟମରେ ପାସପୋର୍ଟର ୧୨, ୦୧, ୩୬୦ ଆବେଦନ ଗୁଡିକ ଉପରେ କାମ କରାଯାଇଛି ।
ପୋଷ୍ଟ ଅଫିସ୍ – ସିଏସ୍ସ (କମନ ସର୍ଭିସ ସେଂଟର) : ସିଏସ୍ସିର ଡିଜିଟାଲ୍ ସେବା ପୋର୍ଟାଲ୍ ମାଧ୍ୟମରେ ୯୧୮୬୭ ପୋଷ୍ଟ ଅଫିସ୍ ଏବେ ସିଏସ୍ସି ସେବା ଯୋଗଉଛନ୍ତି ।
- ଅକ୍ଟୋବର ୨୦୨୧ ପର୍ଯ୍ୟନ୍ତ ୯୧୮୬୭ କାର୍ଯ୍ୟାଳୟ ଗୁଡିକର ବିସ୍ତାର
- ୧୫/୧୨/୨୦୨୦ରେ ଡାକ ବିଭାଗ ଏବଂ ସିଏସ୍ସି – ଏସ୍ପିସି ମଧ୍ୟରେ ବୁଝାମଣା ସ୍ଥାପନ କରିବା ପାଇଁ ସ୍ୱାକ୍ଷର କରାଯାଇଛି ।
- ୪୯୬୬୯ରୁ ଅଧିକ ଅପରେଟର ମାନଙ୍କୁ ପ୍ରଶିକ୍ଷିତ କରାଯାଇଛି ।
- ଏହି ଡାକଘର ମାଧ୍ୟମରେ ୧୦୦ରୁ ଅଧିକ ସିଏସ୍ସି ସେବା ପ୍ରଦାନ କରାଯାଇଥାଏ, ଯେଉଁଥିରେ ଜିଟୁସି ଏବଂ ବିଟୁସି ସେବା ମଧ୍ୟ ଅନ୍ତର୍ଭୁକ୍ତ ।
- ଏହା ଆରମ୍ଭ ହେବା ପରେ ୩୧/ ୧୦/ ୨୦୨୧ ପର୍ଯ୍ୟନ୍ତ ୯୧୮୬୭ ପୋଷ୍ଟ ଅଫିସ୍ – ସିଏସ୍ସି ମାଧ୍ୟମରେ ୫୯.୯ କୋଟି ଟଙ୍କାର ୭.୩୭ ଲକ୍ଷ ଟଙ୍କା ଦେଣନେଣ କରାଯାଇଛି ।
- ସିଏସ୍ସି ଦ୍ୱାରା ପ୍ରଚାରିତ ସରକାରଙ୍କ ନାଗରିକ ଯୋଜନା ଗୁଡିକ ମଧ୍ୟରୁ କିଛି:
- ପ୍ରଧାନମନ୍ତୀ ଷ୍ଟ୍ରିଟ୍ ଭେଣ୍ଡର୍ସ ଆତ୍ମନିର୍ଭର ନିଧି ଯୋଜନା (ପିଏମ୍ ସ୍ୱନିଧି)
- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ( ଆୟୁଷ୍ମାନ ଯୋଜନା)
- ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା( ିଏମ୍ – ଏସ୍ୱାଇଏମ୍)
- ପ୍ରଧାନମନନ୍ତ୍ରୀ କ୍ଷୁଦ୍ର ବ୍ୟାପାରୀ ମାନଧନ ଯୋଜନା (ପିଏମ୍ – ଏଲ୍ବିଏମ୍)
- ନିର୍ବାଚନ କାର୍ଡ ଛପା
- ବିଭିନ୍ନ ଇ – ଜିଲ୍ଲା ସେବା ସମୂହ
- କିଛି ବିଜନେସ୍ ଟୁ ସିଟଜେନ୍ ସେବା
- ଭାରତ ବିଲ୍ ଦେୟ ବ୍ୟବସ୍ଥା ବିଲ୍ (ବିଦ୍ୟୁତ୍, ଗ୍ୟାସ୍, ପାଣିର ବିଲ୍ ଇତ୍ୟାଦି)
- ଜୀବନ ବୀମା ପଲିସି ଏବଂ ସାଧାରଣ ବୀମା ଭଳି ମୋଟର ବାହାନ, ଇତ୍ୟାଦି ନିମନ୍ତେ ନୂଆ ପ୍ରିମିୟମ୍ ସଂଗ୍ରହ
- ତୃତୀୟ ପକ୍ଷର ସେବା ଯେମିତି ଆର୍ôଥକ ସଂସ୍ଥା ଗୁଡିକ ଦ୍ୱାରା ଦିଆ ଯାଇଥିବା ବିଭିନ୍ନ ଋଣ ନିମନ୍ତେ ଇଏମ୍ଆଇ ସଂଗ୍ରହ ଏବଂ ଋଣ ନିମନ୍ତେ ଅନ୍ଲାଇନ୍ ଆବେଦନ ପତ୍ର ଜମା କରିବା
- ଯାତ୍ରା ସେବା, ଯେପରି ଉଡାନ, ଟ୍ରେନ୍ ଏବଂ ବସ୍ ଟିକେଟ୍ ନିମନ୍ତେ ଟିକେଟ୍ ବୁକିଂ ସେବା ଉପଲବ୍ଧ ଅଛି
୫. ଜନ ଅଭିଯୋଗ:
କେନ୍ଦ୍ରୀକୃତ ଲୋକ ଅଭିଯୋଗ ନିବାରଣ ଏବଂ ତଦାରଖ ପ୍ରଣାଳୀ (ସିପିଜିଆର୍ଏଏମ୍ଏସ୍): କେନ୍ଦ୍ରୀକୃତ ଲୋକ ଅଭିଯୋଗ ନିବାରଣ ଏବଂ ତଦାରଖ ପ୍ରଣାଳୀ (ସିପିଜିଆର୍ଏଏମ୍ଏସ୍)ର ସୁଧାର ଅଭିଯୋଗ ଗୁଡିକର ତ୍ୱରିତ ସମାଧଶନ କରିବା ନିମନ୍ତେ ଶାଖା ଡାକଘର ପର୍ଯ୍ୟନ୍ତ ୧.୫ ଲକ୍ଷରୁ ଅଧିକ ଡାକଘର ଗୁଡିକର ମ୍ୟାପିଂ କରି କରାଯାଇଥିଲା । ଡାକ ବିଭାଗ ପ୍ରଶାସନିକ ସୁଧାର ଏବଂ ଲୋକ ଅଭିଯୋଗ ବିଭାଗର ସହଯୋଗରେ ସିପିଚିଆର୍ଏଏମ୍ଏସ୍ରେ ପରିବର୍ତନ କରିବା କ୍ଷେତ୍ରରେ ପ୍ରଥମ ବିଭାଗ ଥିଲା । ଏହି ସଂସ୍କରଣ କେବଳ ସମାଧାନର ସମୟକୁ ବଂଚେଇଥାଏ, ତାହା ସହିତ ନିଷ୍ଫଳ ସ୍ତରରେ ମାନବୀୟ ହସ୍ତକ୍ଷେପକୁ ମଧ୍ୟ କମ୍ କରିଥାଏ । ୨୦୨୧ରେ ୧୫. ୧୧.୨୦୨୧ ପର୍ଯ୍ୟନ୍ତ ସମାଧାନ କରାଯାଇଥିବା ଅଭିଯୋଗ ନିମ୍ନ ଅନୁସାରେ
|
Year
|
Complaints received during the period including
B/F
|
Complaints settled during the period
|
|
01.01.2021 to
15.11.2021
|
48637
|
46585
|
୨ ଅକ୍ଟୋବରରୁ ୩୧ ଅକ୍ଟୋବର ୨୦୨୧ ପର୍ଯ୍ୟନ୍ତ ବିଚାରଧୀନତାକୁ କମ୍ କରିବା ନିମନ୍ତେ ବିଶେଷ ଅଭିଯାନ: ଭାରି ସରକାରଙ୍କର ସମସ୍ତ ମନ୍ତ୍ରଣାଳୟ/ ବିଭାଗ ମଧ୍ୟରେ ଡାକ ବିଭାଗ ବିଚାରଧୀନତାକୁ କମ୍ କରିବା ନିମନ୍ତେ ୨ ଅକୋଟାବରରୁ ୩୧ ଅକ୍ଟୋବର ୨୦୨୧ ପର୍ଯ୍ୟନ୍ତ ବିଶେଷ ଅଭିଯାନରେ ଭାଗ ନେଇଥିଲା । ବିଶେଷ ଅଭିଯାନ ସମୟରେ, ବିଭାଗ ଲୋକ ଅଭିଯୋଗ, ସାଂସଦମାନଙ୍କର ନିଦ୍ଦେଶ, ରାଜ୍ୟ ସରକାରମାନଙ୍କର ଏବଂ ସଂସଦ ଆଶ୍ୱାସନାର ମହତ୍ୱପୂର୍ଣ୍ଣ ନିପଟାନ ସୁନିଶ୍ଚିତ କରିଛି । ଏହା ବ୍ୟତୀତ, ଅଭିଲେଖ ପ୍ରବନ୍ଧନ, ଫାଇଲ୍ ଗୁଡିକରୁ ଛଟେଇ ଏବଂ ସରକାରୀ କାର୍ଯ୍ୟାଳୟର ସମଗ୍ର ସଫାଇରେ ପରିବର୍ତନ ନିମନ୍ତେ ସମସ୍ତ ପ୍ରକାରର ଚେଷ୍ଟା କରାଯାଇଛି ।
କୋଭିଡ଼୍ – ୧୯ ସ୍ଥିତିରେ ବିଭାଗ ଦ୍ୱାରା ନିଆଯାଇଥିବା ପଦକ୍ଷେପ: ସିପିଜିଆର୍ ଏଏମ୍ଏସ୍ ପୋର୍ଟାଲ୍: ମହାମାରୀର ପୃଷ୍ଠଭୂମିରେ ଜନତାଙ୍କର ଡାକ ସମ୍ବନ୍ଧୀୟ ଆବଶ୍ୟକତା ସମ୍ବନ୍ଧୀୟ ଜନତାଙ୍କର ଅଭିଯୋଗ ଦୂର କରିବା ଏବଂ ନଜର ରଖିବା ନିମନ୍ତେ ସିପିଜିଅୋ୍ଏମ୍ଏସ୍ ଉପରେ କୋଭିଡ୍ -୧୯ ଅଭିଯୋଗ ଗୁଡିକ ନିମନ୍ତେ ଏକ ଭିନ୍ନ ଶ୍ରେଣୀ କରା ଯାଇଥିଲା । ୩ ଦିନର ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ୮୭୯ ଅଭିଯୋଗର ସମାଧାନ କରାଯାଇଛି ।
୬. ଡାକ ବିଭାଗର ବିପଣନ ଏବଂ ଦୃଶ୍ୟମାନତା
ଡାକ ବିଭାଗ ଡାକ ଉତ୍ପାଦ ଏବଂ ସେବା ଗୁଡ଼ିକର ଦୃଶ୍ୟମାନତା ଏବଂ ସଚେତନତା ବୃଦ୍ଧି କରିବା ନିମନ୍ତେ ମଧ୍ୟ ଅନେକଗୁଡ଼ିଏ ପଦକ୍ଷେପ ନେଉଛି । ଚଳିତ ଆର୍ôଥକ ବର୍ଷରେ ଏହି ବିଭାଗ ଏହାର ଉତ୍ପାଦ ଏବଂ ସେବାଗୁଡ଼ିକର ବିପଣନ ନିମନ୍ତେ ଅନେକଗୁଡ଼ିଏ କାର୍ଯ୍ୟକଳାପ/ଅଭିଯାନ ହାତକୁ ନେଇଛି ଯାହା ମଧ୍ୟରେ ଅନ୍ତର୍ଭୁକ୍ତ ରେଡିଓ, ଟେଲିଭିଜନରେ ବିଜ୍ଞାପନ ପ୍ରସାରଣ, ହୋର୍ଡିଂ ଇତ୍ୟାଦି । ଏହାର ଉତ୍ପାଦ ଏବଂ ସେବାଗୁଡ଼ିକ ପାଇଁ ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡେଲଗୁଡ଼ିକର ମଧ୍ୟ ଉପଯୋଗ କରାଯାଉଅଛି ।
ଏହା ବ୍ୟତୀତ ଡାକ ବିଭାଗ ହେଉଛି ସୋସିଆଲ ମିଡିଆ ଆକାଉଂଟ ଖୋଲିବା କ୍ଷେତ୍ରରେ ଭାରତ ସରକାରଙ୍କର ଅଳ୍ପ କେତେଗୋଟି ପ୍ରାଥମିକ ଅବସ୍ଥାର ବିଭାଗଗୁଡ଼ିକ ମଧ୍ୟରୁ ଗୋଟିଏ । ଏହା ବିଭାଗକୁ ସିଧାସଳଖ ଗ୍ରାହକଙ୍କ ଆଧାର ସହିତ ସମ୍ପୃକ୍ତ ହେବାରେ ସକ୍ଷମ କରାଇ ଥିଲା । ବର୍ତମାନ ସୁଦ୍ଧା ଡାକ ବିଭାଗର ଫେସ୍ବୁକ୍ରେ ୩୦୮.୪ କେ/ହଜାର, ଟ୍ୱିଟରରେ ୩୨୩.୮ କେ, ଇନ୍ଷ୍ଟାଗ୍ରାମ୍ରେ ୯.୮ କେ ଏ ବଂ କେଓଓରେ ୨୦୪.୯ କେ ଫଲୋୟର ଅଛନ୍ତି । ଡାକ ବିଭାଗ ସମ୍ପର୍କିତ ତଥା ବିଭାଗର ବିଭିନ୍ନ ଯୋଜନାଗୁଡ଼ିକ ବାବଦରେ ଭିଡିଓଗୁଡ଼ିକ ୟୁ ଟ୍ୟୁବ୍ରେ ଅପ୍ଲୋଡ୍ କରାଯାଉଛି । ଦୈନନ୍ଦିନ ଭିତ୍ତିରେ ବିଭାଗ ଦ୍ୱାରା ହାତକୁ ନିଆଯାଉଥିବା କାର୍ଯ୍ୟକଳାପଗୁଡ଼ିକ ଉପରେ ତଥା ବିଭାଗୀୟ ଉତ୍ପାଦଗୁଡ଼ିକର ନିରନ୍ତର ଅପ୍ଡେଟ୍/ଅଧୁନାତନ କରାଯାଉଛି ।
ଡାକ ବିଭାଗର ନିଜସ୍ୱ ୱେବ୍ ପୋର୍ଟାଲ (https://www.indiapost.gov.in) ଅଛି ଯେଉଁଥିରେ ବ୍ୟାପକ ସଚେତନତା ସୃଷ୍ଟି କରିବା ସହିତ ଦୃଶ୍ୟମାନତା ନିମନ୍ତେ ବିଭାଗର କାର୍ଯ୍ୟକଳାପ, ଉତ୍ପାଦ ସମୂହ ଏବଂ ସେବାଗୁଡ଼ିକ ସମ୍ବନ୍ଧିତ ସୂଚନାଗୁଡ଼ିକୁ ନିୟମିତ ଭାବରେ ଅପ୍ଲୋଡ୍ ଏବଂ ଅପ୍ଡେଟ୍/ଅଧୁନାତନ କରାଯାଉଛି ।
ଡାକ ବିଭାଗର ସୋସିଆଲ ମିଡିଆ ଆକାଉଂଟ୍ଗୁଡ଼ିକ ଜରିଆରେ ସରକାରଙ୍କ ଦ୍ୱାରା ନିଆଯାଉଥିବା ପଦକ୍ଷେପଗୁଡ଼ିକ, ବିଭାଗ ଦ୍ୱାରା ପ୍ରଦାନ କରାଯାଉଥିବା ସେବାଗୁଡ଼ିକ ଏବଂ ହାତକୁ ନିଆଯାଉଥିବା କାର୍ଯ୍ୟକଳାପଗୁଡ଼ିକ ସମ୍ବନ୍ଧରେ ନାଗରିକମାନଙ୍କୁ ଅପ୍ଡେଟ୍/ସଦ୍ୟତମ ତଥ୍ୟ ପ୍ରଦାନ କରାଯାଉଅଛି ।
୨୦୨୧ ମାର୍ଚ୍ଚ ମାସରେ ସାରା ଦେଶରେ ଏଆଇଆର୍ ଏଫ୍ଏମ୍ ଏବଂ ସ୍ଥାନୀୟ ଏଫ୍ଏମ୍ ଚ୍ୟାନେଲଗୁଡ଼ିକରେ ରେଡିଓ ଜିଙ୍ଗଲସ୍ ଜରିଆରେ ପୋଷ୍ଟାଲ ଲାଇଫ୍ ଇନ୍ସ୍ୟୁରାନ୍ସ୍ ଏବଂ ଗ୍ରାମାଂଚଳ ଡାକ ଜୀବନ ବୀମାର ପ୍ରସାର ନିମନ୍ତେ ବିଜ୍ଞାପନ ପ୍ରଦାନ କରାଯାଇଛି ।
ଭାରତ ସରକାରଙ୍କ ପଦକ୍ଷେପ ଅଧୀନରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଡାକ କାର୍ଯ୍ୟାଳୟଗୁଡ଼ିକ ଜରିଆରେ ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା’ ପିଏମ୍-ଜିକେଏୱାଇ ଖାଦ୍ୟଶସ୍ୟର ପ୍ରୋତ୍ସାହନ ତଥା ପ୍ରସାର ନିମନ୍ତେ ରଚନାତ୍ମକ କାର୍ଯ୍ୟକୁ ଆବଂଟିତ କରିଥିଲେ । ଏହି ବିଶେଷ ଯୋଜନା ପ୍ରାରମ୍ଭିକ ଅବସ୍ଥାରେ ୨ ମାସ (ମେ’ ଏବଂ ଜୁନ୍) ପାଇଁ ଉପଲବ୍ଧ ହୋଇଥିଲା, ଯାହାକୁ ପରେ ନଭେମ୍ବର,୨୦୨୧ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଥିଲା । ପିଏମ୍-ଜିକେଏୱାଇ ଉପରେ ରହିଥିବା ରଚନାତ୍ମକ କାର୍ଯ୍ୟ ସମଗ୍ର ଦେଶର ସବୁ ଡାକ କାର୍ଯ୍ୟାଳୟରେ ପ୍ରଦର୍ଶିତ କରାଯାଇଥିଲା ।
ଭାରତ ସରକାରଙ୍କ ଉଦ୍ୟମ ଅଧୀନରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପଂଚ-ସୂତ୍ରୀ କୌଶଳ ଯଥା ପରୀକ୍ଷା କରିବା, ନିରୂପଣ କରିବା, ଚିକିତ୍ସା କରିବା, କୋଭିଡ୍ ଉପଯୁକ୍ତ ବ୍ୟବହାର ଏବଂ ଟିକାକରଣ ଉପରେ ଧ୍ୟାନ କେନ୍ଦ୍ରିତ କରି ‘ଦୱାଇ ଭି, କଡ଼ାଇ ଭି’ ଉପରେ ନୂତନ ଭାବରେ ଗୁରୁତ୍ୱାରୋପ କରାଯାଇଥିବା ଜନ ଆନ୍ଦୋଳନ ଅଭିଯାନ ୨୦୨୧ର ରଚନାତ୍ମକ କାର୍ଯ୍ୟକୁ ଆବଂଟିତ କରିଥିଷଲ ଯାହାକୁ ୮ ଏପ୍ରିଲ,୨୦୨୧ରେ ସବୁ ସର୍କଲକୁ ଆବଂଟିତ କରାଯାଇଥିଲା । ସମାନ ରଚନାକୁ ସବୁ ପୋଷ୍ଟ ଅଫିସରେ ଏବଂ ଡାକ ବିଭାଗର ସୋସିଆଲ ମିଡିଆ ହ୍ୟାଣ୍ଡେଲଗୁଡ଼ିକ ଜରିଆରେ ମଧ୍ୟ ପ୍ରଦର୍ଶିତ କରାଯାଇଥିଲା ।
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଭାରତ ସରକାରଙ୍କର ଏକ ଉଦ୍ୟମ ‘ସମସ୍ତଙ୍କ ପାଇଁ ଟିକା, ସମସ୍ତଙ୍କ ପାଇଁ ମାଗଣାରେ’ ଅଭିଯାନ ଉପରେ ଲିଖିତ ରଚନାକୁ ଆବଂଟିତ କରିଥିଲେ, ଯାହାକୁ ସବୁ ପୋଷ୍ଟ ଅଫିସରେ ୨୦୨୧ ଜୁନ୍ ମାସରେ କାର୍ଯ୍ୟକାରୀ କରାଯାଇଥିଲା । ଏହି ଅଭିଯାନକୁ ଡାକ ବିଭାଗର ସୋସିଆଲ ମିଡିଆ ହ୍ୟାଣ୍ଡେଲଗୁଡ଼ିକରେ ମଧ୍ୟ ସମ୍ପନ୍ନ କରାଯାଇଥିଲା ।
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଭାରତର ‘୧୦୦ କୋଟି ଟିକାକରଣ ଲକ୍ଷ୍ୟ’ ହାସଲ ହେବା ଉପରେ ରଚନାକୁ ଆବଂଟିତ କରିଥିଲେ ଯାହାକୁ ସମଗ୍ର ଭାରତର ସବୁ ପୋଷ୍ଟ ଅଫିସଗୁଡ଼ିକରେ ପ୍ରଦର୍ଶିତ କରାଯାଇଥିଲା । ଏହି ରଚନାଗୁଡ଼ିକୁ ମଧ୍ୟ ଡାକ ବିଭାଗର ସୋସିଆଲ ମିଡିଆ ହ୍ୟାଣ୍ଡେଲଗୁଡ଼ିକରେ ପ୍ରଦର୍ଶିତ କରାଯାଇଥିଲା ।
ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ସଂଯୋଜନା କରାଯାଉଥିବା ଆଜାଦୀ କା ଅମ୍ରିତ୍ ମହୋତ୍ସବକୁ ପାଳନ କରିବା ପାଇଁ କରାଯାଉଥିବା ଅନ୍ଲାଇନ୍ ପ୍ରଚାର ଅଭିଯାନରେ ଭାରତର ଜାତୀୟ ସଙ୍ଗୀତ ଗାନ (ରାଷ୍ଟ୍ରଗାନ୍) ସମ୍ପର୍କିତ ଏକ ପ୍ରମୁଖ କାର୍ଯ୍ୟକ୍ରମ... ଲିଙ୍କ୍ ଜରିଆରେ କରା ଯାଇଥିଲା ଯାହାକୁ ବିଭାଗର ସମସ୍ତ ନିର୍ଦ୍ଦେଶାଳୟ/ଡିଭିଜନ୍/ସେକ୍ସନ୍ ଏବଂ ସର୍କଲଗୁଡ଼ିକୁ ମଧ୍ୟ ସମ୍ପ୍ରସାରିତ କରାଯାଇଥିଲା । ଏହି ଅନ୍ଲାଇନ୍ ପ୍ରଚାର ଅଭିଯାନ କାର୍ଯ୍ୟକ୍ରମରେ ବିଭାଗର ମୋଟ ୨,୧୧,୬୦୮ ଭାଗ ନେଇଥିଲେ ।
SSP
(रिलीज़ आईडी: 1786203)
आगंतुक पटल : 340