ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜାନୁୟାରୀ ପହିଲାରେ ପିଏମ୍‌-କିଷାନର ଦଶମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ


ଦଶକୋଟି ଚାଷୀ ପରିବାରଙ୍କୁ ୨୦ହଜାର କୋଟି ଅଧିକ ଅର୍ଥ ହସ୍ତାନ୍ତର ହେବ

ଏପର୍ଯ୍ୟନ୍ତ ୧.୬ଲକ୍ଷ କୋଟି ରାଶି କୃଷକ ପରିବାରକୁ ହସ୍ତାନ୍ତର ହୋଇଛି

ତୃଣମୂଳ ସ୍ତରରେ କୃଷକମାନଙ୍କୁ ସଶକ୍ତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଅଙ୍ଗୀକାରବଦ୍ଧତା ଓ ସଂକଳ୍ପର ପ୍ରମାଣ

ପ୍ରଧାନମନ୍ତ୍ରୀ ୧.୨୪ଲକ୍ଷ କୃଷକଙ୍କୁ ସୁବିଧା ଦେବା ପାଇଁ ୩୫୧ ଏଫପିଓକୁ ୧୪କୋଟି ଟଙ୍କାରୁ ଅଧିକ ଇକ୍ୟୁଟି ଗ୍ରାଣ୍ଟ ପ୍ରଦାନ କରିବେ

Posted On: 29 DEC 2021 4:26PM by PIB Bhubaneshwar

ତୃଣମୂଳସ୍ତରରେ ଚାଷୀମାନଙ୍କୁ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଙ୍ଗୀକାରବଦ୍ଧତା ଓ ସଂକଳ୍ପ ସ୍ୱରୂପ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀ  ଶ୍ରୀ ନରେନ୍ଦ୍ର ମୋଦୀ କୃଷକମାନଙ୍କୁ ଆର୍ଥିକ  ସୁବିଧାର ଦଶମ କିସ୍ତି ପ୍ରଦାନ କରିବେ । ଜାନୁୟାରୀ ପହିଲା ୨୦୨୨ ଅପରାହ୍ନ ସାଢେ ବାରଟାବେଳେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଏହି ସୁବିଧା ହସ୍ତାନ୍ତର କରିବେ । ଏହା ଦ୍ୱାରା ଦଶକୋଟିରୁ ଅଧିକ ହିତାଧିକାରୀଙ୍କ ନିକଟରେ ୨୦ହଜାର କୋଟିରୁ ଅଧିକ ଅର୍ଥ ହସ୍ତାନ୍ତର ହେବ ।

ପିଏମ୍‌-କିଷାନ ଯୋଜନାରେ ବାର୍ଷିକ ଛଅହଜାର ଟଙ୍କା ଲେଖାଏଁ ପ୍ରତି ହିତାଧିକାରୀ କିଷାନ ପରିବାରକୁ ପ୍ରଦାନ କରାଯାଇଥାଏ । ଏହି ଅର୍ଥ କିସ୍ତିୱାରୀ ଦୁଇହଜାର କରି ତିନିଟି କିସ୍ତିରେ ଓ ପ୍ରତି କିସ୍ତିରେ ଚାରି ହଜାର କରି  ପ୍ରଦାନ କରାଯାଏ । ଏହି ଅର୍ଥ ପ୍ରତ୍ୟେକ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଜମା ହୋଇଥାଏ । ଏପର୍ଯ୍ୟନ୍ତ ଯୋଜନା ଅଧୀନରେ ଚାଷୀ ପରିବାରକୁ ୧.୬ ଲକ୍ଷ କୋଟି ଟଙ୍କା ସମ୍ମାନ ରାଶି ପ୍ରଦାନ କରାଯାଇସାରିଛି ।

କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ୩୫୧ଟି କୃଷକ ଉତ୍ପାଦନ ସଂଗଠନ (ଏଫପିଓ)କୁ ୧୪କୋଟିରୁ ଅଧିକ ଅର୍ଥ ଇକ୍ୟୁଟି  ଗ୍ରାଂଟ ଆକାରରେ ପ୍ରଦାନ କରିବେ । ଏହାଦ୍ୱାରା ୧. ୨୪ ଲକ୍ଷ ଚାଷୀ ଉପକୃତ ହେବେ । ଏଥିସହ ପ୍ରଧାନମନ୍ତ୍ରୀ ଏଫପିଓ ମାନଙ୍କ ସହ ମଧ୍ୟ ବାର୍ତ୍ତା  ବିନିମୟ କରିବେ ।

କେନ୍ଦ୍ର କୃଷିମନ୍ତ୍ରୀ ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବେ ।

 

*****

SM /SLP



(Release ID: 1786202) Visitor Counter : 242