ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ
ଏୟାର ଇଣ୍ଡିଆ ଏବଂ ଇଣ୍ଡିଆନ ଏୟାରଲାଇନ୍ସର କର୍ମଚାରୀଙ୍କୁ ଅବସରକାଳୀନ ସୁବିଧା ମିଳିବ
Posted On:
20 DEC 2021 2:36PM by PIB Bhubaneshwar
କେନ୍ଦ୍ର ସରକାର ଗତ ଅକ୍ଟୋବର ୨୫ ତାରିଖ ଦିନ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ଅଂଶଧନ ବିକ୍ରୀ ରାଜିନାମା କରିଥିଲେ ମଧ୍ୟ କର୍ମଚାରୀମାନଙ୍କ ସ୍ୱାର୍ଥକୁ ସରକାର ସୁରକ୍ଷା ଦେବେ । ନୀତିଗତ ନିଷ୍ପତ୍ତିକ୍ରମେ ଅଂଶଧନ ବିକ୍ରୀ ପରେ ମଧ୍ୟ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାର କର୍ମଚାରୀମାନଙ୍କୁ ଅବସରକାଳୀନ ଗ୍ରାଚୁଇଟି ଏବଂ ଭବିଷ୍ୟନିଧି ଲାଭ ମିଳିବ । ଜୀବନବୀମା କର୍ପୋରେସନର କର୍ମଚାରୀ, ଏୟାର ଇଣ୍ଡିଆ ଏବଂ ଇଣ୍ଡିଆନ ଏୟାରଲାଇନ୍ସ କର୍ମଚାରୀମାନଙ୍କ ଅବସର ପରେ ସେମାନଙ୍କ ପେନସନ୍ ବ୍ୟବସ୍ଥା ମଧ୍ୟ ଚାଲୁ ରହିବ । ଯୋଗଦାନ ବ୍ୟବସ୍ଥାର ପେନସନ୍ ସେମାନେ ପାଇବେ । ଅବସର ପରେ ସରକାରଙ୍କ ନିୟମ ଅନୁସାରେ ସ୍ୱାସ୍ଥ୍ୟ ସୁବିଧା ମଧ୍ୟ ପାଇବେ । ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଭି.କେ.ସିଂ ଆଜି ରାଜ୍ୟସଭାକୁ ଲିଖିତ ଭାବରେ ଏହି ତଥ୍ୟ ଜଣାଇଛନ୍ତି ।
SSD/MT
(Release ID: 1783647)
Visitor Counter : 174