ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
azadi ka amrit mahotsav

ଭାରତୀୟ ସଂସ୍କୃତିର ବିକାଶ ପାଇଁ ପ୍ରସାର ଭାରତୀ ଏବଂ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ଆଇସିସିଆର) ମଧ୍ୟରେ ବୁଝାମଣା

प्रविष्टि तिथि: 20 DEC 2021 2:50PM by PIB Bhubaneswar

ଭାରତୀୟ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରସାର ଭାରତୀ ଏବଂ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ ଆଜି ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ଆଇସିସିଆର) ସହିତ ଜଡିତ ବିଶିଷ୍ଟ କଳାକାରଙ୍କ ପ୍ରଦର୍ଶନ ଦୂରଦର୍ଶନର ଜାତୀୟ ତଥା ଅନ୍ତର୍ଜାତୀୟ ଚ୍ୟାନେଲରେ ପ୍ରସାରିତ ହେବ। ନୃତ୍ୟ ଏବଂ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମକୁ ଡିଡି ନ୍ୟାସନାଲ, ଡିଡି ଇଣ୍ଡିଆ, ଦୂରଦର୍ଶନର ଆଞ୍ଚଳିକ ଚ୍ୟାନେଲ ଏବଂ ପ୍ରସାର ଭାରତୀ ନ୍ୟୁଜ୍ ସର୍ଭିସେସ୍ (ପ୍ରସାର ଭାରତୀର ଡିଜିଟାଲ୍ ପ୍ଲାଟଫର୍ମ) ରେ ଏକ ସାପ୍ତାହିକ କାର୍ଯ୍ୟକ୍ରମ ଆକାରରେ ପ୍ରଦର୍ଶିତ କରାଯିବ ।

ଜାତୀୟ ତଥା ଅନ୍ତର୍ଜାତୀୟ ଦର୍ଶକଙ୍କ ପାଇଁ ଭାରତୀୟ ସଂସ୍କୃତିର ସର୍ବୋତ୍ତମ ପ୍ରଦର୍ଶନ ଏବଂ ପ୍ରଦର୍ଶନକାରୀ କଳାକାରମାନଙ୍କୁ ଟିଭି ଏବଂ ଡିଜିଟାଲ୍ ପ୍ଲାଟଫର୍ମ ଯୋଗାଇବା ପାଇଁ ଏହି ଏମଓୟୁ ଲକ୍ଷ୍ୟ ରଖିଛି।

ଆଇସିସିଆର ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ / କନ୍‌ସର୍ଟ / ସଂଗୀତ / ନୃତ୍ୟର ପ୍ରଦର୍ଶନ ଉପରେ ଆଧାର କରି ଆଇସିସିଆର ସହଯୋଗରେ, ଦୂରଦର୍ଶନ 52 ଟି ଅଧ ଘଣ୍ଟା ବିଶିଷ୍ଟ ଏପିସୋଡ୍ ପ୍ରସ୍ତୁତ କରିବ।

ଏହି ଏମଓୟୁ ଶ୍ରୀ ମାୟାଙ୍କ କୁମାର ଅଗ୍ରୱାଲ, ମହାନିର୍ଦ୍ଦେଶକ, ଦୂରଦର୍ଶନ ଓ ଶ୍ରୀ ଦିନେଶ କୁମାର ପଟ୍ଟନାୟକ, ମହାନିର୍ଦ୍ଦେଶକ, ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦଙ୍କ ମଧ୍ୟରେ ସ୍ବାକ୍ଷରିତ ହୋଇଥିଲା ଏବଂ ଏହି ଅବସରରେ ଶ୍ରୀ ଶଶି ଶେଖର ଭେମ୍ପତି, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ପ୍ରସାର ଭାରତୀ, ଶ୍ରୀ ଡି ପି ଏସ ନେଗି, ସଦସ୍ୟ (ଫାଇନାନ୍ସ), ପ୍ରସାର ଭାରତୀ ଓ ପ୍ରସାର ଭାରତୀ ଏବଂ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

ଏହି ଏମଓୟୁ ଡିସେମ୍ବର 2021 ଠାରୁ ଡିସେମ୍ବର 2024 ପର୍ଯ୍ୟନ୍ତ ତିନି ବର୍ଷ ନିମନ୍ତେ କାର୍ଯ୍ୟକ୍ଷମ ରହିବ।

BS


(रिलीज़ आईडी: 1783503) आगंतुक पटल : 240
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Punjabi , Tamil , Telugu